ବନ୍ଧୁଗଣ ଆପଣ ମାନେ ଏହି ଭିଡିଓରେ ନାୟଗଡର ଦୃଶ୍ୟ ଦେଖି ପାରିବେ । ନୟାଗଡ ରାସ୍ତାରେ ଲୋକ ମାନେ ଗାଡି ଚଲାଇବା ସମୟରେ ହେଲମେଟ ନାହି କି ମାସ୍କ ନାହି । କିଛି ଲୋକ ମାନଙ୍କର ମାସ୍କ ଅଛି ତ ହେଲମେଟ ନାହି । ଆଉ କିଛି ଲୋକେ ମାସ୍କ ମୁହଁ ତଳକୁ ରଖି କହୁଛନ୍ତି ମାସ୍କ ପିନ୍ଧିଛି । ଆଉ କିଛି ଲୋକେ ହେଲମେଟ ଆଣିବାକୁ ଭୁଲି ଯାଇଛନ୍ତି ବୋଲି ମତ ଦେଇଛନ୍ତି । ଆଉ କିଛି ଲୋକେ କହିଛନ୍ତି ସବୁ ଅଛି କିନ୍ତୁ ଆମେ କିଛି ବ୍ୟବହାର କରୁ ନାହୁଁ ।

ପୋଲିସ ଲୋକ ମାନଙ୍କୁ ଅଟକାଇଲେ ମଧ୍ୟ କେହି ମାନୁ ନାହାନ୍ତି । ଏଠାରେ ପୋଲିସ ଅଧିକାରିଙ୍କର ହେଲମେଟ କି ମାସ୍କ ନାହି ଯାହା ଏହି ଭିଡିଓରେ ଦୃଶ୍ୟ ହେଉଛି । ପୋଲିସ ଅଧିକାରୀ ଜଣକ ବାଦାମ କିଣିବା ପରେ ମାସ୍କ ପିଣଢୁଛନ୍ତି । ପୋଲିସ ମହାଶୟ କହିଛନ୍ତି ହେଲମେଟ ମୁଁ ଥାନାରେ ରଖିକି ଆସିଛି । ଆହୁରି ମଧ୍ୟ କହିଛନ୍ତି ଗଣ ମାଧ୍ୟମକୁ ତୁମେ ଯେଉଁ କାମ କରୁଛ ତାହା କଣ ଠିକ ହେଉଛି ।
ଆଉ ଜଣେ ପୋଲିସ ମହାଶୟ ଗଣ ମାଧ୍ୟମକୁ ଦେଖି ଅନ୍ୟ ପକ୍ଷରେ ଚାଲି ଯାଉଛନ୍ତି । ଆଉ ଜଣେ ବ୍ୟକ୍ତି କହୁଛନ୍ତି ବ୍ଯାଙ୍କ ଯାଇଥିଲି ବୋଲି ମାସ୍କ ପିନ୍ଧି ନାହି ଅଫିସରେ ଅଛନ୍ତି । ଆଉ ଜଣେ ମହିଳା କହୁଛନ୍ତି କି ଏଇ ପାଖକୁ ଛାଡିବାକୁ ଆସିଥିଲି ସେଥିପାଇଁ ହେଲମେଟ ପିନ୍ଧି ନାହି । ଏହା ପରେ ସେ ଗାଡି ଡିକିରେ ହେଲମେଟ ବାହାର କରି ପିନ୍ଧୁଛନ୍ତି । ଆଉ ଜଣେ ବ୍ୟକ୍ତି କହିଛନ୍ତି ମୁଁ ଦୁଇଟି ଡ଼ୋଜ ନେଇଛି ।

କିନ୍ତୁ ପରେ କହୁଛନ୍ତି ମୁଁ ଟୀକା ନେଇ ନାହି କି ଆମେ କଣ ବଳଦ ତୁଣ୍ଡି ଭିଡିବୁ । ଆହୁରି ମଧ୍ୟ ବ୍ୟକ୍ତି ଜଣକ କହୁଛନ୍ତି ଆମକୁ ରୋଗ ହେବ ନାହି । ଆଉ ଜଣେ ବ୍ୟକ୍ତି କହୁଛନ୍ତି ମାସ୍କ ପକେଟରେ ଅଛି କିନ୍ତୁ ପିନ୍ଧି ନାହି । ଅନ୍ୟ ଜଣେ କହୁଛନ୍ତି କି ହେଲମେଟ ଏଇ ପାଖ ଦୋକାନରେ ରଖିକି ଆସିଛି । ତେବେ ନୟାଗଡରେ ୧୦୦ରୁ ୯୫ ପ୍ରତିଶତ ଲୋକ ମାନଙ୍କର ମୁଣ୍ଡରେ ହେଲମେଟ ନାହି କି ମୁହଁରେ ମାସ୍କ ନାହି ।
ଏଠାରେ ପୋଷ୍ଟର ରେ ଲେଖା ଯାଇଛି କି ଆମ ପାଇଁ ବଡ ଆମ ନୟାଗଡ ଯାହାକୁ ସେଠିକାର ଲୋକାଲ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁ ଏପରି ଲେଖିଛନ୍ତି । କିନ୍ତୁ ବାସ୍ତବରେ ନୟାଗଡରେ ଏପରି ଦୃଶ୍ୟ ଦେଖି ଲାଗୁଛି ସେଠିକାର ଜଣ ସାଧାରଣ କୋରୋନା ଗାଇଡ ଲାଇନ ମାନୁ ନାହାନ୍ତି କି ହେଲମେଟ ମଧ୍ୟ ବ୍ୟବହାର କରୁ ନାହାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ବିଷୟରେ ମତାମତ କଣ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
