ନମସ୍କାର ବନ୍ଧୁଗଣ । ଆଜିକାଲି ସୋସିଆଲ ମିଡିଆ ଏମିତି ଏକ ପ୍ଲାଟଫର୍ମ ହୋଇ ଗଲାଣି ଯାହାକି ୟୁଜର୍ସ ମାନଙ୍କ ପାଇଁ ବହୁତ ଭଲ ପରିଣାମ ନେଇ ଆସୁଛି ତ ଆଉ କିଛି କ୍ଷେତ୍ର ରେ ୟୁଜର୍ସ ମାନେ ସାଇବର ଠକାମିର ଶିକାର ହେଉଛନ୍ତି । ତେବେ ବର୍ତ୍ତମାନର ସୂଚନା ଅନୁଯାୟୀ ଯଦି ଆପଣ Gmail ବା hotmail ବ୍ୟବହାର କରୁଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । ଜିମେଲ ଓ ହଟ ମେଲ ଜରିଆରେ ୟୁଜର୍ସଙ୍କ ଫେସବୁକ ଆକାଉଣ୍ଟ ହ୍ୟାକ କରି ଦେଇଛନ୍ତି ସାଇବର ଠକ । କେମିତି ମେଲ ଜରିଆରେ ସାଇବର ଠକ ୟୁଜର୍ସଙ୍କ ଫେସବୁକ ଆକାଉଣ୍ଟକୁ ହ୍ୟାକ କରୁଛନ୍ତି ଆସନ୍ତୁ ଜାଣିବା ।
ପ୍ରକାଶ ପାଇଥିବା ସୂଚନା ଅନୁଯାୟୀ ଜିମେଲ ଓ ହଟ ମେଲ ବ୍ୟବହାରୀଙ୍କ ନିକଟକୁ ଏକ ଫ୍ରଡ ଇମେଲ ଫେସବୁକ ସପୋର୍ଟ ଟିମ ନାଁରେ ପଠାଯାଉଛି । ଏହି ଇମେଲ ଜରିଆରେ ୟୁଜର୍ସଙ୍କୁ ଟାର୍ଗେଟ କରି ତାଙ୍କର ଆକାଉଣ୍ଟ ଡିଟେଲ୍ସ ନେବାକୁ ଚେଷ୍ଟା କରୁଛି ସାଇବର ଠକ । ୟୁଜର୍ସଙ୍କ ନିକଟକୁ ପଠାଯାଉଥିବା ଫ୍ରଡ ଇମେଲରେ ଦାବି କରାଯାଉଛି କି ୟୁଜର୍ସଙ୍କ ଫେସବୁକ ଆକାଉଣ୍ଟ ରିସ୍କରେ ଅଛି ।
ଏହାକୁ କୌଣସି ମୂହୁର୍ତ୍ତରେ ବି ଡ଼ିଲିଟ କରିଦିଆ ଯାଇପାରେ । ନିଜ ଆକାଉଣ୍ଟକୁ ଯଦି ସୁରକ୍ଷିତ ରଖିବାକୁ ଚାହୁଛନ୍ତି ତେବେ ତଳେ ଦିଆଯାଇଥିବା ଲିଙ୍କ ଉପରେ କ୍ଲିକ କରନ୍ତୁ । କେବଳ ଏତିକି ନୁହେଁ ଆଉ ଜଣେ ୟୁଜର୍ସଙ୍କ ନିକଟକୁ ମେଲ ଆସିଥିଲା କି ଆପଣଙ୍କ ଫେସବୁକ ପେଜକୁ ଡ଼ିଲିଟ କରିବା ପାଇଁ ସିଡିଉଲ କରାଯାଇଛି । ଏହା କୌଣସି ମୂହୁର୍ତ୍ତରେ ବି ଡ଼ିଲିଟ ହୋଇପାରେ ।
କାହିଁକି ନାଁ କମ୍ୟୁନିଟି ଗାଇଡ ଲାଇନକୁ ଉଲଂଘନ କରିବା ଭଳି ପୋଷ୍ଟ ଆପଣଙ୍କ ପେଜରେ ହୋଇଛି । ଯଦି ୪୮ ଘଣ୍ଟା ଭିତରେ ଏହାର ଜବାବ ନ ମିଳେ ତେବେ ଆପଣଙ୍କ ପେଜକୁ ଡ଼ିଲିଟ କରି ଦିଆଯିବ । ଏଭଳି ଫ୍ରଡ ମେଲ ଆସିବା ସହ ତଳେ ଅପିଲ ନାଓ ବୋଲି ଏକ ବଟମ ଥିବ । ବଟମ ଉପରେ କ୍ଲିକ କରିବାକୁ କୁହାଯାଇଥିବ । ୟୁଜର୍ସ ଏହି ବଟମ ଉପରେ କ୍ଲିକ କରିବା ମାତ୍ରେ ଆପଣଙ୍କୁ ଏକ ଫେକ ଫେସବୁକ ପେଜକୁ ରିଡାଇରେକ୍ଟ କରାଯିବ ।
ଏଠାରେ ଆପଣ ନିଜର ସମସ୍ୟା ବାବଦରେ ଚ୍ୟାଟ କରିବା ପାଇଁ ସୁବିଧା ଦିଆଯିଥିବ । ଚ୍ୟାଟ କରିବା ଭିତରେ ଆପଣଙ୍କ ଆକାଉଣ୍ଟ ହ୍ୟାକ କରି ନେଉଛନ୍ତି ହ୍ୟାକର । ଯଦି କିଛି ଏଭଳି ଫ୍ରଡ ମେଲ ୟୁଜର୍ସଙ୍କ ପାଖକୁ ଆସୁଛି ବା ଯଦି କୌଣସି ଲିଙ୍କ ଉପରେ କ୍ଲିକ କରିବାକୁ କୁହାଯାଉଛି ତେବେ ଭୁଲରେ ବି ଲିଙ୍କ ଉପରେ କ୍ଲିକ କରନ୍ତୁ ନାହିଁ ।
କାରଣ ଏହି ଲିଙ୍କ ଉପରେ କ୍ଲିକ କରିବା ମାତ୍ରେ ୟୁଜର୍ସଙ୍କ ଫେସବୁକ ଆକାଉଣ୍ଟ ହ୍ୟାକର ହ୍ୟାକ କରି ସବୁ ତଥ୍ୟ ନେଇଯାଇପାରେ । ପରବର୍ତ୍ତୀ ମୁହୂର୍ତ୍ତରେ ଆପଣ ଅସୁବିଧାରେ ପଡ଼ିପାରନ୍ତି । ଏପରିକି ଆପଣଙ୍କ ଫେସବୁକ ଜରିଆରେ ଫୋନକୁ ହ୍ୟାକ କରି ଫୋନରୁ ସବୁ ଡାଟା ନେବା ସହ ବ୍ୟାଙ୍କ ଆକାଉଣ୍ଟକୁ ବି ଖାଲି କରିଦେଇପାରେ ହ୍ୟାକର । ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।