ବନ୍ଧୁଗଣ ଯଦି ଆପଣ ମାନେ ଗର୍ଭ ଧାରଣ ପାଇଁ ପ୍ଳାନ କରୁଛନ୍ତି ତେବେ ଆପଣଙ୍କୁ ଆଜି ଆମେ କିଛି ଟିପ୍ସ ବିଷୟରେ କହିବାକୁ ଯାଉଛୁ । ମହିଳା ମାନେ ନିଜର ଦୈନିକ ରୁଟିନ ପ୍ରସ୍ତୁତ କରିବା ଉଚିତ ଯେଉଁଥିରେ ସେମାନଙ୍କର ଦିନ ତମାମ କଣ କଣ କାମ କରିବେ ତାହା ଲେଖାଥିବ । ପ୍ରତିଦିନ ମହିଳା ୧୫ରୁ ୨୦ ମିନିଟ ଯାଏଁ ବ୍ୟାୟମ ବା ଯୋଗ କରିବା ଉଚିତ । ଏହା ଦ୍ଵାରା ଶରୀରରେ ଡାଇବେଟିସ, ବ୍ଲଡ଼ ପ୍ରେସର ସମସ୍ଯା କମ ରହିବ । ଏହା ବ୍ଯତୀତ ନିଜର ଖାଦ୍ୟପେୟ ଉପରେ ଧ୍ୟାନ ଦେବା ଉଚିତ ।
କ୍ୟାଲସିୟମ, ପ୍ରୋଟିନ, ଆଇଆରଣ ଯୁକ୍ତ ଖାଦ୍ୟ ନେବା ଉଚିତ । ଏହା ବ୍ଯତୀତ ମଲ୍ଟି ଭିଟାମିନ ମେଡ଼ିସିନ ଖାଇବେ ଯାହା ଦ୍ଵାରା ଶରୀରରେ ଫୁର୍ତ୍ତି ଆସିଥାଏ । ସକାଳର ପ୍ରଥମ ସୂର୍ଯ୍ୟ କିରଣ ଶରୀରରେ ପଡିବା ଉଚିତ । ପନିପରିବା, ଫଳ ଆଦି ସେବନ କରିବା ଉଚିତ । ଅଧିକ ତେଲ ଜାତୀୟ ଖାଦ୍ୟ, ଲୁଣ ଜାତୀୟ ଖାଦ୍ୟ, ମିଠା ଜାତୀୟ ଖାଦ୍ୟ, ଫାଷ୍ଟ ଫୁଡ ସେବନ କରିବା ଅନୁଚିତ ।
ଯେବେ ଆପଣ ଗର୍ଭ ଧାରଣ ପାଇଁ ପ୍ଳାନ କରୁଛନ୍ତି ତେବେ ଡାକ୍ତରଙ୍କ ସହ ପରାମର୍ଶ କରି ଏକ ଚାଟ ପ୍ରସ୍ତୁତ କରିବେ । ଆପଣଙ୍କ କଣ ସମସ୍ଯା ରହିଛି ତାହା ଡାକ୍ତରଙ୍କ ଠାରୁ ପରାମର୍ଶ ନେବେ । ଯଦି ଆପଣ ମୋଟା ଅଛନ୍ତି ତେବେ ମୋଟାପଣ କମ କରିବା ପାଇଁ ଚେଷ୍ଟା କରିବେ ।
ଏହା ଛଡା ଫଲିକ ଏସଡି ଯାହା ଡାକ୍ତର ମାନେ ପରାମର୍ଶ ଦେଇଥାନ୍ତି ଯାହାର ସେବନ ଗର୍ଭ ଧାରଣ କରିବାର ୩ ମାସ ପୂର୍ବରୁ କରିବାକୁ ହେବ । ଯଦି ମହିଳାଙ୍କ ଠାରେ ଭିଟାମିନ-ଡି ଲେବଲ କମ ରୁହେ ତେବେ ଛୁଆର ଓଜନ ଠିକ ରହିବ ନାହି । ତେବେ ଗର୍ଭ ଧାରଣ କରିବା ପୂର୍ବ ରୁ ଓଜନ, ବ୍ଲଡ଼ ପ୍ରେସର, ଡାଇବେଟିସ ଚେକ କରିବା ସହ ଅଣ୍ଡର କଣ୍ଟ୍ରୋଲ ରହିବା ଦରକାର ।
ଆଉ ଏହା ଠାରୁ ସବୁଠାରୁ ବଡ କଥା ହେଉଛି ଯଦି ସ୍ମୋକିଂ ଅଭ୍ଯାସ ବା ମଦ୍ୟପାନ କରିବାର ଭଳି ଖରାପ ଅଭ୍ଯାସ ରହିଛି ତେବେ ବନ୍ଦ କରିବା ଦରାକର । ଆଜିକାଲିର ଜୀବନରେ ମାନସିକ ଚାପ ରହିଛି । ତେଣୁ ନିଜର ମାନସିକ ଚାପକୁ ଦୂରେଇ ରଖିବା ଉଚିତ ।
ଯେତେବେଳେ ମହିଳା ଡାକ୍ତରଙ୍କ ସହ ଭେଟ କରନ୍ତି ସେହି ସମୟରେ ତାଙ୍କର ଖାଦ୍ୟପେୟ, ଜୀବନ ଶୈଳୀ, ମାନସିକ ଚାପ ବିଷୟରେ ପଚାରିବେ ସହ ତାଙ୍କର ପୂର୍ବରୁ ମିସକ୍ୟାରେଜ ହୋଇଥିଲା କି ନାହି, ଜଲ୍ଦି ଅପରେସନ ହୋଇଥିଲା କି ନାହି, ପିରିଏଡ ଠିକ ଭାବେ ହେଉଛି କି ନାହି କମ୍ବା ପ୍ରେଗେନେଂସୀ ସମୟରେ ବ୍ରୀଡିଙ୍ଗ ଏହୁଛି କି ନାହି ତାହା ଜାଣିବା ଉଚିତ ।
ରୋଗୀର ସୁଗାର ଲେବଲ ଓ ବ୍ଲଡ଼ ପ୍ରେସର ଠିକ ରହୁଛି କି ନାହି ତାହା ଚେକ କରିବା ଉଚିତ । ଏହା ବ୍ଯତୀତ ପୂର୍ବରୁ ଯଦି କୌଣସି କାରଣ ପାଇଁ ମେଡ଼ିସିନ ଖାଉଛନ୍ତି ତେବେ ତାହା ଚେକ କରିବା ଉଚିତ । ଅଲ୍ଟ୍ରାସାଉଣ୍ଡ ଗର୍ଭ ଧାରଣ ସମୟରେ କରିବା ନିହାତି ଜରୁରୀ ଅଟେ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।