ଗାଡି ଚାଳକଙ୍କ ପାଇଁ ଜରୁରୀ ସୂଚନା, ଦରକାର ନାହିଁ DL ଓ RC କାଗଜପତ୍ର ! କଣ ସଂପୂର୍ଣ୍ଣ ଖବର ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ଗାଡି ଚାଳକ ମାନକ ପାଇଁ ଏକ ଖୁସି ଖବର ରହିଛି । ସୂଚନା ଅନୁସାରେ ବର୍ତ୍ତମାନ ଗାଡି ଚାଳକ ମାନେ ଘରୁ ବାହାରିବା ସମୟରେ ଡ୍ରାଇଭିଙ୍ଗ ଲାଇସେନ୍ସ ବା DL, ରେଜିଷ୍ଟ୍ରେଶନ କାଗଜ ବା RC ଦରକାର ପଡିବ ନାହି । ଡିଜି ଲକର ପ୍ଲାଟଫର୍ମ ବା M ପରିବହନ ମୋବାଇଲ ଆପରେ ନିଜ ଡକୁମେଣ୍ଟ ଭାବେ ଡିଜିଟାଲ ରଖି ଗାଡି ଚାଳକ ମାନେ ଦେଖାଇ ପାରିବେ । ତେବେ ଆସନ୍ତୁ ଜଣାଇବା ଏହି ନୂଆ ନିୟମ କଣ ରହିଛି ଗାଡି ଚାଳକ ମାନଙ୍କ ପାଇଁ । ଡିଜି ଲକର ଏମିତି ଏକ ଉପାୟ ଯେଉଁଥିରେ ଆପଣ ଡ୍ରାଇଭିଙ୍ଗ ଲାଇସେନ୍ସ, ଭେକିଲ ସାର୍ଟିଫିକେଟ ଭଳି ଡକୁମେଣ୍ଟକୁ ସେଭ କରି ସୁରକ୍ଷିତ ରଖି ପାରିବେ ।

ଏଥିରେ ଆପଣ ଡକୁମେଣ୍ଟକୁ ସ୍କାନ କରି PDF ବା JPG ଫର୍ମାର୍ଟରେ ଅପଲୋଡ କରି ପାରିବେ । ସବୁଠାରୁ ଖାସ କଥା ହେଉଛି ଆପଣ ଏହି ଡକୁମେଣ୍ଟକୁ ଇ-ସ୍କାନ କରି ପାରିବେ । ଏହା ସେଲ୍ଫ ଆଟାଚ ଡକୁମେଣ୍ଟ ଭଳି କାମ କରିବ । ଡିଜି ଲକର ପାଇଁ କୌଣସି କପି ଗାଡି ଚାଳକ ମାନଙ୍କୁ ଦରକାର ପଡିବ ନାହି । ଡିଜିଆ ଲକର ଆପଣ ପ୍ରଥମେ ଆପଣ ନିଜ ଫୋନରେ ଡାଉନଲୋଡ କରନ୍ତୁ । ଏହାପରେ ଗେଟ ଷ୍ଟାଟେଡର ବିକଳ୍ପ ନଜର ଆସିବ । ଏହା ଉପରେ ଟ୍ୟାପ କରି କ୍ରିଏଟ ଆକାଉଣ୍ଟ ଉପରେ କ୍ଲିକ କରି ନାଁ, ଜନ୍ମ ତାରିଖ, ଫୋନ ନମ୍ବର, ଶିକୁରୀଟି ପିନ, ଇମେଲ ଆଇଡି, ଆଧାର ନମ୍ବର ଦେବାକୁ ହେବ ।

ଏ ସବୁ ତଥ୍ୟ ଦେବା ପରେ ଆପଣଙ୍କ ଫୋନକୁ ଏକ ଓଟିପି ଆସିବ । ଏହି ଓଟିପି ସବମିଟ କରିବା ପରେ ଆପଣ ୟୁଜର ନମ୍ବର ଦେବେ । ଏଠାରେ ଆପଣ କୌଣସି ୟୁଜର ନାମ ଦେଇ ପାରିବେ । ପରେ ତଳେ ଥିବା ଟ୍ୟାପ ଉପରେ ଓକେ ଉପରେ କ୍ଲିକ କରିଲେ ଆପଣଙ୍କ ଆକାଉଣ୍ଟ ତିଆରି ହେବ । ଏହା ପରେ ଡିଜି ଲକରର ଫେସ ଓପନ ହୋଇଯିବ । ଯେଉଁ ଡକୁମେଣ୍ଟକୁ ଆପଣ ସେଭ କରିବାକୁ ଚାହୁଁଛନ୍ତି ତାହା ଉପରେ କ୍ଲିକ କରନ୍ତୁ । ଏହା ପରେ ଆପଣଙ୍କ ସାମନାରେ ପପଅପ ଆସିବ । ଯେଉଁଠାରେ ଆପଣଙ୍କୁ ଅନୁମତି ମଗାଯିବ । ଏହା ପରେ ଏକ ଓଟିପି ଆସିବା ।

ଏହାକୁ ରେଜିଷ୍ଟର କରିବା ପରେ କଣ୍ଟିନ୍ୟୁ ଉପରେ ଟ୍ୟାପ କରନ୍ତୁ । ଏହା ପରେ ଆପଣଙ୍କ ଡକୁମେଣ୍ଟ ସେଭ ହୋଇଯିବ । ଏହିଭଳି ଭାବେ ଆପଣ ନିଜର ଆଧାର କାର୍ଡ, ପ୍ୟାନ କାର୍ଡ, ଡ୍ରାଇଭିଙ୍ଗ ଲାଇସେନ୍ସ ସେଭ କରି ପାରିବେ । ଯାହା ଗାଡି କାଗଜପତ୍ର ଯାଞ୍ଚ ସମୟରେ ସହାୟତା ହେବ । ଦିଲ୍ଲୀ ସରକାର ପରିବହନ ଜାରି କରିଥିବା ସୂଚନା ଅନୁସାରେ ଡିଜି ଲକର ଆପ ୧୯୮୮ ଅନୁଯାୟୀ ବୈଧ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *