ମହିଳା ମାନଙ୍କ ପାଇଁ ବଡ ଖୁସି ଖବର: ମାସିକ ଋତୁସ୍ରାବ ସମୟରେ 2 ଦିନ ପେଡ-ଲିଭ ନେଇ ପାରିବେ ମହିଳା

ନମସ୍କାର ବନ୍ଧୁଗଣ । ବର୍ତ୍ତମାନର ବଡ ଖବର ମୁତାବକ ମହିଳା ମାନେ ଋ-ତୁ-ସ୍ରା-ବ ସମୟରେ ଦୁଇ ଦିନ ପାଇଁ ପେଡ ଲିଭ ଛୁଟି ନେଇ ପାରିବେ । ଏପରି ସୁବର୍ଣ୍ଣ ସୁଯୋଗ ଆଣିଛି ସ୍ଵିଗୀ । ମାସିକ ଋ-ତୁ-ସ୍ରା-ବ ସମୟରେ ଡେଲିଭରି କରୁଥିବା ମହିଳା ମାନେ ଦୁଇ ଦିନ ପାଇଁ ଛୁଟି ନେଇ ପାରିବେ । ସ୍ଵିଗୀରେ କାମ କରୁଥିବା ଡେଲିଭରି ମହିଳା ମାନଙ୍କ ପାଇଁ ବେୟଯୁକ୍ତ ସମୟ ପ୍ରଦାନ କରିବାର ପଲିଶି ଲାଗୁ କରିଛି ସ୍ଵିଗୀ । ସାଧାରଣତ ମହିଳା ମାନେ ମାସିକ ଋ-ତୁ-ସ୍ରା-ବ ସମୟରେ ଡେଲିଭରି କରିବାରେ ଅନେକ ଅସୁବିଧାର ସମୁଖିନ୍ନ ହୋଇଥାନ୍ତି ।

ଏହା ଏକ ବଡ ସମସ୍ଯା ହୋଇଥିଲେ ମଧ୍ୟ ଅନେକ ମହିଳା ମାନେ ଏହାକୁ ଗୁରୁତର ଭାବେ ନେଉ ନାହାନ୍ତି । ଏ ନେଇ ଗତ ଗୁରୁବାର ଦିନ ସ୍ଵିଗୀର ଉପାଧକ୍ଷ ମିହିର ସାହ ପୋଷ୍ଟ କରି କହିଛନ୍ତି । ମାସିକ ଋ-ତୁ-ସ୍ରା-ବ ସମୟରେ ମହିଳା ମାନଙ୍କୁ କୌଣସି କାରଣ ନ ଦର୍ଶାଇ ପେଡ ଅଫ ଲିଭ ଦେବାକୁ ସ୍ଵିଗୀର ମାଲିକ ସୂଚନା ଦେଇଛନ୍ତି । ସ୍ଵିଗୀର ମହିଳା ଡେଲିଭରି ପାର୍ଟନର ମହିଳା ମାନେ ତାଙ୍କର ଋ-ତୁ-ସ୍ରା-ବ ସମୟରେ ଦୁଇ ଦିନ ପାଇଁ ଛୁଟି ନେଇ ପାରିବେ ।

ଏ ନେଇ ୨୦୧୬ ମସିହାରେ ପ୍ରଥମ ଡେଲିଭରି ପାର୍ଟନର ମହିଳାଙ୍କ ଉପରେ ଏଭଳି ନୂତନ ପଲିଶି ଲାଗୁ ହୋଇଥିଲା । ସେହି ଦିନ ଠାରୁ ଫୁଡ ଡେଲିଭରି ପାଇଁ ମହିଳା ମାନଙ୍କର ସଂଖ୍ୟା ବୃଦ୍ଧି କରିବାକୁ ସ୍ଵିଗୀ ପ୍ରତିଶ୍ରୁତି ବଦ୍ଧ ହୋଇଥିଲା । ଏହି ନୂଆ ସୁଯୋଗ ହେବା ପରେ ଆଗକୁ ସ୍ଵିଗୀରେ ମହିଳା ମାନେ ଡେଲିଭରି କାମ କରିବାକୁ ଆଗ୍ରହୀ ହେବେ ବୋଲି ଏକ ବିକଳ୍ପ ଭାବେ ଚୟନ କରି ଉଶ୍ଚାହିତ ହେବେ ବୋଲି ପୋଷ୍ଟରେ ଲେଖା ଯାଇଛି । ମାସିକ ଋ-ତୁ-ସ୍ରା-ବ ବ୍ଯତୀତ ଆହୁରି ଅନେକ ଇଲେକ୍ଟ୍ରୋ ମୋଭିଲିଟି ପାର୍ଟନର ସହ ଟିଭି ସାଇକେଲ ସହ ଯେଉଁ ମାନଙ୍କ ପାଖରେ ବାଇକ ସୁବିଧା ନାହି ସେମାନଙ୍କ ପାଇଁ ବାଇକ ଭଡା ଭାବେ ଦିଆଯିବ ବୋଲି ସୂଚନା ରହିଛି ।

ସେହିପରି ଅନ୍ଯାନ୍ଯ ସୁବିଧା ମଧ୍ୟରେ ହାଇଜେନିକ ବିଶ୍ରାମ ଗୃହ, ମହିଳା ଡେଲିଭରି ପାର୍ଟନରଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଆଦି କାର୍ଯ୍ୟକାରୀ ହେବ । ତେବେ ଡେଲିଭରି ପାର୍ଟନର ଆପ ଜରିଆରେ ଡେଲିଭରି ପାର୍ଟନରଙ୍କ ପାଇଁ ଏକ SOS ସୁବିଧା ଲାଗୁ ହେବ । ଯାହା ମହିଳା ମାନଙ୍କୁ ସ୍ଵିଗୀ ହେଲ୍ପ ଲାଇନ ବା ସ୍ଥାନୀୟ ପୋଲିସ ବା ଜରୁରୀ କାଳୀନ ପରିସ୍ଥିତିରେ ଆମ୍ବୁଲାନ୍ସ ସେବା ସହ ସଂଯୋଗ କରି ପାରିବ ।

ବନ୍ଧୁଗଣ ଆପଣ ମାନଙ୍କର ସ୍ଵିଗୀ ଦେଇଥିବା ଏହି ନୂଆ ସୁଯୋଗ ବିଷୟରେ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *