ମୋଦୀ ସରକାର ଦେଶର ସବୁ ଗରିବ ଲୋକମାନଙ୍କ ପାଇଁ ଏକ ଖୁସି ଖବର ନେଇ ଆସିଛନ୍ତି । କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଲ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବୁଦ୍ଧି କରିଛନ୍ତି । ଏହି ଯୋଜନା ୩୦ ନଭେମ୍ବରରେ ସମାପ୍ତ ହେବାର ଥିଲା । ଏହି ଯୋଜନାକୁ ସରକାର ଗତ ବର୍ଷ କରୋନା ପ୍ରକୋପ କାରଣରୁ ଓ ଆର୍ଥିକ ବ୍ୟବଧାନକୁ ନଜରରେ ରଖି ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଦ୍ଵାରା ପଞ୍ଜୀକୃତ ହୋଇଥିବା ଲାଭାର୍ଥୀମାନଙ୍କ ପାଇଁ କରିଥିଲେ ।
ଏହି ଯୋଜନା ଅନ୍ତର୍ଗତ ସରକାର ପାଖାପାଖି ୮୦ କୋଟି ଲାଭାର୍ଥୀମାନଙ୍କୁ ୫ କିଲୋ ଖାଦ୍ୟ ମାଗଣାରେ ଦେଉଥିଲେ । କିନ୍ତୁ ବର୍ତ୍ତମାନ ଏହି ସୁବିଧାକୁ ୪ ମାସ ଅର୍ଥାତ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।
ଏହି ବିଷୟରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର କ୍ୟାବିନେଟ ବୈଠକ ବସିବା ପରେ ସୂଚନା ଦେଇଥିଲେ । ସେ କହିଲେ କି ଏଥିପାଇଁ ସରକାର ୫୩,୩୪୪ କୋଟି ଟଙ୍କା ଖର୍ଚ କରିବେ । ବର୍ତ୍ତମାନ ପର୍ଯ୍ୟନ୍ତ ୬୦୦ ଲକ୍ଷ ମେଟ୍ରିକ ଟନ ସିକୃତି ପାଇସାରିଛି । ଏହି ଯୋଜନା ବଢିବା ପରେ ଏଥିରେ ମୋଟ ୨.୬ ଲକ୍ଷ କୋଟି ଟଙ୍କା ଖର୍ଚ ହେବ ।
ଅନୁରାଗ ଠାକୁର ଆଗକୁ କହିଲେ କି ତିନୋଟି କୃଷି ଆଇନ ବନ୍ଦ କରିବା ପାଇଁ କ୍ୟାବିନେଟ ମଞ୍ଜୁରୀ ଦେଇଛି । ଯେତେବେଳେ ସଂସଦର ଶୀତକାଲୀନ ଅଧିବେଶନ ଆରମ୍ଭ ହେବ ତେବେ ଏହି ବିଲକୁ ସଂସଦରେ ରଖାଯିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ ନଭେମ୍ବର ଦିନ କୃଷି ଆଇନକୁ ବନ୍ଦ କରିବା ପାଇଁ ଘୋଷଣା କରିଥିଲେ ଓ ଏମଏସପିକୁ ଆହୁରି ଅଧିକ ପ୍ରଭାବୀ କରିବା ପାଇଁ କମିଟି ଗଠନ କରିବାର ପ୍ରତିସୂତି ବି ଦେଇଥିଲେ ।
ପିଏମ ମୋଦୀ ଦେଶକୁ ଦେଇଥିବା ସମ୍ବୋଧନରେ ଏହି ମାସର ଶେଷ ସମୟରେ ଆରମ୍ଭ ହେବାକୁ ଯାଉଥିବା ସଂସଦର ଅଧିବେଶନରେ ତିନୋଟି କୃଷି ଆଇନକୁ ରିପିଲ କରିବାr ସାମ୍ଭିଧାନିକ ପ୍ରକ୍ରିୟା ପୁରା କରିବାର କଥା କହିଥିଲେ । ସେ ଜିରୋ ବଜେଟ ଚାଷ ଅର୍ଥାତ ପ୍ରାକୃତିକ ଚାଷକୁ ବୁଦ୍ଧି କରିବା ବିଷୟରେ ବି କହିଥିଲେ । ପିଏମ କହିଲେ କି ଆମେ ଖାସ କମିଟି ଗଠନ କରିବୁ ।
ଯାହା ଦେଶରେ ପରିବର୍ତ୍ତନ ହେଉଥିବା ସମୟକୁ ଧ୍ୟାନରେ ରଖି କ୍ରପ ପୈଟର୍ନକୁ ବୈଜ୍ଞାନିକ ଉପାୟରେ ବଦଳାଇବା ପାଇଁ, ଏମଏସପି ଆହୁରି ଅଧିକ ପ୍ରଭାବୀ ଓ ପାରଦର୍ଶୀ କରିବା ପାଇଁ କାର୍ଯ୍ୟ କରିବୁ । ଏହି କମିଟିରେ କେନ୍ଦ୍ର ସରକାର, ରାଜ୍ୟ ସରକାର, ଚାଷୀ, ବଜ୍ଞାନିକ ଓ କୃଷି ଅର୍ଥଶାସ୍ତ୍ରର ପ୍ରତିନିଧି ରହିବେ ।