ଘର ଛାଡି ଯିବା ଆଗରୁ ସ୍ଵାମୀ ଲେଖିଗଲା ଏମିତି, ‘ଏଲି… ମତେ ଭୁଲ ବୁଝିବନି ପ୍ଳିଜ, ମୁଁ ସବୁଦିନ ପାଇଁ ଘର ଛାଡି ଯାଉଛି’… ଏହା ପଛର କାରଣ ଜାଣି ଆପଣଙ୍କ ଆଖିରେ ଆସିଯିବ ଲୁହ

ବନ୍ଧୁଗଣ ନିଜ ଘରେ ଏମିତି ଏକ ହାତ ଲେଖା ଚିଠି ଛାଡି ଯାଇଛନ୍ତି ଉତ୍ତମ କୁମାର ପଣ୍ଡା । ସେହି ଚିଠି ରେ ଲେଖିଛନ୍ତି “ଏଲି ତୁମେ ମୋତେ ଭୁଲ ବୁଝିବନି । ମୁଁ ଘରକୁ ଆସିଥିଲେ ମୋ ମାକୁ ଓ ଛୁଆଙ୍କୁ ଦେଖିବା ପାଇଁ । ମତେ ଏତେ ବଡ ରୋଗ ହୋଇଛି ଜାଣିଥିଲେ କେବେ ବି ତୁମକୁ ବିବାହ କରିନ ଥାନ୍ତି । ଏଲି ପ୍ଳିଜ ମୋତେ କ୍ଷମା କରିଦେବ” । ବାଲେଶ୍ଵର ଜିଲ୍ଲା ସାରିଆ ଗାଁର ୩୫ ବର୍ଷୀୟ ଯୁବକ ଉତ୍ତମ । ସେ ବିବାହିତା ଓ ତାଙ୍କର କୁନି ଝିଅଟି ଅଛି ।

ଉତ୍ତମ ହରିୟାନାର ଏକ ଔଷଧ କମ୍ପାନୀରେ ଲାବ୍ରୋତୋରି ଆସିଷ୍ଟାନ୍ଟ ଭାବେ କାମ କରନ୍ତି । ଛୁଟିରେ ଘରକୁ ଆସିଥିବା ବେଳେ ଏମିତି ଏକ ହାତ ଲେଖା ଚିଠି ସେ କୁଆଡେ ଚାଲି ଯାଇଛନ୍ତି । ଏ ନେଇ ତାଙ୍କ ପରିବାର ଥାନାରେ ଏତାଲା ଦେଇଛନ୍ତି । ଉତ୍ତମ ଆହୁରି ମଧ୍ୟ ଚିଠିରେ ଲେଖିଛନ୍ତି ଯେ “ମୋ ରୋଗ ଏବେ ଚତୁର୍ଥ ସ୍ଟେଜରେ ଅଛି ଯାହା କେବେ ଠିକ ହେବ ନାହି ।

ଯେତିକି ଟଙ୍କା ମୋ ଚିକିତ୍ସାରେ ଖର୍ଚ୍ଚା ହୋଇଥାନ୍ତା ସେତିକି ଟଙ୍କାରେ ମୋ ଝିଅ ପାଠ ପଢି ପାରିବ । ବାପା, ମା, କାକା, କାକୀ, ଶାଶୁ, ଶ୍ଵଶୁର, ସ୍ତ୍ରୀ, ଝିଅ, ଭଉଣୀ କେହି ମୋତେ ଭୁଲ ବୁଝିବନି” । ମତେ କେହି ଖୋଜିବାକୁ ଚେଷ୍ଟା କରିବନି ଏତିକି ମୋର ଅନୁରୋଧ ବୋଲି ଉତ୍ତମ ଚିଠିରେ ଲେଖିଛନ୍ତି ।

ଗତ କାଲି ରାତିରେ ଉତ୍ତମ ଘରକୁ ନ ଫେରିବା ଦେଖି ପରିବାର ଲୋକେ ତାଙ୍କୁ ଫୋନ ଲଗାଇ ଥିଲେ । ଯେତେବେଳେ ସେ ଫୋନ ଉଠାଇ ନ ଥିଲେ ସେତେବେଳେ ତାଙ୍କ ରାମ ଚେକ କରା ଯାଇଥିଲା । ପରିବାର ଲୋକେ ଦେଖିଥିଲେ ଉତ୍ତମ ତାଙ୍କର ୩ଟି ଫୋନ ସହ ହାତ ଲେଖା ଚିଠି ଛାଡି ଯାଇଛନ୍ତି ।

ଉତ୍ତମଙ୍କର ଏହି ଚିଠି ପାଇବା ପରେ ପରିବାର ଲୋକେ ଦୁଖରେ ଭାଙ୍ଗି ପଡିଛନ୍ତି । ଜଳେଶ୍ଵର ସମେତ ଉତ୍ତମ କୁ ଅନ୍ୟ ସ୍ଥାନ ମାନଙ୍କରେ ଖୋଜା ଆରମ୍ଭ ହୋଇଛି । ଉତ୍ତମ ଏବେ କେଉଁଠି ଓ ତାଙ୍କ କେଉଁ ଅଜଣା ରୋଗ ହୋଇକି ଏ ସମ୍ପର୍କରେ ସେ ପରିବାର ଲୋକଙ୍କୁ ପୂର୍ବରୁ ଜଣାଇ ନାହାନ୍ତି ।

ତେବେ ତାଙ୍କ ସ୍ତ୍ରୀ ଏଲି ବର୍ତ୍ତମାନ ସ୍ଵାମୀଙ୍କର ଏପରି ହଟାତ କୁଆଡେ ଚାଲିଯିବା ନେଇ ପୂରାପୂରି ଭାଙ୍ଗି ପଡିଛନ୍ତି । ଉତ୍ତମଙ୍କର ଏଭଳି କଣ ହେଲା ଭାବି ପରିବାର ଲୋକେ ଚିନ୍ତା ରେ ପଡି ଯାଇଛନ୍ତି । ତେବେ କାଲି ଠାରୁ ତାଙ୍କ ଘର ଲୋକେ ଉତ୍ତମଙ୍କୁ ଖୋଜା ଖୋଜି କରୁଛନ୍ତି । କିନ୍ତୁ ଏ ଯାଏଁ ତାଙ୍କର କୌଣସି ସନ୍ଧାନ ମିଳି ନାହି । ତେବେ ପୋଲିସ ଏହି ମାମଲା ରେ ଆଗକୁ କଣ ପଦକ୍ଷେପ ତାହା ଦେଖିବାର ଅଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *