ଏଥର ଏପ୍ରିଲ ପହିଲାରୁ 500 ଟଙ୍କାରେ ମିଳିବ LPG ସିଲିଣ୍ଡର, ଘୋଷଣା କଲେ ମୁଖ୍ୟମନ୍ତ୍ରୀ… ଜାଣନ୍ତୁ କଣ ରହିଛି ସର୍ତ୍ତ

ବନ୍ଧୁଗଣ ଆମ ଦେଶରେ ପ୍ରତେକ ମାସରେ ଗ୍ଯାସ ସିଲିଣ୍ଡର ଦର ବୃଦ୍ଧି ପାଇବାରେ ଲାଗିଛି । ପ୍ରତି ମାସର ଆରମ୍ଭରେ ଗ୍ଯାସ ଦର ରେ କିଛି ନା କିଛି ପରିବର୍ତ୍ତନ ହେବାର ଦେଖା ଯାଉଛି । ତେବେ ଦିନକୁ ଦିନ ଗ୍ଯାସ ସିଲିଣ୍ଡର ଦର ହୁ ହୁ ହୋଇ ବଢିବାରେ ଲାଗିଛି । ଯାହା କାରଣରୁ ସାଧାରଣ ଲୋକ ମାନେ ବା ଗରିବ ଶ୍ରେଣୀ ର ଲୋକ ମାନେ ଗ୍ଯାସ କିଣିବାରେ ଅନେକ ସମସ୍ୟାର ସମୁଖିନ୍ନ ହେଉଛନ୍ତି ।

ତେବେ ଏ ନେଇ ଗତ କିଛି ସମୟ ସୋସିଆଲ ମିଡିଆରେ ଏକ ବଡ ଖବର ପ୍ରକାଶ ପାଇଛି ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ଜୋର ଧରିଛି । ତେବେ ସୂଚନା ଅନୁଯାୟୀ ଆଉ ଏବେ ଗ୍ଯାସ ସିଲିଣ୍ଡ ପାଇଁ ଆଉ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ନାହି । ଏଣିକି ମାତ୍ର 500 ଟଙ୍କାରେ ମିଳିବ ଗ୍ଯାସ ସିଲିଣ୍ଡର । ଏପ୍ରିଲ ପହିଲା ରୁ ଏ ସୁବିଧା ମିଳିବା ନେଇ ଏ ରାଜ୍ୟର ମୁଖ୍ୟ ମନ୍ତ୍ରୀ ଘୋଷଣା କରିଛନ୍ତି । ତେବେ ଦର୍ଶକ ବନ୍ଧୁ ଦେଶରେ ଗ୍ଯାସ ଦର ବୃଦ୍ଧି ମଧ୍ୟ ରେ ରାଜସ୍ଥାନ ଲୋକଙ୍କ ପାଇଁ ଏକ ବଡ ଖବର ସାମ୍ନା କୁ ଆସିଛି ।

ଏପ୍ରିଲ 1 ରୁ ସିଲିଣ୍ଡର ମାତ୍ର 500 ଟଙ୍କା ରେ ମିଳିବ ଯାହାକୁ ଘୋଷଣା କରିଛନ୍ତି ମୁଖ୍ୟ ମନ୍ତ୍ରୀ ଅଶୋକ ଗେହେଲର । ଏପ୍ରିଲ ରେ ଗେହେଲର ସରକାର ଗରିବ ସୀମା ରେଖା ତଳେ ଥିବା ଲୋକଙ୍କୁ ଯେଉଁ ମାନେ ଉଜ୍ବଳ ଯୋଜନା ପାଉଛନ୍ତି ସେମାନଙ୍କୁ ମାତ୍ର 500 ଟଙ୍କା ରେ ରନ୍ଧନ ଗ୍ୟାସ ମିଳିବ । ଆସନ୍ତା ବର୍ଷ ରାଜ୍ୟ ରେ ହେବାକୁ ଥିବା ବିଧାନସଭା ନିର୍ବାଚନ କୁ ଆଖି ଆଗରେ ରଖି ଏଭଳି ନିସ୍ପତି ନିଆ ଯାଇଥିବା ଚର୍ଚ୍ଚା ହେଉଛି ।

ମୁଖ୍ୟ ମନ୍ତ୍ରୀ ଗେହଲର କହିଛନ୍ତି କି ଉଜ୍ଵଳ ଯୋଜନା ଅଧୀନ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଲପିଯି କନେକ୍ସନ ଓ ଗ୍ଯାସ ଚୁଲା ଦେଉଛନ୍ତି ଏଲେ ସିଲିଣ୍ଡର ଖାଲି ରହୁଛି । କାରଣ ଏହାର ମୂଲ୍ୟ 400 ଟଙ୍କା ରୁ ବୃଦ୍ଧି ପାଇ 1400 ଟଙ୍କାରେ ପହଞ୍ଚି ଯାଇଛି । ଯାହାକୁ ଲୋକ ମାନେ କିଣିପାରୁ ନାହାନ୍ତି ।

ଦେଖାଯାଉ ମୁଖ୍ୟ ମନ୍ତ୍ରୀ ଗେହଲର ନେଇଥିବା ନିସ୍ପତି କେତେ ଦୂର କାର୍ଯ୍ୟ କାରୀ ହୋଇ ପାରୁଛି ଏବଂ ଲୋକ ମାନେ ଏହି ଯୋଜନାରୁ କିପରି ଲାଭ ଉଠାଇ ପାରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *