ଇଞ୍ଜେକ୍ସନର ଡୋଜକୁ 16 କୋଟି, କ’ଣ ରହିଛି ଏହି ଇଞ୍ଜେକ୍ସନରେ ? ରାଜଭିରଙ୍କୁ ଆବଶ୍ୟକ ଏହି Zolgensma ଇଞ୍ଜେକ୍ସନ

ନମସ୍କାର ବନ୍ଧୁଗଣ । ମାତ୍ର ଗୋଟିଏ ଇଞ୍ଜେକ୍ସନର ଦୋଜକୁ ୧୬ କୋଟି ଟଙ୍କା । ଜୀ-ବ-ନ ମ-ର-ଣ ଭିତରେ ଏକା ଏକ ବିନ୍ଦୁ ଯାହା ଜୀବନ ବଞ୍ଚାଇ ପାରିବ । ଓଡିଶାର ରାଜବିର ନାମକ ପିଲାର ଜୀବନ ଝୁଲି ରହିଛି ଏହି ୧୬ କୋଟି ଟଙ୍କାର ଇଂଜେକସନ ଉପରେ । ନିଜ ପୁଅର ଜୀବନ ବଞ୍ଚାଇବା ପାଇଁ ବାପା ମା ଅର୍ଥ ଯୋଗାଡ କରିପାରୁ ନାହାନ୍ତି । ମା ନିଜ ପୁଅ ରାଜବିରର ଜୀବନ ରକ୍ଷା ପାଇଁ କାକୁତି ମିନତୀ ହେଉଛନ୍ତି ।

ମା ପୁଅର ଜୀବନ ରକ୍ଷା ପାଇଁ ନବୀନ ନିବାସ ଆଗରେ ଭିକ ମାଗିବାର ରୁଷି ହେଉଛି । ଏହି ଇଞ୍ଜେକ୍ସନର ଦାମ ଏତେ ଟଙ୍କା କାହିଁକି ହୋଇଛି । ସୂଚନା ଅନୁସାରେ ଏହି ଇଞ୍ଜେକ୍ସନର ନାଁ ହେଉଛି ଜୋଲ ଜେନସେମା ଜହର ମୂଲ୍ୟ ହଜାର ବା ୨ ଲକ୍ଷ ନୁହେଁ ବରଂ ୧୬ କୋଟି ଟଙ୍କା । ଯାହାର ଗୋଟିଏ ଦୋଜରେ ଜୀବନ ବଞ୍ଚି ପାରିବ । ଏମିତିକି ମୃ-ତ୍ୟୁ ମୁଖରୁ କାହାରି ବି ଜୋବନ ଫେରାଇ ହେବ ।

ଏହି ଇଂଜେକସନ ଯାହା କି ସ୍ପାଇନାଲର ମସକୁଲା ଏଟ୍ରୋଫି ଯାହାକୁ ଏସୋମିଆ ରୋଗ କୁହାଯାଏ । ଏହାର ସଞ୍ଜିବନୀ ପାଲଟିଛି ଜୋଲ ଜେନସେମା ଇଞ୍ଜ୍କେସନ । ଏହି ରୋଗ ପୃଥିବୀରେ ବିରଳ ହୋଇଥିବାରୁ ଖୁବ କମ ଲୋକଙ୍କୁ ହୋଇଥାଏ ।

ଏହି ରୋଗରେ ଅଧିକାଂଶ ଶିଶୁ ମାନେ ଆକ୍ରାନ୍ତ ହୋଇଥାନ୍ତି । ଏହି ରୋଗର କାରଣ ହେଉଛି ବଂଶଗତ କାରଣ । ଯଦି ପିତା ମାତାଙ୍କ ଠାରେ ଏହି ରୋଗ ନ ଥାଏ ତେବେ ଜେନେଟିକ କାରଣରୁ ଏହା ସମ୍ଭବ ହୋଇଥାଏ । ଏହି ରୋଗ ଜନ୍ମରୁ ପିଲାଙ୍କ ଠାରେ ଦେଖାଯାଏ ଯାହା ପାଇଁ ପିଲାର ମାଂସପେଶୀ ଦୁର୍ବଳ ହୋଇପଡେ ।

ଏହି ରୋଗରେ ପିଲା ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରିବା ସହ ମା କ୍ଷୀର ମଧ୍ୟ ଖାଇପାରେ ନାହି । ଏହି ରୋଗରେ ପିଲାର ଅଙ୍ଗ ପ୍ରତେଙ୍ଗ ଅକ୍ଷମ ହୋଇପଡେ ଯାହା ପାଇଁ ପିଲା ଠିକ ଭାବେ ଠିଆ ହୋଇପାରେ ନାହି । ତେବେ ଏହି ରୋଗ ରାଜବିର ନାମକ ଶିଶୁ ଠାରେ ଦେଖା ଯାଇଛି ।

ଏହି ରୋଗରୁ ବଞ୍ଚିବାକୁ ହେଲେ ଏକମାତ୍ର ଉପାୟ ହେଉଛି ଜୋଲ ଜେଲସେମା ଇଂଜେକସନ । ଯେଉଁ ଜିନ ସମସ୍ଯା ଯୋଗୁ ସ୍ପାଇନାଲ ମସ୍କୁଲା ଏଟ୍ରୋଫି ରୋଗ ହୋଇଥାଏ ବା ଯେଉଁଠି ଜିନ ଗଡବଡ ଥାଏ ସେଠାରେ ଏହି ଇଂଜେକସନ ଯୋଗୁ ନୂଆ ଜିନ ସୃଷ୍ଟି ହୋଇଥାଏ । ଯାହା ଫଳରେ ଏହି ଇଂଜେକସନ ନେଲେ ରୋଗ ଆଉ ଶରୀରରେ ହୁଏ ନାହି ।

ଏହି ଇଞ୍ଜ୍କେସନ ନେଲେ ଶିଶୁର ଡିଏନଏ ସୃଷ୍ଟି ହେବା ସହ ଶରୀର ଠିକ ହେବାରେ ଲାଗେ । ଏହି ଇଂଜେକସନ ସ୍ବୀଜରଲ୍ୟାଣ୍ଡର ନିଭାଟିକ୍ସ କମ୍ପାନୀ ତିଆରି କରିଥାଏ । ଯାହାକୁ ଜିନ ଥେରାପି ଟ୍ରିଟମେଣ୍ଟ କୁହାଯାଏ । ପୂର୍ବରୁ ଏହି ରୋଗର କୌଣସି ବିକଳ୍ପ ନ ଥିବାବେଳେ ଏହି ଇଂଜେକସନ ଆସିଲା ପରେ ଏହାର ମୂଲ୍ୟ ରହିଛି ୧୬ କୋଟି ଟଙ୍କା ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମର ପୋଷ୍ଟଟି ଭଲ ଲାଗିଥାଏ ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *