ଗଣେଶ ପୂଜା ଦିନ ଘରକୁ ଆଣନ୍ତୁ ଏହି ୫ ଟି ଜିନିଷ ଘରକୁ ଆସିବ ସୁଖ ଓ ସଂମୃଦ୍ଧି

ପବିତ୍ର ଗଣେଶ ପୂଜା ସେପ୍ଟେମ୍ବର ମାସ ୧୦ ତାରିଖରେ ପଡୁଛି । ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀକୁ ଗଣେଶ ପୂଜା ଭାବେ ପାଳନ କରା ଯାଇଥାଏ । ଏହି ଦିନ ଭଗବନା ଗଣେଶଙ୍କର ପୂଜା କରିବାର ବିଶେଷ ମହତ୍ଵ ରହିଛି । ଏହି ଦିନ ପ୍ରଭୁ ଗଣେଶଙ୍କୁ ବିଧି ବିଧନା ସହ ପୂଜା କରିଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ମାନ୍ୟତା ରହିଛି । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ପବିତ୍ର ଗଣେଶ ପୂଜା ଦିନ ଘରକୁ ଆଣିଲେ ଘରେ ସୁଖ ସମୃଦ୍ଧି ଆସିବା ସହ ଧନ ସମସ୍ଯା ରହିବ ନାହି ।

୧- ଗଣେଶଙ୍କ ମୂର୍ତ୍ତି : ପ୍ରଭୁ ଗଣେଶଙ୍କୁ ବିଘ୍ନକର୍ତ୍ତା ବୋଲି କୁହାଯାଏ । ଯଦି ଆପଣଙ୍କ ଜୀବନରେ କିଛି ସମସ୍ଯା ରହିଥାଏ ତେବେ ଏହି ଦିନ ଭଗବାନ ଗଣେଶଙ୍କ ମୂର୍ତ୍ତି ନିଜ ଘରକୁ ଆଣନ୍ତୁ । ଏହା ଦ୍ଵାରା ଆପଣଙ୍କ ଜୀବନରେ ସବୁ ସମସ୍ୟାର ନିବାରଣ ହେବ ।

୨- ନଡିଆ : ଗଣେଶ ପୂଜା ଦିନ ପ୍ରଭୁଙ୍କ ନିକଟରେ ନଡିଆ ଭୋଗ ଲଗାଇଲେ ବହୁତ ଶୁଭ ହୋଇଥାଏ । ଏହା ଦ୍ଵାରା ଆପଣଙ୍କ ଜୀବନରେ ସଫଳତାର ମାର୍ଗ ଖୋଲି ଯାଇଥାଏ । ନଡିଆ ଘରକୁ ଆଣିଲେ ଖରାପ ଶକ୍ତିର ବିନାଶ ହୋଇ ସକାରାତ୍ମକ ଊର୍ଜାର ପ୍ରବେଶ ହୋଇଥାଏ । ତେଣୁ ଗଣେଶ ପୂଜା ଦିନ ନଡିଆ ଆଣି ଭୋଗ ଲଗାନ୍ତୁ ।

୩- ମୟୁର ପଙ୍ଖ : ଯଦି ଆପଣଙ୍କ ଜୀବନରେ ଧନ ସହ ଜଡିତ କିଛି ସମସ୍ଯା ରହିଥାଏ ତେବେ ଗଣେଶ ପୂଜା ଦିନ ମୟୂର ପଙ୍ଖ ଘରକୁ ଆଣନ୍ତୁ । ମୟୂର ପଙ୍ଖ କିଣିବା ସମୟରେ ଭଗବାନ କୃଷ୍ଣଙ୍କର ନାମ ନେଇ କିଣନ୍ତୁ । ଏହା ଦ୍ଵାରା ଧନର ଅଭାବ ରହିବ ନାହି ।

୪- ଉଇଣ୍ଡ ଚାଇମ୍ସ : ପବିତ୍ର ଗଣେଶ ପୂଜା ଦିନ ଇଉଣ୍ଡ ଚାମ୍ସ ନିଜ ଘରକୁ ଆଣନ୍ତୁ । ଏହାର ଶବ୍ଦ ଦ୍ଵାରା ଘରେ ବାତାବରଣ ଶୁଦ୍ଧ ରହିଥାଏ । ଏହା ସହ ଘରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ।

୫- କ୍ରିଷ୍ଟାଲ ଗୋଲ : ପେନସୁଇ ଅନୁଯାୟୀ କୃଷ୍ଟଲା ଗ୍ଲୋବ ନିଜ ଭିତରେ ପ୍ରକାଶ ସମାହିତ କରି ରଖିଥାଏ । ଏହାକାଉ ଗୃହରେ ରଖିବା ଦ୍ଵାରା ସକାରାତ୍ମକ ଶକ୍ତି ସହ ଘରେ ହସ ଖୁଶିର ବାତାବରଣ ରହିଥାଏ ।

ଏହି ପବିତ୍ର ଗଣେଶ ପୂଜା ଦିନ ଗୃହ କୁ ଏହି ୫ଟି ଜିନିଷ ଆଣିଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ଦ୍ଵାରା ଆପଣଙ୍କ ଜୀବନରେ ଚାଲିଥିବା ସମସ୍ୟାର ନିବାରଣ ହେବା ସହ ଧାନର ଅଭାବ ରହିବ ନାହି । ଆପଣ ନିଜ ଜୀବନରେ ସଫଳତାର ଶୀର୍ଷ ରେ ପହଞ୍ଚି ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *