ଏକ ଅଜବ ବାହାଘର କଲେ ଗାଁ ଲୋକେ, ବର ପାଇଁ ପଡିଲା ଟସ୍, ଜିତିବ ଯିଏ କନିଆଁ ହେବ ସିଏ, ପୁରା Video ଦେଖିଲେ ଆପଣଙ୍କ ହୋସ ଉଡିଯିବ

ଆପଣ ପ୍ରାୟତଃ ବାହାଘରକୁ ନେଇ ଭିନ୍ନ ଭିନ୍ନ ପ୍ରକାର ଖବର ଶୁଣିଥିବେ । କିନ୍ତୁ କଣ କେବେ ଶୁଣିଛନ୍ତି କି ବାହା ହେବା ପାଇଁ ଟସ ପଡିଛି । କିନ୍ତୁ ଏଠି ଗୋଟିଏ ଏମିତି ମାମଲା ସାମ୍ନାକୁ ଆସୁଛି ଯେଉଁଥିରେ ଗୋଟିଏ ପୁଅକୁ ବାହା ହେବା ପାଇଁ ଦୁଇ ଝିଅ ସାମ୍ନାକୁ ଆସିଲେ । ପୁଅ କାହାକୁ ବାହା ହେବ ଏହାକୁ ନେଇ ବିବାଦ ଆରମ୍ଭ ହେଲା । ଶେଷରେ ଦୁଇ ଜଣଙ୍କ ମଧ୍ୟରେ ଟସ ପଡିଲା । ବର୍ତ୍ତମାନ କର୍ଣାଟକର ଏହି ତ୍ରିକୋଣୀୟ ପ୍ରେମ କାହାଣୀ ଓ ପରେ ବିବାହ ଚର୍ଚ୍ଚାରେ ଅଛି ।

କର୍ଣାଟକର ହସନ ଜିଲ୍ଲାର ସକଳେସପୁର ଗାଁରେ ରହୁଥିବା ଜଣେ ୨୭ ବର୍ଷର ପୁଅ ପଡୋଶୀ ଗାଁରେ ରହୁଥିବା ଗୋଟିଏ ୨୦ ବର୍ଷର ଝିଅକୁ ଭଲ ପାଉଥିଲା । ଦୁଇ ଜଣ ଅନ୍ୟ ପ୍ରେମୀ ଯୋଡିଙ୍କ ଭଳି ପରସ୍ପରକୁ ଦେଖା କରୁଥିଲେ ଓ ସମୟ କାଟୁଥିଲେ । କିନ୍ତୁ କିଛି ମାସ ପରେ ସେହି ୨୭ ବର୍ଷର ପୁଅ ଅନ୍ୟ ଏକ ଝିଅର ସମ୍ପର୍କରେ ଆସିଲା ।

ଏହା ପରେ ସେହି ପୁଅ ଓ ସେହି ଝିଅ ମଧ୍ୟରେ ବି ଏକ ପ୍ରେମ ସମ୍ପର୍କ ଗଢି ଉଠିଲା । କିନ୍ତୁ ପ୍ରଥମ ଝିଅ ସହ ସେହି ପୁଅକୁ ଦେଖିବା ପରେ ଗାଁ ଲୋକମାନେ ଉଭୟ ପୁଅ ଓ ଝିଅ ଘରକୁ ଏହା ବିଷୟରେ କହି ଦେଲେ । କିନ୍ତୁ ପ୍ରଥମ ଝିଅ ଘର ଲୋକମାନେ ଏହି ବିବାହ ପାଇଁ ରାଜି ହୋଇ ନ ଥିଲେ । ଦ୍ଵିତୀୟ ଝିଅ ଏହି ସବୁ କଥା ଜାଣିବା ପରେ ସେ ନିଜର ଘର ଲୋକମାନଙ୍କୁ ନେଇ ପୁଅ ଘରକୁ ପହଞ୍ଚି ଗଲା । କିନ୍ତୁ ଏହି ସମୟରେ ହିଁ ଅସଲ କାହାଣୀ ଆରମ୍ଭ ହେଲା ।

ଏହି ଖବର ବିଷୟରେ ଜାଣିବା ପରେ ପ୍ରଥମ ଝିଅ ନିଜ ପରିବାର ଲୋକମାନଙ୍କୁ ରାଜି କରାଇ ବାହାଘର ପ୍ରସ୍ତାବ ନେଇ ପୁଅ ଘରକୁ ପହଞ୍ଚି ଗଲା । ଦୁଇ ଜଣ ଝିଅ ହିଁ ସେହି ପୁଅକୁ ବାହା ହେବା ପାଇଁ ଜିଦ କରିଲେ । ଏତିକି ନୁହେଁ ପ୍ରଥମ ଝିଅ ସେହି ପୁଅ ସହ ବାହା ହେବା ପାଇଁ ବିଷ ମଧ୍ୟ ପିଇ ଦେଇଥିଲା । କିନ୍ତୁ କିଛି ସମୟ ପରେ ପ୍ରଥମ ଝିଅଟି ସୁସ୍ଥ ହୋଇଯାଇଥିଲା । କହିଦେଉଛୁ କି ପୁଅ ଘର ଲୋକମାନେ ଧନୀ ଥିବାରୁ ଦୁଇ ଜଣ ବାହା ହେବା ପାଇଁ ଜିଦ ଧରି ବସିଲେ ।

କିନ୍ତୁ କୌଣସି ବି ପ୍ରକାରର ସମାଧାନ ବାହାରିଲା ନାହିଁ । ଶେଷରେ ଗାଁ ପଞ୍ଚାୟତରେ ଏହି ମାମଲା ପହଞ୍ଚିଲା । ଯେଉଁଠି ଗୋଟିଏ ଅଜବ ନିଷ୍ପତି ନିଆଗଲା । ପଞ୍ଚାୟତ ନିଷ୍ପତି ନେଲା କି ବାହାଘର ପାଇଁ ଦୁଇ ଝିଅ ମଧ୍ୟରେ ଟସ ପଡିବ ଓ ଯିଏ ଟସ ଜିତିବ ସେ ହିଁ ପୁଅକୁ ବାହା ହେବ ।

ଦୁଇ ଝିଅ ଓ ପୁଅ ଘର ଲୋକମାନଙ୍କ ଉପସ୍ଥିତିରେ ଟସ ପଡିଲା । ଶେଷରେ ବାହା ହେବା ପାଇଁ ଯେଉଁ ଝିଅ ବିଷ ପିଇ ଦେଇଥିଲା ସେ ହିଁ ଟସ ଜିତିଲା ଓ ସେ ହିଁ ସେହି ପୁଅକୁ ବାହା ହେଲା । ଫିଲ୍ମର କାହାଣୀ ଭଳି ଶୁଣିବାକୁ ମିଳୁଥିବା ଏହି ଘଟଣା ଅସଲ ଅଟେ ଓ ଏହା ଭାରତର କର୍ଣାଟକ ଜିଲ୍ଲାରେ ଘଟିଛି ।

Leave a Reply

Your email address will not be published. Required fields are marked *