ଗଣେଶଙ୍କର ଏହି ଧାତୁରେ ପ୍ରସ୍ତୁତ ମୂର୍ତ୍ତିର କରନ୍ତୁ ପୂଜା, ଦାରିଦ୍ରତା ହେବ ଦୂର, ଫସିଥିବା ଧନ ମଧ୍ୟ ଫେରି ପାଇବେ

ହିନ୍ଦୁ ଧର୍ମରେ ସମସ୍ତ ଦେବା ଦେବୀଙ୍କ ମଧ୍ୟରେ ଭଗବାନ ଗଣେଶଙ୍କୁ ଅଧିକ ମହତ୍ଵ ଦିଆଯାଏ । ସେଥିପାଇଁ ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସର୍ବ ପ୍ରଥମେ ଭଗବାନ ଗଣେଶଙ୍କର ପୂଜା ଅର୍ଚ୍ଚନା କରାଯାଏ । ଏମିତି କରିବା ଦ୍ଵାରା ଆପଣଙ୍କ କାର୍ଯ୍ୟରେ କୌଣସି ପ୍ରକାରର ବିଘ୍ନ ହୋଇ ଆସି ନଥାଏ । ସମସ୍ତ କାର୍ଯ୍ୟ ସଫଳତା ପୂର୍ବକ ସମ୍ପନ୍ନ ହୋଇଥାଏ ।

ଭଗବାନ ଗଣେଶଙ୍କୁ ବିଘ୍ନହର୍ତ୍ତା ବି କୁହାଯାଏ । ଆପଣମାନେ ଭଗବାନ ଗଣେଶଙ୍କର ବିଭିନ୍ନ ଧାତୁରେ ପ୍ରସ୍ତୁତ ମୂର୍ତ୍ତିର ପୂଜା କରିଥିବେ । କିନ୍ତୁ ଯଦି ଆପଣ ଚାନ୍ଦିରେ ନିର୍ମିତ ଗଣେଶଙ୍କର ମୂର୍ତ୍ତିକୁ ପୂଜା କରୁଛନ୍ତି ତେବେ ଆପଣଙ୍କୁ ବିଶେଷ ଲାଭ ପ୍ରାପ୍ତ ହୋଇଥାଏ ।

ଆସନ୍ତୁ ଜାଣିବା ଭଗବାନ ଗଣେଶଙ୍କର ଚାନ୍ଦିର ପ୍ରତିମାର ପୂଜା କରିବା ଦ୍ଵାରା କେଉଁ ସବୁ ସମସ୍ୟାର ହେବ ସମାଧାନ

·    ଏମିତି କୁହାଯାଏ କି ଯେଉଁ ବ୍ୟକ୍ତି ଭଗବାନ ଗଣେଶଙ୍କର ଚାନ୍ଦିର ପ୍ରତିମାକୁ ପୂଜା କରିଥାନ୍ତି ତାଙ୍କ ଜୀବନରେ କେବେ ବି ଧନ ସମ୍ବନ୍ଧିତ ସମସ୍ୟା ହୋଇ ନ ଥାଏ । ବ୍ୟକ୍ତିଙ୍କୁ ଆର୍ଥିକ ଲାଭ ପ୍ରାପ୍ତି ହୋଇଥାଏ ।

·    ଯଦି କୌଣସି ବ୍ୟକ୍ତିଙ୍କୁ ଚାକିରି ମିଳୁ ନାହିଁ ତେବେ ସେମାନଙ୍କୁ ବିଶେଷ ଭବାରେ ଭଗବାନ ଗଣେଶଙ୍କର ଚାନ୍ଦିରେ ନିର୍ମିତ ପ୍ରତିମାର ପୂଜା ଅର୍ଚ୍ଚନା କରିବା ଆବଶ୍ୟକ । ଏହା ଛଡା ଆପଣଙ୍କର ଅଟକି ରହିଥିବା ଧନ ବି ଫେରି ଆସିବ । ଏହା ସହିତ ଧ୍ୟାନ ରଖିବେ କି ଆପଣ ଭଗବାନ ଗଣେଶଙ୍କର ମୂର୍ତ୍ତିକୁ ତମ୍ବା ଥାଳିରେ ରଖି ନିଜର ଘର ମନ୍ଦିରରେ ସ୍ଥାପିତ କରନ୍ତୁ ଏବଂ ଭଗବାନ ଗଣେଶଙ୍କର ଆକାର ଛିଡା ହୋଇଥିବା ସ୍ଥିତିରେ ହେବା ଆବଶ୍ୟକ ।

·    ଏହି ପ୍ରତିମାକୁ ପୂଜା କରିବା ଦ୍ଵାରା ଆପଣଙ୍କ ପରିବାରରେ ସମସ୍ତ ପ୍ରକାରର ବାଦ ବିବାଦ ଦୂର ହୋଇଯିବ । ଆପଣଙ୍କ ଘରେ ସୁଖ ଶାନ୍ତି ରହିବ ଏବଂ ଆପଣ ନିଜ ଘରେ ଜଲ୍ଦି ହିଁ ଖୁସି ଖବର ଶୁଣି ପାରିବେ ।

·    ଆପଣ ଗଣେଶଙ୍କର ପ୍ରତିମା ପାଖରେ ଭଗବାନ ଶିବ ଏବଂ ପାର୍ବତୀଙ୍କର ବି ପ୍ରତିମା ସ୍ଥାପିତ କରନ୍ତୁ । ଏହା ପରେ ଷ୍ଟିଲ ଥାଳିରେ ଚାଉଳ, ଦହି, ଘିଅ ଏବଂ ଚିନି ରଖି ପୁରା ଶ୍ରଦ୍ଧାର ସହ ପୂଜା ଅର୍ଚ୍ଚନା କରନ୍ତୁ । ଶେଷରେ କର୍ପୁର ଆଳତୀ ବି କରନ୍ତୁ ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *