ଗୋଟିଏ ଗୀତ ଗାଇବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି Bollywood ର ଏହି 8 ଜଣ Singer, ନମ୍ବର 8 ଫିମେଲ Singer ତ ସବୁଠୁ ଅଧିକ ମହଙ୍ଗା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବଲିଉଡ ଫିଲ୍ମ ସଙ୍ଗୀତ ବିନା ପୂର୍ଣ ହୋଇନଥାଏ । ଫିଲ୍ମ ରେ ସଙ୍ଗୀତ ପାଇଁ ହିଁ ଦର୍ଶକ ମାନେ ଅଧିକ ପସନ୍ଦ କରିଥାନ୍ତି ଏବଂ ଆଗ୍ରହ ରଖିଥାନ୍ତି । ଫିଲ୍ମ ରିଲିଜ ହେବା ପୂର୍ବରୁ ଫିଲ୍ମ ର ଗୀତ ରିଲିଜ ହୋଇଥାଏ । ବର୍ତ୍ତମାନ ସମୟରେ ଅଭିନେତା ଅଭିନେତ୍ରୀ ମାନଙ୍କ ସହିତ ସିଙ୍ଗର ମାନଙ୍କ ମଧ୍ୟ ଲୋକପ୍ରିୟତା ବଢ଼ିବାରେ ଲାଗିଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଏଭଳି ୮ ଜଣ ସିଙ୍ଗରଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ଫିଲ୍ମ ରେ ଗୋଟିଏ ଗୀତ ଗାଇବା ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ଚାର୍ଜ କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ ।

୧. ନୀତି ମୋହନ- ବଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଗାୟିକା ଭାବରେ ‘ନୀତି ମୋହନ’ ପରିଚିତ । ସେ ବହୁତ ଫିଲ୍ମ ରେ ଗୀତ ଗାଇ ସାରିଛନ୍ତି ଏବଂ ଗୋଟିଏ ଫିଲ୍ମ ରେ ଗୀତ ଗାଇବା ନିମନ୍ତେ ସେ ୪ ରୁ ୫ ଲକ୍ଷ ଟଙ୍କା ଚାର୍ଜ କରନ୍ତି ।

୨. ଅଙ୍କିତ ତିୱାରୀ- ବଲିଉଡ ର ପ୍ରସିଦ୍ଧ ଗାୟକ ‘ଅଙ୍କିତ ତିୱାରୀ’ ନିଜର ଗୋଟିଏ ଗୀତ ଗାଇବା ନିମନ୍ତେ ୫ ଲକ୍ଷ ଟଙ୍କା ଚାର୍ଜ କରନ୍ତି ।

୩.ନେହା କକ୍କର- ବର୍ତ୍ତମାନ ବଲିଉଡ ଇଣ୍ଡଷ୍ଟ୍ରୀ ର ସବୁଠାରୁ ଲୋକପ୍ରିୟ ଗାୟିକା ଭାବରେ ‘ନେହା କକ୍କର’ ପରିଚିତ । ତାଙ୍କ ଗୀତ ବର୍ତ୍ତମାନ ବହୁତ ଅଧିକ ଭାଇରାଲ ମଧ୍ୟ ହେଉଛି । ଏହି କାରଣରୁ ସେ ଗୋଟିଏ ଗୀତ ଗାଇବା ନିମନ୍ତେ ୮ ରୁ ୧୦ ଲକ୍ଷ ଟଙ୍କା ଚାର୍ଜ କରନ୍ତି ।


୪.ଆତିଫ ଅସଲମ- ବଲିଉଡ ଇଣ୍ଡଷ୍ଟ୍ରୀ ରେ ସବୁଠାରୁ ଲୋକପ୍ରିୟ ଗାୟକ ଭାବରେ ପରିଚିତ ‘ଆତିଫ ଅସଲମ’ ଫିଲ୍ମ ରେ ଗୋଟିଏ ଗୀତ ଗାଇବା ନିମନ୍ତେ ୯ ଲକ୍ଷ ଟଙ୍କା ଚାର୍ଜ କରନ୍ତି ।

୫. ବିଶାଲ ଦଦ୍ଲାନୀ- ସିଙ୍ଗର ଏବଂ ମ୍ୟୁସିକ କମ୍ପୋସର ‘ବିଶାଲ ଦଦ୍ଲାନୀ’ ଫିଲ୍ମ ରେ ଗୋଟିଏ ଗୀତ ଗାଇବା ନିମନ୍ତେ ୧୦ ଲକ୍ଷ ଟଙ୍କା ଚାର୍ଜ କରନ୍ତି ।

୬. ସୋନୁ ନିଗମ- ‘ସୋନୁ ନିଗମ’ ଙ୍କ ସମସ୍ତ ଗୀତ ଦର୍ଶକ ମାନଙ୍କୁ ବହୁତ ମାତ୍ରାରେ ପସନ୍ଦ ଆସିଥାଏ ଏବଂ ସେ ନିଜର ପ୍ରତ୍ୟେକ ଗୀତ ପାଇଁ ୯ ରୁ ୧୦ ଲକ୍ଷ ଟଙ୍କା ଚାର୍ଜ କରନ୍ତି ।

୭. ଅରିଜିତ ସିଂ- ବଲିଉଡ ର କୌଣସି ଫିଲ୍ମ ଫ୍ଲପ୍ ହୋଇପାରେ କିନ୍ତୁ ସେହି ଫିଲ୍ମ ର ଗୀତ ଯଦି ‘ଅରିଜିତ ସିଂ’ ଗାଇଥାନ୍ତି ତେବେ ତାହା ନିଶ୍ଚିତ ଭାବରେ ସୁପରହିଟ ହୋଇଥାଏ । ଏହି ଗାୟକ ଗୋଟିଏ ଗୀତ ଗାଇବା ନିମନ୍ତେ ୧୩ ଲକ୍ଷ ଟଙ୍କା ଚାର୍ଜ କରନ୍ତି ।


୮. ଶ୍ରେୟା ଘୋଷାଲ- ବର୍ତ୍ତମାନ ସମୟର ସବୁଠାରୁ ପ୍ରସିଦ୍ଧ ସିଙ୍ଗର ହେଉଛନ୍ତି ‘ଶ୍ରେୟା ଘୋଷାଲ’ । ସେ ହାଇ କ୍ୱାଲିଟି ଗୀତ ଗାଇବା ପାଇଁ ପରିଚିତ ଅଟନ୍ତି । ସେ ଗୋଟିଏ ଗୀତରେ ନିଜର କଣ୍ଠ ଦାନ କରିବା ନିମନ୍ତେ ୧୮ ରୁ ୨୦ ଲକ୍ଷ ଟଙ୍କା ଚାର୍ଜ କରନ୍ତି । ବଲିଉଡ ଇଣ୍ଡଷ୍ଟ୍ରୀ ର ସବୁଠାରୁ ଦାମୀ ସିଙ୍ଗର ‘ଶ୍ରେୟା ଘୋଷାଲ’ ଅଟନ୍ତି ।

Leave a Reply

Your email address will not be published. Required fields are marked *