ଗେମଚେଞ୍ଜର ହେବ ସ୍ପୁଟନିକ ଲାଇଟ୍… ସିଙ୍ଗଲ ଡୋଜ ହିଁ ପର୍ଯ୍ୟାପ୍ତ! ଜାଣନ୍ତୁ ସଂପୂର୍ଣ୍ଣ ତଥ୍ୟ

କ-ରୋ-ନାକୁ ରୋକିବା ପାଇଁ ବର୍ତ୍ତମାନ ସବୁ ଦେଶ ମିଳିତ ପ୍ରୟାସ କରୁଛନ୍ତି । ଏଥିପାଇଁ ସବୁ ଦେଶ ନିଜ ନିଜର ଦେଶବାସୀଙ୍କୁ କ-ରୋ-ନାର ଟିକା ବି ଦେଉଛନ୍ତି । ଭାରତରେ ବି କ-ରୋ-ନା ଟିକାକରଣ କରାଯାଉଛି । କିନ୍ତୁ ଭାରତରେ ଯେଉଁ କ-ରୋ-ନାର ଟିକାକରଣ କରାଯାଉଛି ସେଥିରେ ବହୁତ ସମୟ ଲାଗୁଛି । କାରଣ ଭାରତରେ ଯେଉଁ ଟୀକା କାରଣ କରାଯାଉଛି ତାହାର ପ୍ରଥମ ଡ଼ୋଜର ୨୮ ଦିନ ପରେ ଦ୍ଵିତୀୟ ଡୋଜ ଦିଆଯାଉଛି । ଏମିତିରେ ଋଷ ଦ୍ଵାରା ନିର୍ମିତ ଭ୍ୟାକସିନକୁ ଭାରତରେ ଦିଆଯିବ ବୋଲି କିଛି ରିପୋର୍ଟରେ ସାମ୍ନାକୁ ଆସୁଛି ।

ବର୍ତ୍ତମାନର ଖବର ଅନୁସାରେ କୁହାଯାଉଛି କି ଋଷ ଦ୍ଵାରା ନିର୍ମିତ କ-ରୋ-ନା ଭା-ଇ-ର-ସର ଭ୍ୟାକସିନ ଯାହାର ନାଁ ସ୍ପୁଟନିକ ଲାଇଟ୍ ରଖା ଯାଇଛି ତାହାକୁ କେବଳ ଗୋଟିଏ ଡୋଜରେ ହିଁ ଆପଣଙ୍କୁ କ-ରୋ-ନା ସହ ଲଢିବା ପାଇଁ ଆପଣଙ୍କ ଶରୀରକୁ ଶକ୍ତି ଦେବ ।

ବର୍ତ୍ତମାନ ସୁଦ୍ଧା ଯେତେ ବି ଭ୍ୟାକସିନ ସବୁ ବାହାରିଛି ସେବୁଥିରେ ଦୁଇଟି ଡୋଜ ଦିଆଯାଉଛି । ଯେଉଁଥିରେ ଅଧିକ ସମୟ ମଧ୍ୟ ଲାଗୁଛି । କିନ୍ତୁ ଋଷ ଦ୍ଵାରା ନିର୍ମିତ ଭ୍ୟାକସିନ ସ୍ପୁଟନିକ ଲାଇଟ୍ ଗୋଟିଏ ଡୋଜ ହିଁ ଜଣେ ବ୍ୟକ୍ତି ପାଇଁ ଦରକାର । ରସିଆନ ଡାଏରେକ୍ଟ ଡେଭଲପମେଣ୍ଟ ଫଣ୍ଡ ଓ ଗାମେଲିୟା ନେସନାଲ ରିସର୍ଚ ସେଣ୍ଟର ଅଫ ଇପିଡେମିଲୋଜି ଆଣ୍ଡ ମାଇକ୍ରୋ ବାୟୋଲଜି ମିଳିତ ପ୍ରୟାସରେ ଏହି ସ୍ପୁଟନିକ ଲାଇଟ୍ ଟିକାକୁ ତିଆରି କରିଛନ୍ତି ।

କହିଦେଉଛୁ କି ଋଷ ଦ୍ଵାରା ପୂର୍ବରୁ ନିର୍ମିତ ସ୍ପୁଟନିକ – ଭି ଟିକାକୁ ଉନ୍ନତିକରଣ କରି ଋଷର ବୈଜ୍ଞାନିକମାନେ ସ୍ପୁଟନିକ ଲାଇଟ୍ ପ୍ରସ୍ତୁତ କରିଛନ୍ତି । ସ୍ପୁଟନିକ-ଭି ର ଦୁଇଟି ଡୋଜ ନେବା ପରେ ଏହା ୯୦ ପ୍ରତିଶତ ପ୍ରଭାବୀ ହେଉଥିଲା । କିନ୍ତୁ ସ୍ପୁଟନିକ ଲାଇଟ୍ ର ଗୋଟିଏ ଡୋଜରେ ହିଁ ଏହା ୮୦ ପ୍ରତିଶତ କାମ କରୁଛି । ସ୍ପୁଟନିକ ଲାଇଟ୍ ର ଗୋଟିଏ ଡୋଜ ନେଇଥିବା ସମସ୍ତ ବ୍ୟକ୍ତିଙ୍କ ମଧ୍ୟରୁ ପ୍ରାୟତଃ ୯୧.୦୭ ପ୍ରତିଶତ ଲୋକମାନଙ୍କ ଶରୀରରେ ରୋ-ଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇ ଯାଉଛି ବୋଲି ଏକ ରିସର୍ଚ ମାଧ୍ୟମରେ ଜଣା ପଡୁଛି ।

ଏହା ସହିତ ଏହି ଭ୍ୟାକସିନର କୌଣସି ବି ପ୍ରକାରର ଗୁରୁତର ପାର୍ଶ୍ଵପ୍ରତିକ୍ରିୟା ଦେଖା ଯାଇ ନାହିଁ । ସ୍ପୁଟନିକ ଲାଇଟ ରଖିବା ପାଇଁ ବି ବହୁତ ସହଜ ଅଟେ । ଏହାକୁ ୨ ରୁ ୮ ଡିଗ୍ରୀ ସେଲସିୟସ ତାପମାତ୍ରା ମଧ୍ୟରେ ରଖି ହେବ । ଏହାର ମୂଲ୍ୟ ବି ୧୦ ଡଲାର ଠାରୁ କମ ଅଟେ । ଏହା ସହିତ କହିଦେଉଛୁ କି ଋଷ ଭାରତକୁ ୨୫ କୋଟି ସ୍ପୁଟନିକ – ଭି ଡୋଜ ଦେବାର ପ୍ରତିଶ୍ରୁତି ଦେଇଛି ଓ ଏହା ଛଡା ସ୍ପୁଟନିକ – ଭି ର ୮୫ କୋଟି ଡୋଜ ଭାରତୀୟ କମ୍ପାନୀ ପ୍ରସ୍ତୁତ କରିବ ବୋଲି ଋଷ ଅନୁମତି ମଧ୍ୟ ଦେଇଛି ।

ସ୍ପୁଟନିକ ଲାଇଟ୍ ଭ୍ୟାକସିନ ଋଷ ଛଡା ଭାରତ, ଦକ୍ଷିଣ କୋରିଆ, ଓ ଚୀନରେ ତିଆରି କରାଯିବ । ଏଥିପାଇଁ କିଛି ଦେଶର କମ୍ପାନୀମାନଙ୍କର ସାହାର୍ଯ୍ୟ ମଧ୍ୟ ନିଆଯିବ । ଭାରତ ସହ ବିଶ୍ଵର ଅନ୍ୟ ୬୦ ଟି ଦେଶକୁ ଋଷ ନିଜର ଭ୍ୟାକସିନ ସ୍ପୁଟନିକ – ଭି ବ୍ୟବହାର କରିବା ପାଇଁ ଅନୁମତି ଦେଇସାରିଛି । ପୁରା ବିଶ୍ଵରେ ବର୍ତ୍ତମାନ ପର୍ଯ୍ୟନ୍ତ ୨ କୋଟିରୁ ବି ଅଧିକ ଲୋକଙ୍କୁ ସ୍ପୁଟନିକ – ଭି ଭ୍ୟାକସିଁ ଦିଆ ସାରିଛି । ଏମିତିରେ ଭାରତରେ ବହୁତ ଜଲ୍ଦି ସ୍ପୁଟନିକ ଲାଇଟ୍ ଭ୍ୟାକସିଁ ବି ଆସିଯିବ । ଭାରତ ଭଳି ଜନ ସଂଖ୍ୟା ବହୁଳ ଦେଶରେ ସ୍ପୁଟନିକ ଲାଇଟ୍ ଗୋଟିଏ ଡୋଜ ବହୁତ ସହଯୋଗକାରୀ ହେବ । ଏହା ସହିତ ସମସ୍ତେ ଅଳ୍ପ ସମୟରେ ସମସ୍ତେ ଟିକା ନେଇ ପାରିବେ ।

Leave a Reply

Your email address will not be published. Required fields are marked *