February ମାସରେ କୁମ୍ଭ ରାଶିର ବଦଳିବ ଭାଗ୍ୟ, ମିଳିବ କିଛି ଖୁସି ଖବର

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ ୨୦୨୩ କୁମ୍ଭ ରାଶିର ବ୍ୟକ୍ତିଙ୍କ ପାଇଁ ଆସନ୍ତା ଫେବୃଆରି ମାସ କିପରି ରହିବ । ଗ୍ରହ ମାନଙ୍କର ଚଳନ କୁମ୍ଭ ରାଶିର ପାଇଁ କେମିତି ରହିବ ତାହା ମଧ୍ୟ କହିବୁ । କୁମ୍ଭ ରାଶିର ବ୍ୟକ୍ତି ଚଳିତ ମାସରେ ଯେଉଁ କର୍ମ କରିବେ ସେଥିରେ ସଫଳତା ମିଳିବ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ବ୍ୟବସାୟୀ ମାନେ ଭଲ ବ୍ୟବସାୟ କରି ପାରିବେ । ବିଭିନ୍ନ ସୂତ୍ରରୁ ଅର୍ଥ ଆଗମନ ହେବ ।

ସରକାରି ସୂତ୍ରରୁ ବି ଏହି ମାସରେ କିଛି ଲାଭବାନ ହେବାର ଯୋଗ ଅଛି । ବିଦ୍ୟାର୍ଥୀ ମାନେ ଏହି ମାସରେ ନିଶ୍ଚିନ୍ତ ଭାବେ ପାଠ ପଢା ପ୍ରତି ଆଗ୍ରହ ପ୍ରକାଶ କରିବେ । ଉଚ୍ଚ ଶିକ୍ଷାର ଯୋଗ ଅଛି । ଯେଉଁ ମାନେ ଚାକିରି ଅପେକ୍ଷାରେ ଅଛନ୍ତି ସେମାନଙ୍କୁ ନୂଆ ଚାକିରି ମିଳିବ । ମାସର ଅଧାରୁ ଯେଉଁ ମାନେ ଇଣ୍ଟରଭିୟୁ ଦେବେ ସେଥିରେ ସଫଳ ହେବେ । କର୍ମ ନିଯୁକ୍ତିର ନୂଆ ସୁଯୋଗ ଆସିବ । ନିଜର ଆର୍ଥିକ ସ୍ଥିତିକୁ ବି ସୁଦୃଢ କରିବେ ।

ରୋଜଗାର କ୍ଷମ ହେବେ । ପାରିବାରିକ କ୍ଷେତ୍ରରେ ମାସର ପ୍ରଥମାଅର୍ଦ୍ଧଟି ଭଲ ରହିବ । ମାସର ଅଧାରୁ ପରିବାରରେ ମହିଳା ସଦସ୍ଯଙ୍କୁ ନେଇ ବାଦ ବିବାଦ ହୋଇପାରେ । ତେଣୁ ଆପଣ ମାନେ ସତର୍କ ରୁହନ୍ତୁ । ଘର ପରିବାରକୁ ଯଦି ଆପଣ ଅବହେଳା କରନ୍ତି ତେବେ ଠିକ ହେବ ନାହି । ଦାଂପତ୍ଯ ଜୀବନରେ ତିକ୍ତତା ସୃଷ୍ଟି ହୋଇପାରେ । ଟିକେ ଟିକେ କଥାକୁ ନେଇ ଅସୁବିଧା ହୋଇପାରେ ।

ଜୀବନ ସାଥିଙ୍କ ର ସ୍ୱାସ୍ଥ୍ୟ ଜନିତ ସମସ୍ଯା ଆପଣଙ୍କୁ ବ୍ୟଥିତ କରିପାରେ । ଯାହା ପାଇଁ ଆପଣଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡିପାରେ । ନିଜର କ୍ରୋଧ ଓ ବାଣୀ ଉପରେ ସଂଯମତା ରକ୍ଷା କରନ୍ତୁ । ଏହା ଦ୍ଵାରା ବିବାଦ ହୋଇପାରେ । ଚଳିତ ମାସରେ ଆପଣଙ୍କର ଆର୍ଥିକ ସ୍ଥିତି ବିଷୟରେ କହିବାକୁ ଗଲେ ଏହି ମାସରେ ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଆପଣ ବହୁତ ଉନ୍ନତି କରିବେ । ଏହି ମାସରେ ଆପଣଙ୍କର ବାଣିଜ୍ୟ ବହୁତ ଭଲ ଚାଲିବ ।

ଅର୍ଥ ଆଗମନ ହେବ । ଖର୍ଚ୍ଚ ର ପରିମାଣ ବଢିପାରେ । ପୁଞ୍ଜି ନିବେଶ କରିବାକୁ ଚାହୁଁ ଥିଲେ ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ । ସ୍ୱାସ୍ଥ୍ୟ ବିଷୟରେ କହିବାକୁ ଗଲେ ମାସର ପ୍ରଥମ ଅର୍ଦ୍ଧ ଟି ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦେଖା ଯାଇପାରେ । ଏଥିପାଇଁ ଆପଣ ଯୋଗ, ବ୍ୟାୟାମ ଓ ପ୍ରାଣାୟମ ଆଦି କରନ୍ତୁ । ଏଥିପାଇଁ ଆସନ୍ତୁ ଜାଣିବା କିଛି ପ୍ରତିକାର ବିଷୟରେ । ଆପଣ ମଙ୍ଗଳବାର ଦିଅ ନିୟମିତ ଭାବେ ହନୁମାନ ଚାଳିସା ପାଠ କରନ୍ତୁ ।

ଏହା ସହ ହନୁମାନ ଙ୍କ ଦ୍ଵାଦଶ ନାମ ପାଠ କରନ୍ତୁ । କୁମ୍ଭ ରାଶିର ବ୍ୟକ୍ତି ଶନିବାର ଦିନ ଖାଦ୍ଯରେ କିଛି ଗୋଲମରୀଚ ସେବନ କରନ୍ତୁ । ଏହା ସହ ବୁଧବାର ରେ ନିୟମିତ ଭାବେ ସବୁଜ ଘାସ ଗାଈ ଙ୍କୁ ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ଗ୍ରହଙ୍କର ନେଗେଟିଭ ପ୍ରଭାବ ଦୂର ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *