ଇଂରାଜୀ ପରୀକ୍ଷା ଦିନ, ଦିଦି ଡାକୁଥିଲେ, ପିଲା ଲେଖୁଥିଲେ… ଭାଇରାଲ ହେଉଛି ସରକାରୀ ଉଚ୍ଚ ବିଦ୍ୟାଳୟର ଏ Video

ଦିଦି ଡାକୁଛନ୍ତି ଉତ୍ତର ପିଲା ବୁଲାଉଛନ୍ତି ଗୋଲ । ପରୀକ୍ଷା ଦିନ ସାରା ଦିଦି ଉତ୍ତର ଧରି ରେଡି । ପିଳେ ବି ପେନ ଧରି ଲେଖି ଚାଲୁଛନ୍ତି ଗୋଟିଏ ପରେ ଗୋଟିଏ ଉତ୍ତର । ପ୍ରଧାନ ଶିକ୍ଷକଙ୍କୁ ଜଣା ନାହି କେଉଁ ଦିନର ଚିତ୍ର ? ଇଂଭିଜିଲେଟର ଓ ସୁପରନଟେଣ୍ଡେଣ୍ଡ ସବୁ ଜାଣି ଚୁପ । ଏ ହେଉଛନ୍ତି ସେହି ଶିକ୍ଷୟତ୍ରୀ ଯିଏ ପିଲାଙ୍କୁ ଡାକି ଚାଲିଥିଲା ଉତ୍ତର ।

24ର B,   27ର C, 28ର A, 29ର B, 30ର A ଭଳି ଏମିତି ଗୋଟିଏ ଗୋଟିଏ ଉତ୍ତର ଡାକି ଚାଲି ଛନ୍ତି । କେବଳ ଏହି ଦିଦି ନୁହନ୍ତି ସାର ମାନେ ବି ସାମିଲ ଥିଲେ ଏଥିରେ । ଆଉ ପିଲା ମାନେ ବି କୋଉ କମ ସେମାନେ ବି ପେନ ଧରି ଗୋଲ ପରେ ଗୋଲ ବୁଲାଉଛନ୍ତି । ପିଲା ମାନେ ଏହି ମୌକା ର ମଧ୍ୟ ବହୁତ ବଢିଆ ଭାବେ ଫାଇଦା ମଧ୍ୟ ଉଠାଉଛନ୍ତି ।

ଏହିଭଳି ପରୀକ୍ଷା ହଲରେ ବସିଥିବା ପରିକ୍ଷାର୍ଥୀଙ୍କୁ ଶିକ୍ଷକ ଶିକ୍ଷୟତ୍ରୀ ପ୍ରଶ୍ନ ଗୁଡିକର ଉତ୍ତର ଡାକି ଚାଲିଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ନବରଙ୍ଗପୁର ଜିଲ୍ଲା ସଦର ବ୍ଲକର ବଡମସିଗାଁ  ସରକାରୀ ଉଚ୍ଚ ବିଦ୍ୟାଳୟର ଏ ହେଉଛି ଚିତ୍ର । ଏ ନେଇ ପ୍ରଧାନଶିକ୍ଷକ କହୁଛନ୍ତି, ଶିକ୍ଷୟତ୍ରୀ ଆମ ବିଦ୍ୟାଳୟର, ହେଲେ ଶିକ୍ଷକ କେଉଁଠାର ଜାଣିନି ।

ତଦନ୍ତ ପରେ ଜଣା ପଡିବ । ଏପଟେ ଛାତ୍ର କହୁଛନ୍ତି, ଇଂରାଜୀ ପରୀକ୍ଷା ଦିନ ଏହା ହୋଇଛି । ଇଂଭିଜେଲେଟର ପିଲା ମାନଙ୍କର ଖାତାରେ ଦସ୍ତଖତ କରୁଛନ୍ତି । ଆଉ ଠିକ ସେହି ସମୟରେ ଶିକ୍ଷୟ ଓ ଶିକ୍ଷୟତ୍ରୀ ମାନେ ଅବଜେକ୍ଟିଭ ପ୍ରଶ୍ନ ଗୁଡିକର ଉତ୍ତର ଡାକି ଦେଉଥିବା ଦେଖିବାକୁ ମିଳିଛି । ଆଉ ଛାତ୍ର ଛାତ୍ରୀ ମାନେ ଉତ୍ତର ଖାତାରେ ଲେଖି ଚାଲିଛନ୍ତି ।

ନିକଟ ଅତୀତରେ ମାଟ୍ରିକ ପରୀକ୍ଷା ରେ ପରିଚାଳନାରେ ସାଂଘାତିକ ତ୍ରୁଟି ଦେଖିବାକୁ ମିଳିଛି । କେଉଁଠି ପ୍ରଶ୍ନ ପତ୍ର ଭାଇରାଲ ତ ଆଉ କେଉଁଠି ଗୋଟେ ସେଟ ର ପ୍ରଶ୍ନ ଅଲଗା ସେଟ ରେ ଯୋଡି ହେବା ଆଉ କେଉଁଠି ପ୍ରଶ୍ନ ପତ୍ରରେ 50 ବଦଳରେ 49 ଟି ପ୍ରଶ୍ନ ରହିଥିବା ଦେଖିବାକୁ ଇଲିଥିଲା । ଏଠାରେ ପ୍ରଶ୍ନ ଉଠୁଛି କାହିଁକି ପିଲା ମାନଙ୍କର ଭବିଷ୍ୟତ କୁ ନେଇ ଖେଲା ଯାଉଛି ।

କିଭଳି ଭାବରେ ପିଲା ମାନଙ୍କୁ ପ୍ରଶ୍ନ ପାତ୍ର ଯୋଗାଇ ଦିଆ ଯାଉଛି ? ଆଉ ସବୁଠାରୁ ବଡ କଥା ହେଉଛି ଇଂଭିଜେଲେଟର ଓ ସୁପରନଟେଣ୍ଡେଣ୍ଡ ଜାଣିଥିଲେ ବି କାହିଁକି ଚୁପ ରହିଲେ ତାହା ବି ତଦନ୍ତ ସାପେକ୍ଷ । ବିଭାଗ କରୁଛି କଣ କେବେ ନିଆଯିବ ଆକ୍ସନ ? ଏ ସବୁ ପ୍ରଶ୍ନ ଏବେ ଚାରି ଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *