ରାଜା ସନ୍ଥ କୁ ଦାନ ଦେବାପାଇଁ ଚାହୁଥିଲେ ନିଜ ରାଜମହଲ,କିନ୍ତୁ ସନ୍ଥ କହିଲେକି ଏହା ହେଉଛି ପ୍ରଜା ମାନଙ୍କର । ଏଠାରେ ଆପଣ ପ୍ରଜାଙ୍କ ଭଲ ପାଇଁ କାମ କରୁଛନ୍ତି । ପୁରୁଣା ଦିନର କଥା ଜଣେ ରାଜା ନିଜ ପ୍ରଜାମାନଙ୍କର ବହୁତ ଯତ୍ନ ନେଉଥିଲେ ।
ରାଜଜନକ ବହୁତ ଧାର୍ମିକ ଓ ସଂସ୍କାରୀଥିଲେ ଯେବେ ରାଜାଙ୍କ ଜନ୍ମ ଦିନ ଆସିଲା ସେ ଭାବିଲେ ଆଜି ଜଣଙ୍କର ସବୁ ଇଚ୍ଛା ପୁରା କରିବି ପୁରା ରାଜ୍ୟର ପ୍ରଜାମାନେ ରାଯଙ୍କୁ ଜନ୍ମ ଦିନର ଶୁଭକାମନା ଦେବାକୁ ରାଜମହଳ ଆସିଲେ ।ପ୍ରଜାଙ୍କ ସହିତ ଜଣେ ସନ୍ଥ ବି ଆସିଥିଲେ ସୁବେଛା ଜଣାଇବାକୁ । ସନ୍ଥ ସହିତ ମିଶି ରାଜା ବହୁତ ଖୁସି ହେଇଥିଲେ । ରାଜା ସାଧୁ ସନ୍ଥ ମାନଙ୍କର ବହୁତ ସମ୍ମାନ କରନ୍ତି ।
ସେ ସନ୍ଥଙ୍କୁ କହିଲେ କି ଗୁରୁଦେବ ଆଜି ମୁ ଶପଥ ନେଇଛି କି ଜଣେ ବ୍ୟକ୍ତିର ସବୁ ଇଚ୍ଛା ପୂର୍ଣା କରିବି । ମୁ ଆପଣଙ୍କ ସବୁ ଇଚ୍ଛା ପୂରଣ କରିବାକୁ ଚାହୁଁଛି । ଆପଣ ମୋତେ ଯାହା ଚାହିଁବେ ମାଗି ପାରିବେ । ସନ୍ଥ କହିଲେକି ମୁଁ ସାଂସାରିକ ଜୀବନ ତ୍ୟାଗକରିଛି ,ମୁଁ ରାଜ୍ୟ ରୁ ବାହାରେ ରହୁଛି,ଦିନସାରା ଭଗବାନ ଙ୍କ ପୂଜାରେ ଲାଗିରହେ,ମୋତେ କିଛି ଜିନିଷର ପ୍ରୟୋଜନ ନହିଁ ।
ଯଦି ଆପଣ କିଛି ଦେବାକୁ ଚାହୁଞ୍ଛାନ୍ତି ତା ନିଜ ଇଚ୍ଛାରେ କିଛି ଦେଇ ପାରନ୍ତିଏହାସୁଣୀ ରାଜା ଭାବିବାକୁ ଲାଗିଲେ କି ସନ୍ଥ କୁ କଣ ଦେବା ଦରକାର ,ସନଥଙ୍କୁ କହିଲେ କି ଗୋଟେ ଗାଁ ଦେବାକୁ ,ଗାଁ ତ ପ୍ରଜାମାନଙ୍କ ର ଅଟେ, ଆପଣତ ଖାଲି ଗାଁର ରକ୍ଷକ ଅଟନ୍ତି । ରାଜା କହିଲେ ଆପଣ ଏହି ମହଲା ନେଇଯାନ୍ତୁ,ସନ୍ଥ କହିଲେ ଏଇଟା ତା ରାଜ୍ୟର ଅଟେ । ଏଠି ବସି ଆପଣ ପ୍ରଜାମାନଙ୍କର ପାଇଁ ଭଲମନ୍ଦ ବିଛାର କରୁଛନ୍ତି ।
ଏଇଟାବୀ ପ୍ରଜାମାନଙ୍କ ସମ୍ପତି । ବହୁତ ଭାବିବା ପରେ ରାଜା କହିଲେକି ଆପଣ ମୋତେ ସେବକ କରିନିଅନ୍ତୁ ,ମୁ ନିଜକୁ ସମର୍ପିତ କରୁଛି । ସନ୍ଥ କହିଲେ ନା ମହର ଆପଣଙ୍କ ଉପରେ ପିଲା ଓ ସ୍ତ୍ରୀ ର ଆଦିକାର ଅଛି । ମୁ ଆପଣଙ୍କୁ ମୋ ସେବାରେ ରଖୀ ପାରିବିନି । ସନ୍ଥ ର ଯୁକ୍ତିଶୁଣି ରାଜା ଚିନ୍ତିତ ହୋଇଗଲେ ,ସେ କହିଲେ ଗୁରୁଦେବ ଆପଣ କୁହନ୍ତୁ ମୁ ଆପଣଙ୍କୁ କଣ ଦେବୀ? ସନ୍ଥ କହିଲେ ରାଜନ ଆପଣ ମୋତେ ଆପଣଙ୍କ ଅହଂକାର ଦେଇଦିଅନ୍ତୁ ।
ଆଜି ଆପଣ ଅହଂକାର ତ୍ୟାଗ କରନ୍ତୁ,ଏହା ବହୁତ ଖରାପ କଥା ଅଟେ,ଏହାକୁ ମଣିଷ ସହଜରେ ଛାଡିପାରେ ନହିଁ । ଅହଂକାର ପାଇଁ ମଣିଷ ଜୀବନରେ ବହୁତ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । ରାଜା ନିଜ ଭୁଲ ଅନୁଭବ କଲେ କି କୌଣସି ବ୍ଯକ୍ତିର ସବୁ ଇଚ୍ଛା ପୁରା କରିପାରିବେ । ସେ ଅହଂକାର ଛାଡିବା ପାଇଁ ସଂକଳ୍ପ ନେଲେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।