ଗର୍ଭବତୀ ମହିଳା ସକାଳୁ ଉଠି ସର୍ବ ପ୍ରଥମେ କଣ ଖାଇବା ଦରକାର? Pregnancy Tips

ଭଗବାନ ମହିଳା ମାନଙ୍କୁ ଏହି ପରି ବନାଇଛନ୍ତି କି ସେ ନିଜେ ଭୋକ ରେ ରହି ମଧ୍ୟ ନିଜ ପରିବାର ର ହୃଦୟ ରୁ ଯତ୍ନ ନେଇଥାଏ । କିନ୍ତୁ ଯେତେବେଳେ ମହିଳା ଗର୍ଭବତୀ ହୋଇଥାଏ ସେତେବେଳେ ନିଜ ପରିବାର ସହ ନିଜ ର ବି ଯତ୍ନ ନେବାକୁ ପଡିଥାଏ । କିଛି ଗର୍ଭବତୀ ମହିଳା ମାନେ ସକାଳ ଖାଦ୍ୟ ଖାଇବାକୁ ମଧ୍ୟ ଭୁଲି ଯାଇଥାନ୍ତି । କିନ୍ତୁ ଗର୍ଭାବସ୍ତା ସମୟରେ ଏହି ମହିଳା ଙ୍କୁ ଖାସ ନିଜର ଯତ୍ନ ନେବା ବହୁତ ଆବଶ୍ୟକତା ହୋଇଥାଏ । ଏହି ଅବସ୍ଥା ରେ ଗର୍ଭବତୀ ମହିଳା ମାନଙ୍କୁ କେବେ ବି ନିଜର ଖାଦ୍ୟ ପ୍ରତି ଅବହେଳା କରିବା ଉଚିତ ନୁହେଁ ।

ଗର୍ଭବତୀ ମହିଳାଙ୍କୁ ସକାଳ ଖାଦ୍ୟ ରେ କଣ ଖାଇବା ଦ୍ଵାରା ତାର ହେବାକୁ ଯାଉଥିବା ଶିଶୁ ଭଲ ରେ ବିକାଶ କରିବା ସହ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ।  ଅତିରିକ୍ତ କ୍ୟାଲୋରି ପୁରା କରିବା ନିମନ୍ତେ ସକାଳ ଖାଦ୍ୟ ର ବହୁତ ମହତ୍ବପୂର୍ଣ ଭୂମିକା ରହିଥାଏ ।

ସକାଳ ଖାଦ୍ୟ କେବଳ ହେଲଦି ଗର୍ଭାବସ୍ଥା ରେ ସାହାଜ୍ଯ କରିଥାଏ ତାହା ନୁହେଁ ଯଦି କୌଣସି ଗର୍ଭବତୀ ମହିଳା ନିୟମିତ ରୂପରେ ବ୍ରେକଫାସ୍ଟ କରିଥାନ୍ତି ତେବେ ତାହା ଦ୍ଵାରା ଗର୍ଭାବସ୍ଥାର ଜଟିଳତା ମଧ୍ୟ କମିଯାଇଥାଏ । ସର୍ବେ ପ୍ରଥମେ ହେଉଛି ସକାଳେ ହାଲକା ଉଷୁମ ପାଣି ପିଅନ୍ତୁ । ଗର୍ଭାବସ୍ଥା ସମୟରେ ଗର୍ଭବତୀ ମହିଳାଙ୍କୁ ବହୁତ ସାରା ପାଣି ପିଇବାର ଆବଶ୍ୟକତା ରହିଥାଏ । ଯାହା ଦ୍ଵାରା ଶରୀର ରେ ପାଣି ର ଅଭାବ ନ ହେଉ ଓ ପାଣି ଦ୍ଵାରା ଶରୀର ହାଇଡ୍ରେଟ ଓ ଏନାର୍ଜି ଭରପୁର ହୋଇଥାଏ ।

ଏହି ସମୟରେ ଯଦି ଗର୍ଭବତୀ ମହିଳା ଉଷୁମ ପାଣି ପିଇଥାଏ ତେବେ ଏହା ବହୁତ ଲାଭଦାୟକ ହୋଇଥାଏ । ଏହା ଦ୍ଵାରା ପାଚନ ତନ୍ତ୍ର ମଜ୍ବୂତ ହୋଇଥାଏ ଓ ରକ୍ତ ସଂଚାଳନ ଠିକ ଭାବରେ ହୋଇଥାଏ । ଯଦି ଆପଣ ସକାଳ ସମୟରେ ଉଷୁମ ପାଣି ପିଇ ପାରୁନାହାତି ତେବେ ଆପଣ ନର୍ମଲ ପାଣି ମଧ୍ୟ ପିଇ ପାରିବେ । କିନ୍ତୁ ଆପଣଙ୍କୁ ଦିନ ସାରା ମଧ୍ୟରେ ବହୁତ ସାରା ପାଣି ପିଇବାକୁ ପଡିବ ।

ଦ୍ଵିତୀୟ ରେ ହେଉଛି ସେଓ ର ସେବନ । ଗର୍ଭବତୀ ମହିଳାଙ୍କୁ ସକାଳ ଖାଦ୍ୟ ରେ ଗୋଟେ ସେଓ ଖାଇବା ନିହାତି ଆବଶ୍ୟକ ହୋଇଥାଏ । ସେଓ ଏକ ଏହିପରି ଫଳ ଅଟେ ଯାହା ଦ୍ଵାରା ଗର୍ଭାବସ୍ଥା ରେ କୌଣସି ପ୍ରକାରର କ୍ଷତି ହୋଇନଥାଏ । ଶେଉ ରେ ବହୁତ ପ୍ରକାରର ଭିଟାମିନ, ଆୟରନ ମଧ୍ୟ ଥାଏ । ଯାହା ଗର୍ଭବତୀ ମହିଳାଙ୍କ ପାଇଁ ବହୁତ ଆବଶ୍ୟକ ଥାଏ । ସେଓ ସହ ଆପଣ ହାଲକା ଉଷୁମ କ୍ଷୀର ମଧ୍ୟ ପିଇ ପାରିବେ । ଏହା ଦ୍ଵାରା ସେଓ ର ଫାଇଦା ୨ଗୁଣା ବଢି ଯାଇଥାଏ ।

ତୃତୀଯରେ ହେଉଛି ଗଜା ହେଇଥିବା ବୁଟ । ଗର୍ଭବତୀ ମହିଳାଙ୍କୁ ସକାଳ ଖାଦ୍ୟ ରେ ଗଜା ବୁଟ ଖାଇବା ଦ୍ଵାରା ବହୁତ ଲାଭ ମିଳିଥାଏ । ଏହା ଶିଶୁ ଓ ମା ପାଇଁ ବହୁତ ଲାଭଦାୟକ ହୋଇଥାଏ ।

ଚତୁର୍ଥରେ ଭିଜୟ ରଖିଥିବା ଖିସ୍ମିସ । ଗର୍ଭାବସ୍ଥା ସମୟରେ ରକ୍ତ ର କମି ନ ହେବା ପାଇଁ ଖିସ୍ମିସ ସେବନ କରିବ ନିହାତି ଆବଶ୍ୟକ ହୋଇଥାଏ । ଏହା ଦ୍ଵାରା ଶରୀର ରେ ରକ୍ତ ର ପରିମାଣ ବଢିଥାଏ । ସକାଳେ ୬-୭ ଟା  ଭିଜାଇ ରଖିଥିବା ଖିସ୍ମିସ ଖାଇବା ଜରୁରୀ ହୋଇଥାଏ ।

ପଞ୍ଚମରେ ଭିଜାଇ ରଖିଥିବା ବାଦାମ ର ସେବନ । ଏହା ମନେ ରଖନ୍ତୁ ବାଦାମ କୁ ଚୋପ ଛଡାଇ ଖାଇବେ । ଏହା ଖାଇବା ଦ୍ଵାରା ଶିଶୁ ର ଭଲ ବିକାଶ ହୋଇଥାଏ । ଓ ତା ସହ ଶିଶୁ ଓ ମା କୁ ଅଧିକ ପୋଷଣ ସହ ଉର୍ଜ୍ଜା ମଧ୍ୟ ମିଳିଥାଏ ।

ଏହା ସହ ଆପଣ ସକାଳ ଖାଦ୍ଯରେ ସିଝା ଅଣ୍ଡା, ସ୍ଯାଲାଡ, ଜୁସ ମଧ୍ୟ ଖାଇବା ଦ୍ଵାରା ଏହା ବହୁତ ଲାଭଦାୟକ ହୋଇଥାଏ ଉଭୟ ମା ଏବଂ ଶିଶୁ ପାଇଁ । ତେଣୁ ସକାଳ ଖାଦ୍ୟ ରେ ଏହା ସବୁ ଖାଇବା ଦ୍ଵାରା ବହୁତ ଲାଭ ମିଳିଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *