Englishରେ MA କରିଥିବା ଝିଅ ବିକୁଛନ୍ତି ଚା’, ହସି ହସି କହିଲେ କିଛି ଏମିତି…. ଦେଖନ୍ତୁ Video

ଆଜିକାଲି କମ୍ପାନୀ ଗୁଡିକରେ ବଡ ବା ଛୋଟ ଚାକିରି ମିଳିବା କଷ୍ଟକର ପାଠ ଅଟେ । କିନ୍ତୁ ଇଂରାଜୀରେ ଏମଏ କରିଛନ୍ତି କିନ୍ତୁ ଷ୍ଟେସନରେ ଚାହା ଦୋକାନ କରିଛନ୍ତି । ଏହି କଥାଟି ଶୁଣିବାକୁ ଚକିତ ଲାଗିଲେ ମଧ୍ୟ ସତ୍ୟ ଅଟେ । ଏତେ ପାଠ ପାଢୀ ମଧ୍ୟ ଚାହା ଦୋକାନ କରିଛନ୍ତି ନିଜର ଜୀବିକା ନିର୍ବାହ କରୁଛନ୍ତି ଜଣେ ଝିଅ । ଏହଭଳି ଅଜବ ଦୃଶ୍ୟ ଦେଖିବାକୁ ମିଳିଛି କୋଲକାତାର ହାୱାଡାରେ ରହୁଥିବା ଟୁକଟୁକୀ ଦାସଙ୍କର ଏହି ଜୀବନ କାହାଣୀ । ଟୁକଟୁକିଙ୍କର ବାପା ମା ଇଚ୍ଛା କରିଥିଲେ ସେ କେମିତି ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ରହି ଜୀବନରେ ଆଗକୁ ବଢିବେ ।

ଟୁକଟୁକି ମଧ୍ୟ ନିଜ ପରିବାର ଲୋକଙ୍କ ଇଚ୍ଛା ପୂରଣ କରିବା ପାଇଁ ଉଦ୍ୟମ ଜାରି ରଖିଥିଲେ । ଏତେ ପାଠ ପଢିବା ପରେ ମଧ୍ୟ ଟୁକଟୁକିଙ୍କୁ କୌଣସି ସ୍ଥାନରେ ଭଲ ଚାକିରି ମିଳି ପାରିଲା ନାହି । ଏହା ପରେ ସେ ଚାକିରି ପଛରେ ନ ଗୋଡାଇ ଚାହା ଦୋକାନ କରିବା ପାଇଁ ସ୍ଥିର କରିଲେ । ଷ୍ଟେସନ ଆଗରେ ଚାହା ଦୋକାନ କରିଛନ୍ତି ଟୁକଟୁକି ଯାହାର ନାଁ ରହିଛି MA ଇଂରାଜୀ ଚାହାବାଲି । ଯାହାକୁ ନେଇ ବର୍ତ୍ତମାନ ଜୋରସୋରରେ ଚର୍ଚ୍ଚା ଚାଲିଛି ।

ଟୁକଟୁକି ନିଜ ରାଏ ରେ ମତ ଦେଇଛନ୍ତି ଯେ ମୁଁ ଯେଉଁ ସମୟରେ ଚାହା ଦୋକାନ କରିଲି ସେବେ ଠାରୁ ଅନେକ ଲୋକ ମାନେ ଚାହା ପିଇବାକୁ ଆସନ୍ତି । ଅନେକ ଲୋକ ମାନେ ତାଙ୍କର ଏଭଳି ଚାହା ଦୋକାନ ଖୋଲିବା ଦେଖି ସମାଲୋଚନା କରିଥିଲେ ମଧ୍ୟ ଏହାର କୌଣସି ଫରକ ତାଙ୍କ ଉପରେ ପଡେ ନାହି ବୋଲି ଟୁକଟୁକି କହିଛନ୍ତି । ଆଜିକା ଡେଟରେ ଚାକିରି ମିଳିବା କେତେ କଷ୍ଟକର ତାହା ଜାଣିଛନ୍ତି ବୋଲି ଟୁକଟୁକି କହିଛନ୍ତି । ମୁଁ କିଛି ଭୁଲ କରିନି ବରଂ ନିଜର ପେଟ ପୋଷିବା ପାଇଁ ଚାହା ଦୋକାନ କରୁଛି ବୋଲି ମତ ଦେଇଛନ୍ତି ଟୁକଟୁକି ।

ସେ ନିଜକୁ ବହୁତ ଭାଗ୍ୟଶାଳି ମନେ କରୁଛନ୍ତି ଚାହା ଦୋକାନ କରି ବୋଲି ରାଏ ଦେଇଛନ୍ତି । ମୋତେ କେହି କିଛି କହିବାର ମତଲବ ନାହି ବୋଲି ଟୁକଟୁକି କହିଛନ୍ତି । ସେ ନିଜ ଜୀବନରେ ଏମିତି ସଂଘର୍ଷ କରି ଆଗକୁ ବଢିବେ ବୋଲି କହିଛନ୍ତି । ତାଙ୍କ ଜୀବନରେ ଅନ୍ୟ ମାନଙ୍କର କୌଣସି କଥା ଉପରେ ପ୍ରଭାବ ପଡିବ ନାହି ବୋଲି ଟୁକଟୁକି କହିଛନ୍ତି । ଏହି ଭିଡିଓ ରେ ଟୁକଟୁକି ହସ ହସ ମୁହଁରେ ନିଜକୁ ଧନ୍ୟ ମନେ କରୁଛନ୍ତି ବୋଲି ଜଣା ପଡୁଛି ।

ସେ MA ଇଂରାଜୀ କରି ମଧ୍ୟ ଚାହା ଦୋକାନ କରୁଛନ୍ତି ବୋଲି ତାଙ୍କ ମନରେ ଟିକେ ହେଲେ ବି ଅନୁତାପ କି ପରିହାସ ନାହି । ତେବେ ସେ ଗଣ ମାଧ୍ୟମ କୁ ଧନ୍ୟବାଦ ଜଣାଇଛନ୍ତି କି ତାଙ୍କ ଜୀବନର କାହାଣୀ ଆଜି ପୁରା ଦୁନିଆ ଦେଖି ପାରୁଛି । ଆଗକୁ ସେ ଏମିତି ଚାହା ଦୋକାନ ନିଜର ବେପାର ଆଗକୁ ନେବେ ବୋଲି ପ୍ରତିଶ୍ରୁତି ବଦ୍ଧ ହୋଇଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଟୁକଟୁକିଙ୍କର ଚାହା ଦୋକାନ କରିଥିବା ନିସ୍ପତିକୁ ନେଇ ମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *