Nitin Gadkari ଦେଲେ ଖୁସି ଖବର, କହିଲେ ଫରେନ ଫରେନ ଲାଗିବ ଓଡିଶା ରାସ୍ତା…ଦେଖନ୍ତୁ କଣ କହୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଦେଶର ସଡକ ବ୍ୟବସ୍ଥା କେତେ ଯେ ନିମ୍ନ ମାନର ରହିଛି । ଯାହା ପାଇଁ ପ୍ରତେକ ଦିନ କିଛି ନ ଆକିଛି ଦୁର୍ଘଟଣା ଘଟିବାରେ ଲାଗିଛି ଆଉ ଅନେକ ନିରୀହ ଲୋକଙ୍କର ଜୀବନ ମଧ୍ୟ ଯାଉଛି । ତେବେ ବର୍ତ୍ତମାନ ସମୟରେ କେନ୍ଦ୍ର ସଡକ ମନ୍ତରିଆ ନିତିନ ଗଡକରି ଏକ ବଡ ସୂଚନା ଦେଇଛନ୍ତି ଯାହାକୁ ନେଇ ଖୁବ ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ 2024 ସୁଧା ଓଡିଶା ସବୁ ଜାତିୟ ରାଜପଥ ସବୁ ଆମେରିକାର ହାଇୱେ ଭଳି ଚକାଚକ ଦିଶିବ । କେବଳ ଚକାଚକ କାହିଁକି ଆପଣ ସୁଖଦ ଯାତ୍ରା ର ଆନନ୍ଦ ନେବେ । କାର ହେଉ କି ବାଇକ ଯଦି ଦୂର ସ୍ଥାନକୁ ଯାତ୍ରା କରୁଛନ୍ତି ବୋର ହେବେ ନାହି । ଆଉ ଯଦି କମର୍ଶୀଆଲ ଭେକିଲ କଥା କହିବା ତେବେ ଯାତ୍ରା ସମୟ ହ୍ରାସ ପାଇବ । ଏହା ବ୍ୟବସାୟିକ କ୍ଷେତ୍ର ଲାଗି ବେସ ଉପୋଯୋଗୀ ସାବ୍ଯସ୍ତ ହେବ ।

ଖୋଦ କେନ୍ଦ୍ର ସଡକ ଓ ଜାତୀୟ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଏହି ସୂଚନା ଦେଇଛନ୍ତି । ନିତିନ ଗଡକରୀ କହିଛନ୍ତି ଯେ ଓଡିଶାରେ ଜାତୀୟ ରାଜପଥ ରେ ଅନେକ ଭିତ୍ତି ଭୂମି କାମ ଚାଲିଛି । କଥା ଦେଉଛି 24 ଶେଷ ସୁଧା ରାସ୍ତା ମାନ ଆମେରିକା ଭଳି ହେବ । ଜାତୀୟ ରାଜପଥ ଭିତ୍ତି ଭୂମି ଆମେରିକା ରାସ୍ତା ଭଳି ହେବ । ଉଚ୍ଚ ମାନର ରାସ୍ତା ଓଡିଶାର ବିକାଶ ଓ ଉନ୍ନତି କୁ ନା ସୋପାନ କୁ ନେବ ।

ଓଡିଶା ଭଳି ସାରା ଭାରତର ବିଭିନ୍ନ ରାଜ୍ୟରେ ମଧ୍ୟ କାମୁ ଚାଲୁ ରହିଛି । ଓଟିଭି ର ଚିନ୍ତନ ସମାବେଶ ଫୋର ସାଇଡ 2023 ର ତ୍ରୟାଦଶ ସଂସ୍କରଣ ରେ ସାମିଲ ହୋଇ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଏହି ସୂଚନା ଦେଇଛନ୍ତି । ବିଡିଓ କଂଫେରେନ୍ସ ଜରିଆରେ ଅଟିଭି ର ଏହି କାର୍ଯ୍ୟ କ୍ରମ ରେ କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ଯୋଡି ହୋଇଥିଲେ ।

ଏହା ପୂର୍ବରୁ ଗତ ବର୍ଷ ସଂଶୋଧନ ବେଳେ ମନ୍ତ୍ରୀ କହିଥିଲେ ଯେ 2024 ଶେଷ ବେଳକୁ ଦେଶର ରୋଡ ଆମେରିକାର ରୋଡ ଭଳି ହୋଇଯିବ । ଆମେରିକା ଏଥିପାଇଁ ଭଲ ନୁହେଁ ଯେ ସେ ଧନୀ ବରଂ ସେ ଏଥିପାଇଁ ଭଲ କାରଣ ତାଙ୍କ ରୋଡ ଭଲ । ସେ ଆହୁରି କହିଥିଲେ ଯେ ଭାରତକୁ ଆତ୍ମ ନିର୍ଭର କରିବାରେ ପ୍ରଧାନ ମନ୍ତ୍ରୀ ଯେଉଁ ସଂକଳ୍ପ ନେଇଛନ୍ତି ତାକୁ ଏହାରି ମାଧ୍ୟମରେ ମୁଁ ପୂରଣ କରିବାକୁ ଚାହୁଁଛି । ଏହା ଦ୍ଵାରା ରୋଜଗାର ବଢିବ । ଗ୍ରୋଥ ହେବ ଓ ଟୂରିଜିନ ଆଗକୁ ବଢିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *