ବନ୍ଧୁଗଣ ପ୍ରତେକ ବର୍ଷ ଆଇପିଏଲ କୁ ନେଇ ଚର୍ଚ୍ଚା ଜୋର ରହିଥାଏ । ଆଇପିଏଲ ଆରମ୍ଭ ହେବା ମାତ୍ରେ କ୍ରିକେଟ ପ୍ରେମୀ ମାନଙ୍କ ମନରେ ଉଶ୍ଚାହ ଅଧିକ ବାଡି ଯାଇଥାଏ । ବେ ଆସନ୍ତା ମାର୍ଚ୍ଚ 31 ତାରିଖ ଠାରୁ ଆରମ୍ଭ ହେବ ଆଇପିଏଲ ମହା କୁମ୍ଭ । ଅନେକ ଥର ଭଳି ଏଥର ମଧ୍ୟ ଆଇପିଏଲ ମହା କୁମ୍ଭ ପାଇଁ ଅନେକ ପଦକ୍ଷେପ ନିଆ ଯାଇଛି । ଚଳିତ ଥର ଓଡିଆରେ କମେଣ୍ଟାରୀ ସହ ଓଡିଆ ସୋ ମଧ୍ୟ କରାଯିବ ।
ପ୍ରଥମ ଓଡିଆ ଭାବେ ଲୋରିଆ ମହାନ୍ତି ଯିଏ କି ଚଳିତ ଥର ଆଇପିଏଲ ରେ ଆଙ୍କରିଙ୍ଗ କରିବାକୁ ଯାଉଛନ୍ତି । ଲୋରିଆ ମହାନ୍ତି ହେଉଛନ୍ତି ପ୍ରଥମ ଓଡିଆ ଝିଅ ଯିଏ କି ଆଇପିଏଲ ରେ ଆଙ୍କାରିଗ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେ ନେଇ ଲୋରିଆ ମହାନ୍ତି ଏକ ସାକ୍ଷାତ୍କାର ରେ କହିଛନ୍ତି ଯେ “ପ୍ରଥମ ଥର ପାଇଁ ଆଇପିଏଲ ରେ 12 ଟି ଭାଷା ମଧ୍ୟରୁ ଓଡିଆ ଭାଷା କୁ ସାମିଲ କରା ଯାଇଛି ।
ଯାହାକୁ ଦର୍ଶକ ମାନେ ଦେଖି ପାରିବେ । ମୋ ବାପା ଘରେ କ୍ରିକେଟେ କୁ ଅଧିକ ଦେଖିବାକୁ ପସନ୍ଦ କରନ୍ତି । ସାଧାରଣତ କ୍ରିକେଟ ପୁଅ ମାନଙ୍କର ପ୍ରିୟ ହୋଇଥାଏ । ଜେହତୁ ମୋ ବାପା କ୍ରିକେଟ ଦେଖନ୍ତି କିଛି ଆଇଡିଆ ଥିଲା । ଯେବେ ଠାରୁ ଆପିଏଲ ର ଆଙ୍କରିଙ୍ଗ କରିବା ପାଇଁ ପ୍ରୋସେସ ଆରମ୍ଭ ହେଲା ସେବେ ଠାରୁ ମୁଁ ବହୁତ ପ୍ରିପାର କରିଛି । ଏବେ ବି କ୍ରିକେଟର ପାଠ ମୁଁ ପଢୁଛି । ମୋତେ ବହୁତ ରିସର୍ଚ କରୁଛି ।
ମୁଁ ଏ ଚ୍ୟାଲେଞ୍ଜ କୁ ଗ୍ରହଣ କରିବାକୁ ରେଡି ଅଛି । କାରଣ ମୋତେ ଏତେ ବଡ ପ୍ଲାଟ ଫର୍ମ ରେ ପ୍ରଦର୍ଶନ କରିବାକୁ ସୁଯୋଗ ମିଳୁଛି । ମୋତେ ଯେବେ ଜଣ ପଡିଲା କି ମୁଁ ସିଲେକ୍ଟ ହୋଇ ଯାଇଛି ଏବଂ ଆଇପିଏଲ ର ଯେଉଁ ମ୍ୟାଚ ପୂର୍ବରୁ ଯେଉଁ ସୋ ଆସିବ ମ୍ଯାଚ ସେଣ୍ଟର ଲାଇଭ ଯେଉଁଥି ରେ ମୁଁ ହୋଷ୍ଟ କରିବି ତା ପୂର୍ବରୁ ମୋ ପ୍ରଡ୍ୟୁସର କହିଥିଲେ 250 କ୍ରିକେଟରଙ୍କର ନାଁ ମନେ ରଖିବା ପାଇଁ ଓ ତାହାର ସ୍ପେଲିଙ୍ଗ ଠିକ କରିବା ଏପାଇଁ ।
ମୋତେ ଲିଟିରାଲି 10ଟି ଟିମ ଙ୍କ ନା ପଡୁଛି । ଆଶା କରୁଛି ମୁଁ ଯେଉଁ ପରିଶ୍ରମ କରୁଛି ତାହା ସଫଳ ହେଉ । ଦର୍ଶକ ବନ୍ଧୁ ମଧ୍ୟ ବହୁତ ପସନ୍ଦ ଆସୁ ଆମର କାର୍ଯ୍ୟ କ୍ରମ । ମନ୍ଦିରା ବେଦି ଯେତେବେଳେ ଆଇପିଏଲ ରେ ହୋଷ୍ଟ ଆସିଥିଲେ ସେତେବେଳେ ବହୁତ ହିଟ ହୋଇଥିଲା । ଲୋକ ମାନେ ତାଙ୍କୁ ବହୁତ ପସନ୍ଦ କରିଥିଲେ ।
ସେହି ସମୟରେ ସବୁ ମହିଳାଙ୍କୁ ସାହସ ଦେଇଥିଲା କି କ୍ରିକେଟ ଖାଲି ପୁରୁଷଙ୍କ ପାଇଁ ନୁହେଁ ମହିଳା ମାନେ ମଧ୍ୟ ଏଥିରେ ଇନକ୍ଲୁଡ ହୋଇପାରିବେ । ମୁଁ ଓଡିଆ ହିସାବରେ ଯଦି ଆଇପିଏଲ ମ୍ଯାଚ ର ହୋଷ୍ଟ କରିପାରୁଛି ତେବେ ନିଜକୁ ଗର୍ବ ଅନୁଭବ କରିବି” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।