ଫୁସଫୁସ କୁ କିପରି ସଫା କରିପାରିବେ ?

ଆମେ କିଛି ଘରୋଇ ଜିନିଷ ସାହାଯ୍ୟ ରେ ଆମ ଫୁସଫୁସ କୁ କିପରି ସଫା କରିପାରିବ ସେହି ବିଷୟ ରେ ଜାଣିବା । ଆମ ଫୁସଫୁସ ବା ଲଙ୍ଗସ ଠିକ ଭାବ ରେ କାମ କରୁଛି କି ନାହିଂ କିପରି ଜାଣିବା ? ଯଦି ଆପଣଙ୍କୁ ବହୁତ ଶୀଘ୍ର ଥଣ୍ଡା କାଶ ଧରୁଥାଏ, ଅଳ୍ପ ପଲ୍ଯୁସନ କୁ ଯିବା ଦ୍ଵାରା ଆପଣଙ୍କ ନାକ ରୁ ପାଣି ଆସିବା ଆରମ୍ଭ ହୋଇଯାଏ, ଆଖି କୁଣ୍ଡେଇ ହେବାକୁ ଲାଗେ ବା ଛିଙ୍କ ହେବାକୁ ଲାଗେ ସାଥିରେ ଯଦି ଆପଣଙ୍କୁ ନିଶ୍ଵାସ ନେବାରେ ସମସ୍ୟା ଉତ୍ପନ୍ନ ହୁଏ ।

ଅଳ୍ପ ସିଡି ଚଢିବା ଓ ଅଳ୍ପ ଚାଲିବା ଦ୍ଵାରା ନିଶ୍ଵାସ ଫୁଲିବାକୁ ଲାଗେ । ତେବେ ଏହି ସବୁ ସମସ୍ୟା ଫୁସଫୁସ ଠିକ ଭାବ ରେ କାମ ନ କରିବା ଦ୍ଵାରା ହୋଇଥାଏ । ଆପଣ ଏହି ଘରୋଇ ଉପଚାର ଦ୍ଵାରା ଫୁସଫୁସ କୁ ସଫା କରିପାରିବେ ।

Image Courtesy: Google

ପ୍ରଥମତଃ କ୍ସ ଏକ୍ସରସାଇଜ, ଦ୍ଵିତୀୟ ରେ ଷ୍ଟିମ (ବାମ୍ଫ ନେବାକୁ ହେବ), ତୃତୀୟ ରେ ଏକ ସହଜ ଘରୋଇ ଡ୍ରିଙ୍କ ଯାହା ଆପଣ ଘରେ ବହୁତ ସହଜ ରେ ପ୍ରସ୍ତୁତ କରି ସେବନ କରି ପାରିରସାଇଜବେ । ପ୍ରଥମ କାମ ଆପଣଙ୍କୁ ଏକ ଏକ୍ସରସାଇଜ କରିବାକୁ ହେବ । ଯାହା ଆପଣଙ୍କ ଫୁସଫୁସ ବା ଲଙ୍ଗସ ର କାପାସିଟି କୁ ବଢାଇବା ପାଇଁ ଏକ ମହତ୍ତପୂର୍ଣ ଏକ୍ସରସାଇଜ ହେଉଛି ଡିପ ବ୍ରିଦିଙ୍ଗ (ଦୀର୍ଘ ନିଶ୍ଵାସ) । ଏହି ଏକ୍ସରସାଇଜ କୁ ଆପଣ ଘରେ, ଅଫିସ କିମ୍ବା ଯେ କୌଣସି ସ୍ଥାନ ରେ ବସି କରି ପାରିବେ ।

Image Courtesy: Google

ଆରମ୍ଭ ରୁ ଆପଣ ଏହା ୫ ମିନିଟ କରନ୍ତୁ । ତ ପରେ ଆପଣ ଧୀରେ ଧୀରେ ଏହାକୁ ବଢାଇ ୧୫ ମିନିଟ ପର୍ଯ୍ୟନ୍ତ କରି ପାରିବେ । ଡିପ ବ୍ରିଦିଙ୍ଗ କରିବା ପାଇଁ ପ୍ରଥମେ ଆପଣ ସିଧା ହୋଇ ବସନ୍ତୁ । ନିଶ୍ଵାସ କୁ ଟାଣି ୫-୧୦ ସେକେଣ୍ଡ ରଖନ୍ତୁ ୫ ସେକେଣ୍ଡ ପରେ ପ୍ରଶ୍ଵାସ କୁ ଧୀରେ ଧୀରେ କରି ବାହାରକୁ କାଢନ୍ତୁ । ଏହା ଦ୍ଵାରା ଆପଣଙ୍କ ଫୁସଫୁସ ବା ଲଙ୍ଗସ ର ଏକ୍ସରସାଇଜ ହୋଇଥାଏ । ଦ୍ଵିତୀୟ ରେ ଷ୍ଟିମ ବା ବାମ୍ଫ ନିଅନ୍ତୁ । ଥଣ୍ଡା ହେଲେ ଆମେ ଯେପରି ବାମ୍ଫ ନେଇଥାଉ ଠିକ ସେହିପରି ଆପଣ ମଧ୍ୟ ବାମ୍ଫ ନେଇପାରିବେ ।

Image Courtesy: Google

ଯଦି ସମ୍ଭବ ପାଣି ରେ ୫-୬ ବୁନ୍ଦା ଇକୋଲିପିସ ଅଏଲ (ନୀଳଗିରି ତେଲ) ମିଶାନ୍ତୁ । ଏହା ଆପଣଙ୍କୁ କୌଣସି ବି ମେଡ଼ିସିନ ଷ୍ଟୋର ରେ ମିଳି ପାରିବ। ଏହା ଆପଣଙ୍କ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । ପାଣି ରେ ଇକୋଲିପିସ ଅଏଲ କୁ ୫-୬ ବୁନ୍ଦା ପକାଇ ଏହାର ବାମ୍ଫ ନିଅନ୍ତୁ । ଲଙ୍ଗସ ବା ଫୁସଫୁସ କୁ ସଫା ରଖିବା ପାଇଁ ଆପଣ ଏହା କୁ ସପ୍ତାହ ରେ ଥରେ ବାମ୍ଫ ନିଅନ୍ତୁ । ତୃତୀୟ ରେ ଏକ ସହଜ ଉପରେ ପ୍ରସ୍ତୁତ କରିବା ଘରୋଇ ଡ୍ରିଙ୍କ ।

Image Courtesy: Google

ଏହା ର ସ୍ଵାଦ ବହୁତ ଖରାପ ହୋଇଥାଏ କିନ୍ତୁ ଉତ୍ତମ ସ୍ଵସ୍ଥ ନିମନ୍ତେ ଏହାକୁ ସେବନ ନିହାନ୍ତି କରନ୍ତୁ । ପ୍ରଥମେ ୧ ଲିଟର ପାଣି ନେଇ ଗ୍ୟାସ ରେ ବସନ୍ତୁ । ତ ପରେ ୧ ଇଞ୍ଚ ମାପ ରେ ଗୋଟେ ଅଦା ନିଅନ୍ତୁ ଏବଂ ହାଲକା ଛେଚି ପାଣି ରେ ପକାଇ ଦିଅନ୍ତୁ । ତା ପରେ ୧ ଚାମଚ ହଳଦୀ ଗୁଣ୍ଡ ଏଥିରେ ମିଶାନ୍ତୁ । ଗୋଟେ ପିଆଜ ନେଇ ତାକୁ ଛୋଟ ଛୋଟ ଖଣ୍ଡ କରି ତାହାକୁ ପାଣି ରେ ପକାନ୍ତୁ । ଏହି ୧ ଲିଟର ପାଣି କୁ ଗୋଟେ ଗ୍ଲାସ ପାଣି ହେବ ଯାଏ ଫୁଟାନ୍ତୁ ।

Image Courtesy: Google

ଏବଂ ତା ପରେ ଏହା କୁ ଥଣ୍ଡା ହବାକୁ ଛାଡି ଦିଅନ୍ତୁ । ଥଣ୍ଡା ହେବା ପରେ ଏହାକୁ ଗୋଟେ ଗ୍ଲାସ ରେ ଛାଣି ଦିଅନ୍ତୁ ଏବଂ ତା ପରେ ଗୋଟେ ଚାମଚ ମହୁ ମିଶାଇ ପିଇଦିଅନ୍ତୁ । ଏହି ଡ୍ରିଙ୍କ କୁ ମାସ ରେ ଥରେ ଟିଏ ସେବନ କରନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଫୁସଫୁସ ବା ଲଙ୍ଗସ ସଫା ରହି ଥାଏ । ଆଗକୁ ଏହିଭଳି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *