ସାବିତ୍ରୀ ବ୍ରତରେ ଗର୍ଭବତ୍ତୀ ମହିଳାମାନଙ୍କ ପାଇଁ କିଛି ଖାସ ନିୟମ, କରନ୍ତୁ ନାହିଁ ଏହି ଭୁଲ ନଚେତ…

ସାବିତ୍ରୀ ବ୍ରତ ଏହି ବର୍ଷ ୧୦ ଜୁନରେ ପାଳନ କରାଯିବ । ଏହି ବ୍ରତକୁ ସମସ୍ତ ବିବାହିତା ମହିଳାମାନେ ପାଳନ କରିଥାନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ କହିବୁ କି ଯଦି ଜଣେ ମହିଳା ଗର୍ଭବତ୍ତୀ ଅଛି ତେବେ ସେ ଏହି ସାବିତ୍ରୀ ବ୍ରତକୁ କରିବେ ନା ନାହିଁ ଓ ଯଦି ସେ କରି ପାରିବେ ତେବେ କେଉଁ ସମସ୍ତ ନିୟମ ସବୁ ତାଙ୍କୁ ମାନିବା ଉଚିତ ।

ଯାହା ଦ୍ଵାରା ତାଙ୍କର ଓ ତାଙ୍କର ଶିଶୁର କୌଣସି ବି ପ୍ରକାରର କ୍ଷତି ହେବ ନାହିଁ । ଯେତେବେଳେ କୌଣସି ମହିଳା ଗର୍ଭବତ୍ତୀ ହୋଇଥାଏ ତେବେ ସେହି ସମୟରେ ସମାନେ ନିଜର ଭୋଜନ ପ୍ରତି ବିଶେଷ ଧ୍ୟାନ ରଖିବା ଉଚିତ । କାରଣ ସଠିକ ଭୋଜନ ସେବନ କରିଲେ ହିଁ ତାଙ୍କର ଶିଶୁ ସୁସ୍ଥ ରୂପରେ ଜନ୍ମ ନେଇ ପାରିବ । କହିବାକୁ ଗଲେ ଡାକ୍ତରମାନେ ଗର୍ଭବତ୍ତୀ ସମୟରେ ମହିଳାମାନଙ୍କୁ କୌଣସି ବି ପ୍ରକାରର ଉପାସ କରିବା ପାଇଁ ମନା କରନ୍ତି । କାରଣ ବ୍ରତ କିମ୍ବା ଉପାସ ରହିବାର ଅର୍ଥ ମହିଳା ଜଣକ ଭୋକିଲା ରହିବେ ଯାହା ଦ୍ଵାରା ତାଙ୍କ ଉପରେ ଓ ତାଙ୍କ ଶିଶୁ ଉପରେ ଖରାପ ପ୍ରଭାବ ପଡିଥାଏ ।

କିନ୍ତୁ ସମସ୍ତ ବିବାହିତ ମହିଳାମାନଙ୍କୁ ଏହି ବ୍ରତ କରିବା ଉଚିତ । କାରଣ ଏହି ବ୍ରତ ସ୍ଵାମୀର ଅଧିକ ଆୟୁଷ ପାଇଁ କରା ଯାଇଥାଏ । ସେଥିପାଇଁ ଗର୍ଭବତ୍ତୀ ମହିଳାମାନଙ୍କୁ ବି ନିଜ ସ୍ଵାମୀଙ୍କ ଦିର୍ଘ୍ୟାୟୁ ପାଇଁ ଏହି ବ୍ରତ କରିବା ଉଚିତ । କିନ୍ତୁ କୌଣସି ମହିଳା ଯଦି ଏହି ସମୟରେ ଗର୍ଭବତ୍ତୀ ଅଛନ୍ତି ଓ ଏହି ବ୍ରତକୁ କରିବାକୁ ଚାହୁଁଛନ୍ତି ତେବେ ଆପଣ ନିଶ୍ଚିତ ରୂପରେ ଏହି ବ୍ରତକୁ କରି ପାରିବେ । କିନ୍ତୁ କେବେ ବି ପୁରା ଉପାସ ରହି ଏହି ବ୍ରତକୁ କରନ୍ତୁ ନାହିଁ ।

ଯଦି ଆପଣଙ୍କ ଶରୀରରେ ରକ୍ତର ଅଭାବ ଅଛି ତେବେ ଆପଣ ଆଇରନ ଯୁକ୍ତ ଖାଦ୍ୟ ସେବନ କରି ପାରିବେ । ଯେମିତି କ୍ଷୀର ଲସି ଇତ୍ୟାଦି ଦିନକୁ ଦୁଇ ଥର ସେବନ କରି ପାରିବେ । ନଚେତ ଆପଣ ଫଳ ବି ସେବନ କରି ପାରିବେ । ଏହା ସହିତ କହିଦେଉଛୁ କି ଆପଣ ଡାକ୍ତରଙ୍କ ପରାମର୍ଶ ନେଇ ବ୍ରତ କରନ୍ତୁ । ଯଦି ସେ ଅନୁମତି ଦେଉଛନ୍ତି ତେବେ ବ୍ରତ କରନ୍ତୁ ନଚେତ ସେ ଯଦି ମନା କରୁଛନ୍ତି ତେବେ ବ୍ରତ ରଖନ୍ତୁ ନାହିଁ । ଯଦି ଆପଣ ବ୍ରତ କରୁଛନ୍ତି ତେବେ ଚା ସେବନ କରନ୍ତୁ ନାହିଁ ।

କାରଣ ଆପଣ ଗର୍ଭବତ୍ତୀ ଅଛନ୍ତି ଚା ଆପଣଙ୍କ ପାଇଁ ଭଲ ନୁହେଁ । ଏହା ପରିବର୍ତ୍ତେ ଆପଣ ଫଳ ରସ ଓ ପଇଡ, ଲେମ୍ବୁ ପାଣି, ଗ୍ଳୁକୋଜ ପାଣି ପିଇ ପାରିବେ । କହିଦେଉଛୁ କି ଆପଣ ପୂର୍ବରୁ ନିର୍ଜଲା ଉପାସ କରୁଥିବେ କିନ୍ତୁ ଆପଣ ଗର୍ଭବତ୍ତୀ ଅଛନ୍ତି ସେଥିପାଇଁ ନିର୍ଜଲା ଉପାସ ରଖନ୍ତୁ ନାହିଁ । କାରଣ ଏହି ଭଳି କରିବା ଦ୍ଵାରା ଆପଣ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି ।

ଆପଣଙ୍କର ଗର୍ଭ ଧାରଣର ସମୟ ୮ ୯ ମାସ ହୋଇ ଯାଇଛି କିମ୍ବା ଯେ କୌଣସି ସମୟରେ ବି ଆପଣଙ୍କର ଡେଲିଭରି ହୋଇପାରେ ତେବେ ଏହିଭଳି ସମୟରେ ଆପଣ ନିର୍ଜଲା ଉପାସ କରନ୍ତୁ ନାହିଁ । ଆପଣ ଭୋଜନ କରି ମଧ୍ୟ ଉପାସ ରଖି ପାରିବେ । ଏହି ସମୟରେ ନିଜର ସ୍ୱାସ୍ଥ୍ୟ ପ୍ରତି ବି ଧ୍ୟାନ ଦିଅନ୍ତୁ । ବ୍ରତ ଦିନ ବିନା ପିଆଜ ରସୁଣ ଖାଦ୍ୟ ସେବନ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *