ଗରମ ପାଣି ପିଇବା ଦ୍ଵାରା ୯ଟି ବଡ ଲାଭ- Swami Ramdev

ବନ୍ଧୁଗଣ କଥାରେ ଅଛି ପ୍ରଥମ ସୁଖ ହେଉଛି ନିରୋଗୀକାୟା । ଯଦି ଆମେ କୌଣସି ବିମାରିରେ ଆକ୍ରାନ୍ତ ହୋଇଥାଉ ତେବେ ଏହି କଥାଟିର ତାର୍ପର୍ଜ୍ୟ ଆମ୍ଭେମାନେ ବେସ୍ ଭଲ ଭାବେ ବୁଝିଥାଉ । ଆମଠାରେ ଦେଖାଯାଉ ଥିବା ଅଧିକାଂଶ ବେମାରି ଆମର ଅଜ୍ଞାନତା, ଖରାପ ଦ୍ରବ୍ଯର ବ୍ୟବହାର, ତଥା ଆମର ରହଣି ଶୈଳୀକୁ ନେଇ ଆଧାରିତ । ଯଦି କିଛି ପରିବର୍ତନ ଦ୍ଵାରା ଆମେ ନିଜକୁ ନିରାମୟ ରଖିଥାଉ ତେବେ ସେହି ବିଷୟ ବସ୍ତୁ ଉପରେ ଧ୍ୟାନ ଦେବା ଆବଶ୍ୟକ । ଆସନ୍ତୁ ଜାଣିବା ସେହି ସବୁ ପଦ୍ଧତି ଗୁଡିକ କଣ ଅଟେ ।

ବନ୍ଧୁଗଣ ଆମ୍ଭେମାନେ ନିଜର ନୀତିଦିନ ଜୀବନରେ ଜଳ ସେବନ କରିଥଯାଉ । ମାତ୍ର ଯଦି ଦିନକୁ ୩ ରୁ ୪ ଥର ଗରମ ପାଣି ଆମ୍ଭେମାନେ ପଈଥାଉ ତେବେ, ତାହା ଆମ ଶରୀରକୁ ବହୁତ ବେମାରି ଠାରୁ ଦୂରରେ ରଖିଥାଏ । ଗରମ ପାଣି ସେବନ ଦ୍ଵାରା ବହୁତ ଉପକାର ହୋଇଥାଏ । ୧- ବନ୍ଧୁଗଣ ଯଦି ଆମେ ସକାଳୁ ଉଠିବା ପରେ ଏବଂ ରାତିରେ ଶୋଇବାର ୧ ଘଣ୍ଟା ଆଗରୁ ଗରମ ପାଣିର ସେବନ କରିଥାଉ, ତେବେ ତାହା ଆମ ଶରୀରକୁ ଡିଟୋକ୍ସିଫାୟ କରିଥାଏ ।

କାରଣ ଯେତେବେଳେ ଆମେ ଗରମ ପାଣି ସେବନ କରିଥାଉ ଆମ ଶରୀରର ଉତାପକୁ ବୃଦ୍ଧି କରାଇ ଆମ ଶରୀରରେ ଝାଳ ବୋହିବା ଆରମ୍ଭ କରିଦେଇଥାଏ । ଯଦି ଆପଣ ଚାହିଁବେ ସକାଳେ ଗରମ ପାଣି ସହିତ ଲେମ୍ବୁ ଚିପୁଡି ମଧ୍ୟ ସେବନ କରି ପାରନ୍ତି । ଏପରି ସେବନ କରିବା ଦ୍ଵାରା ଆମ ଶରୀରକୁ ଭିଟାମିନ-ସି ମିଳିଥାଏ । ୨- ଏହା ପେଟର ସମସ୍ୟାକୁ ଦୂର କରିଥାଏ । ୩- ଗରମ ପାଣି ଆମ ଶରୀରର ବ୍ଲଡ଼ ସରକୁଲେସନକୁ ଇମ୍ପୃଭ କରିଥାଏ । ଏହାର ଅର୍ଥାତ ଆମ ଶରୀରରେ ରକ୍ତ ସଂଚାଳନ ସଠିକ ଭାବେ ହୋଇଥାଏ ।

୪- ଏହା ଶରୀରର ଚର୍ବିକୁ ଘଟାଇବାରେ ସହାୟ ହୋଇଥାଏ । ଯଦି ଆପଣ ଅତ୍ୟଧିକ ମୋଟା ଅଛନ୍ତି ତେବେ ଆପଣ ସକାଳୁ ଉଠି ୨ ଗିଲାସ ଗରମ ପାଣିରେ ଲେମ୍ବୁ ଚିପୁଡି ପିଅନ୍ତୁ । ଆପଣ ନୀତିଦିନ ଏହିଭଳି ସେବନ କଲେ ୩ ମାସ ମଧ୍ୟରେ ଆପଣଙ୍କୁ ଏହାର ସୁଫଳ ମିଳିବ । ୫- ବନ୍ଧୁଗଣ ଯଦି ଆପଣ ଗରମ ପାଣି ପିଉଛନ୍ତି ତେବେ, ଆପଣଙ୍କୁ ନିଜର ତ୍ୱୋଜା ଅତ୍ୟନ୍ତ ସୁନ୍ଦର ଦେଖିବାର ମିଳିବ । କାରଣ ଗରମ ପାଣି ସେବନ ଦ୍ଵାରା ଏହା ସ୍କିନର ଗ୍ଲୋକୁ ମେଣ୍ଟେନ କରିଥାଏ । ଏହା ଶରୀରର ବ୍ଲଡ଼ ସର୍କୁଲେସନକୁ ସଠିକ ଭାବେ ସଞ୍ଚାଳିତ କରିଥାଏ । ଯାହା ଫଳରେ ଆମ ଶରୀର ଉଜ୍ବଳ କରିଥାଏ ।

୬- ବନ୍ଧୁଗଣ ଗରମ ପାଣି ଆମର କେଶକୁ ଅଧିକ ଗହଳ କରିଥାଏ । ଯଦି ଆପଣ ନୀତିଦିନ ଗରମ ପାଣି ସେବନ କରୁଛନ୍ତି ତେବେ, ଏହା ଆପଣଙ୍କ କେଶକୁ ବୃଦ୍ଧି କରାଇବାରେ ସାହାଯ୍ୟ କରିଥାଏ । ୭- ଯଦି ଆପଣଙ୍କ ଶରୀରର କୌଣସି ଅଙ୍ଗରେ ଦରଦ ହେଉଅଛି । ତେବେ ଆପଣ ନୀତିଦିନ ଗରମ ପାଣିର ସେବନ କରନ୍ତୁ । ଏହା କ୍ରମଶ ଶରୀରର ପୀଡା ତଥା ବ୍ୟଥାକୁ କମାଇଥାଏ । ୮- ଯଦି ଆପଣଙ୍କୁ ଥଣ୍ଡା-ଜର ଲାଗି ରହିଛି, କିମ୍ବା ଆପଣଙ୍କ ତଣ୍ଟି ଦରଜ ରହୁଅଛି ତେବେ, ଆପଣ ଗରମ ପାଣିର ସେବନ କରିବା ଦ୍ଵାରା ଏହି ବେମାରିରୁ ବଞ୍ଚିତ ରହିପାରିବେ ।

୯- ଯଦି ଆପଣଙ୍କର କୌଣସି ଖାଦ୍ଯ ହଜମ ହେଉନାହିଁ, ତେବେ ଆପଣ ଗରମ ପାଣିର ସେବନ କରନ୍ତୁ ଆରାମ ମିଳିବ । ମାତ୍ର ବନ୍ଧୁଗଣ ଏହା ଉଚିତ ଭାବେ ସେବନ କଲେ ଆପଣଙ୍କୁ ଏହାର ସୁଫଳ ପ୍ରାପ୍ତ ହେବ । ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *