ଗୋଟେ ରାତିରେ ଫାଟିଥିବା ଗୋଇଠୀରୁ ପାଆନ୍ତୁ ରକ୍ଷା- Cracked Heels Remedy

ଥଣ୍ଡା ଦିନ ଚାଲିଛି ତେବେ ଏହି ଭଳି ସମୟରେ ଆମ ଶରୀରରେ ପାଣି ମାତ୍ରା ବହୁତ୍ କମି ଯାଇଥାଏ ଯାହା କାରଣରୁ ବହୁତ୍ ପ୍ରକାର ସମସ୍ୟା ମଧ୍ୟ ହେଇଥାଏ । ପାଣି ସେବନ ନକରିବା ଦ୍ବାରା ଆପଣଙ୍କ ଓଠ ଓ ଶରୀର ସବୁ ଶିଖିବାକୁ ଲାଗିଥାଏ । ଶରୀର ଅତ୍ୟଧିକ ଶୁଖିବା ଦ୍ବାରା କୁଣ୍ଡେଇ ହୋଇଥାଏ । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ କିନ୍ତୁ କମ ପାଣି ପିଇବା ଓ ବ୍ୟବହାର କରିବା ଦ୍ବାରା ଆମ ଗୋଇଠୀ ମଧ୍ୟ ଫାଟିବାକୁ ଲାଗିଥାଏ । ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା କରିବା ଦ୍ୱାରା ଗୋଟେ ରାତିରେ ଆପଣଙ୍କ ଫାଟିଥିବା ଗୋଇଠୀ ଭଲ ହୋଇଥାଏ ।

ଗୋଇଠୀ ପାଇଁ ବହୁତ୍ ପ୍ରକାର ଉପାୟ ମାର୍କେଟ ରେ ଆସିଛି କିନ୍ତୁ ବହୁତ୍ କମ ଏମିତି ଉପାୟ ଅଛି ଯାହା କରିବା ଦ୍ବାରା ସତରେ ଗୋଇଠୀ ଫାଟିବା ବନ୍ଦ ହୋଇଥାଏ । କିଛି ଲୋକଙ୍କ ଗୋଇଠୀ ଏହି ପ୍ରକାରରେ ଫାଟିଥାଏ ଯେ ରକ୍ତ ମଧ୍ୟ ବାହାରିଥାଏ ।

ଗୋଇଠୀ ଉପରେ ବହୁତ୍ କମ ଲୋକ ଧ୍ୟାନ ଦିଅନ୍ତି କିନ୍ତୁ କଷ୍ଟ ହେଲେ ସମସ୍ତଙ୍କ ଧ୍ୟାନ କେବଳ ପାଦ ଉପରେ ରହିଥାଏ । ତେବେ ଏହି ଉପାୟ କରନ୍ତୁ ଓ ଗୋଟେ ରାତିରେ ନିଜ ଗୋଇଠୀ ସଫା କରି ଦିଅନ୍ତୁ । ଆପଣଙ୍କୁ ଗୋଟେ ବଡ ଜାଗାରେ କିଛି ଗରମ ପାଣି ନବାକୁ ହବ ତା ପରେ ସେଥିରେ କିଛି ସାମ୍ପୁ ପକାନ୍ତୁ ଗୋଟେ ଲେମ୍ବୁ ଚୋପା ପକାନ୍ତୁ ଓ ଏହା ପରେ ପାଣି ଉଷୁମ ଦେଖିକି ସେଥିରେ ଗୋଡ ବୁଡ଼ାନ୍ତୁ ।

ମନେ ରଖିବେ ଯଦି ପାଦ ଅଧିକ ଫାଟିଚି ଆଉ ରକ୍ତ ବାହାରୁଚି ତେବେ ଲେମ୍ବୁ ପକାନ୍ତୁ ନାହିଁ । ପାଣିରେ ପାଦ ବୁଡ଼ାଇ ୧୦ ମିନିଟ୍ ରଖନ୍ତୁ ଏହା ପରେ ଆପଣ ଲେମ୍ବୁ ଚୋପାରେ ପାଦ ଘଷିକି ସଫା କରନ୍ତୁ । ଏହା ପରେ ଭଲ ଭାବରେ ସଫା ପାଣି ନେଇ ପାଦ ଧୁଅନ୍ତୁ ଏହା ପରେ ଆପଣ ପାଦ ଭଲ ଭାବରେ ପୋଛି ଦିଅନ୍ତୁ ।

ଏହା ପରେ ଧଳା ପେଷ୍ଟ ନିଅନ୍ତୁ କେବଳ ଅଧା ଚାମଚ୍ ଓ ତା ପରେ ବିଟାମିନ ବଟିକା ଦୁଇଟି ପକାନ୍ତୁ ଓ ତା ପରେ କିଛି ଲେମ୍ବୁ ରସ କିନ୍ତୁ ମନେ ରଖନ୍ତୁ ନିଜ ପାଦ ଫାଟିବା ଅନୁଯାଇ ଲେମ୍ବୁ ରସ ପକାଇବେ ନଚେତ ପୋଡ଼ିବ । ଏହି ସବୁ ଜିନିଷକୁ ଭଲ ଭାବରେ ମିଶାଇ ଦିଅନ୍ତୁ ଓ ପାଦରେ ଲଗାନ୍ତୁ ।

ମନେ ରଖନ୍ତୁ ଆପଣଙ୍କୁ ମିଶ୍ରଣ ଲଗେଇବା ବେଳେ ପାଦର କିଛି ମସାଜ୍ ମଧ୍ୟ କରିବାକୁ ହବ ଯାହା ଦ୍ଵାରା ମିଶ୍ରଣ ଭଲ ଭାବରେ ଫାଟିଲା ଜାଗାରେ ଯିବ । ଏହା ପରେ ଆପଣଙ୍କୁ ଜରି ବା ସକ୍ସ ଦ୍ବାରା ପାଦକୁ ଘୋଡାଇବାକୁ ହବ । ଆପଣଙ୍କୁ ପାଦ ରାତି ସାରା ଏମିତି ରଖିବାର ଅଛି ସକାଳେ ଉଠି ଆପଣ ନିଜେ ନିଜ ପାଦକୁ ଚିହ୍ନି ପାରିବେ ନାହିଁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *