ସିଲିଣ୍ଡର ତଳେ କାହିଁଙ୍କି ଥାଏ ଛୋଟ ଛୋଟ କଣା ? ଦେଇଥାଏ ଏହି ସଂକେତ, ଘରେ Gas ସିଲିଣ୍ଡର ଅଛି ତ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ଯୁଗ ଯେଉଁ ଭଳି ଭାବେ ପରିବର୍ତ୍ତନ ହେଉଛି ଲୋକେ ମଧ୍ୟ ତା ସହ ପାଦ ମିଶାଇ ଆଗକୁ ବଢୁଛନ୍ତି । ଦିନ ଥିଲା ଲୋକେ ଚୂଲିରେ ରାନ୍ଧି ଖାଉଥିଲେ । କିନ୍ତୁ ଏବେ ପ୍ରାୟ ସମସ୍ତଙ୍କ ଘରେ ଗ୍ଯାସ ବ୍ୟବହାର କରା ଯାଉଛି । କିନ୍ତୁ ଆପଣ ଘରେ ବ୍ୟବହାର କରୁଥିବା ଗ୍ୟଶା ସିଲିଣ୍ଡର କୁ କେବେ ଭଲ ଭାବେ ଦେଖିଛନ୍ତି କି ? ସିଲିଣ୍ଡର ତଳେ ଛୋଟ ଛୋଟ ଛିଦ୍ର ରହିଛି । ସିଲିଣ୍ଡର ରେ ଏପରି ଛିଦ୍ର କାହିଁକି କରା ଯାଇଛି ଜାଣିଛନ୍ତି କି ?

ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା ଛୋଟ ଛୋଟ କଣା କିଭଳି ସିଲିଣ୍ଡରକୁ ସୁରକ୍ଷିତ ରଖିଥାଏ ଏବଂ ଆପଣଙ୍କ ପରିବାର କେମିତି ସୁରକ୍ଷିତ ରହିଥାଏ । ବନ୍ଧୁଗଣ ଲୋକଙ୍କ ସୁରକ୍ଷା ପାଇଁ ରହିଥାଏ ସିଲିଣ୍ଡର ତଳେ ଛୋଟ କଣା । ବିବାହ, ବ୍ରତ କିମ୍ବା ଭୋଜି ଭାତ ରେ ଏବେ ପ୍ରାୟ ଗ୍ଯାସରେ ରୋଷେଇ କାର ଯାଉଛି । ଆପଣ ନିଶ୍ଚୟ ଦେଖିଥିବେ ରୋଷେଇ ସମୟରେ ରୋଷେୟା ପାଣି ପାତ୍ର ରେ ସିଲିଣ୍ଡର ରଖିଥାନ୍ତି କିମ୍ବା ସେଥିରେ ଓଦା କପଡା ଗୁଡାଇ ଦେଇଥାନ୍ତି ।

କାହିଁକି ନା ଗରମ ଦିନରେ ରୋଷେଇ କରିବା ବେଳେ ସିଲିଣ୍ଡର ଗରମ ହୋଇଥାଏ । କିନ୍ତୁ ଗ୍ଯାସ ସିଲିଣ୍ଡରକୁ ପାଣି ପାତ୍ରରେ ନ ରଖିଲେ ବି ଗ୍ଯାସ ସିଲିଣ୍ଡର ଆପେ ଆପେ ନିଜକୁ ଥଣ୍ଡା କରିଥାଏ । ସିଲିଣ୍ଡର ତଳେ ଥିବା ଛୋଟ ଛୋଟ କଣା ଦ୍ଵାରା ପବନ ପାସ ହୋଇ ସିଲିଣ୍ଡର ଥଣ୍ଡା ହୋଇଥାଏ । ଯାହା ଫଳରେ ସିଲିଣ୍ଡର ଫଟାଇ ନ ଥାଏ । ରଙ୍ଗ ଓ ଆକାର ଏକା ଭଳି କାହିଁକି ହୋଇଥାଏ ଗ୍ଯାସ ସିଲିଣ୍ଡର ରେ ଆସନ୍ତୁ ଜାଣିବା ।

ଆପଣ ଦେଖିଥିବେ ସିଲିଣ୍ଡର ଯେଉଁ କମ୍ପାନୀ ର ହେଉ ନା କାହିଁକି ସବୁ ସିଲିଣ୍ଡର ର ରଙ୍ଗ ଓ ଆକାର ଏକା ଭଳି ହୋଇଥାଏ । ଘରୋଇ ସିଲିଣ୍ଡରର ରଙ୍ଗ ନାଲି ହେବାର କାରଣ ହେଉଛି ସିଲିଣ୍ଡରକୁ ଅତି ସହଜରେ ଦୂରରୁ ଦେଖାଯାଇ ପାରିବ । ଏହା ସହ ଟ୍ରାନ୍ସସେସନ ରେ ବି ସହଜ ହୋଇଥାଏ । ପୂର୍ବରୁ ଆମେ ଜାଣିଛୁ ଏଲପିଜି ର କୌଣସି ଗନ୍ଧ କିମ୍ବା ବାସ୍ନା ନ ଥାଏ । ଏପରି ସ୍ଥିତି ରେ ଯଦି କେବେ ଗ୍ଯାସ ଲିକ କରେ ତେବେ ବଡ ଦୁର୍ଘଟଣା ଘଟିବାର ସମ୍ଭାବନା ସୃଷ୍ଟି ହୋଇଥାଏ ।

ତେଣୁ ଯେବେ ସିଲିଣ୍ଡର ରେ ଗ୍ଯାସ ହରଜାଏ ସେତେବେଳେ ସିଲିଣ୍ଡର ରେ ଇଥାଇଲ ନାମକ ଗ୍ଯାସ ଭରି ଦିଆ ଯାଇଥାଏ । ଯାହା ଫଳରେ ଗ୍ଯାସ ଲିକ କରିବା ମାତ୍ରେ ଗନ୍ଧ ହୋଇଥାଏ ଓ ବଡ ଦୁର୍ଘଟଣା ହେବାରୁ ରକ୍ଷା ମିଳିଥାଏ । ଏଥିରୁ ଜଣା ପଡୁଛି ଗ୍ଯାସ ସିଲିଣ୍ଡର କୁ କେତେ ସାବଧାନ ସହ ତିଆରି କରାଯାଏ ଓ ସେଥିରେ ଗ୍ଯାସ ଭରାଯାଏ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *