Sonu Sood ଦେଲେ Job ତ ପାଦ ଧରି ଏମିତି କହିଲେ ବେରୋଜଗାର…

ସୋନୁ ସୁଦ ଏମିତି ଏକ ନାମ ଯାହା ବର୍ତ୍ତମାନ ସମସ୍ତଙ୍କ ପାଇଁ ଭଗବାନଙ୍କ ଭଳି । ଏବେ ତାଙ୍କୁ ସମସ୍ତେ ଭଗବାନଙ୍କ ଆଖି ଦେବା ସହ ପୂଜା କରୁଛନ୍ତି । କୋରୋନା କାଳରେ ତାଙ୍କ ମହାନତା ପାଇଁ ତାଙ୍କୁ ସବୁ ମହଲରେ ପ୍ରଶଂସା ମିଳିବାରେ ଲାଗିଛି । ପରଦାରେ ଭିଲେନ ହେଲେ ରିଅଲ ଲାଇଫରେ ସେ ଆଜି ସମସ୍ତଙ୍କ ପାଇଁ ହିରୋ ।

ସୋନୁ ସୁଦ, ନାଁ ଯେମିତି କାମ ବି ଠିକ ସେମିତି । ପରଦାରେ ତାଙ୍କୁ ଦେଖି ଭୟଭୀତ ହେଉଥିବା ଫ୍ୟାନ୍ସ ଏବେ ରିଅଲ ଲାଇଫର ତାଙ୍କ କାମକୁ ନେଇ ବେଶ ବାଃ ବାଃ କରୁଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର ନାୟକ ସୋନୁ ସୁଦ । ବଲିଉଡ ହେଉ କି ଟଲିଉଡ ସବୁଥିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସୋନୁ । ପ୍ରକାଶ ଥାଉକି କୋରୋନା ସଙ୍କଟ ସମୟରେ ଦେଶବାସୀଙ୍କ ସେବା କରିବା ପାଇଁ ସୋନୁ ନିଜର 10 କୋଟିର ସମ୍ପତ୍ତି ବନ୍ଧା ପକାଇଛନ୍ତି ।


ଖାଲି ଏତିକି ନୁହେଁ ସେ ଏଯାବତ ଲକ୍ଷ ଲକ୍ଷ ଲୋକଙ୍କୁ ଖାଦ୍ୟଠୁ ନେଇ ରୋଜଗାର ମଧ୍ୟ ଯୋଗାଇ ସାରିଲେଣି । ସେ ଏବେ ମଧ୍ୟ ସୋସିଆଲ ମିଡିଆରେ ଅଭାବୀଙ୍କ ଦୁଃଖ ଦେଖି ନିଜ ଟିମ ସହ ସାହାଯ୍ୟ କରିବାକୁ ବାହାରି ପଡୁଛନ୍ତି । ସୋନୁଙ୍କ ସହଯୋଗରେ ଅନେକ ଦିବ୍ୟାଙ୍ଗ ସୁସ୍ଥ ହୋଇସାରିଲେଣି ।


ଏବେ ପ୍ରତିଟି ହେଡଲାଇନରେ କେବଳ ନାଁ ସୋନୁ ସୁଦ ସୋନୁ ସୁଦ ଆଉ ସୋନୁ ସୁଦ । କାରଣ ମହାମାରୀ କୋରୋନା ସଙ୍କଟରେ ଗରିବ ଓ ଅସହାୟଙ୍କୁ ସାହାଯ୍ୟ କରି ଆସୁଥିବା ଏହି ନାୟକ ଏବେ ଚର୍ଚ୍ଚାର ଶିରୋନାମାରେ ।

କେଉଁଠି ବାହାରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ନିଜ ଗାଁକୁ ପଠାଇଛନ୍ତି ତ ଆଉ କେଉଁଠି ଚାକିରୀ ହରାଇଥିବା ଯୁବପିଢିଙ୍କୁ ଚାକିରୀ ଯୋଗାଇଛନ୍ତି । ନିକଟରେ ଏମିତି ଏକ ଘଟଣା ସାମାଜିକ ଗଣମାଧ୍ୟମରେ ଜଣା ପଡିଛି। ପେଷାରେ ଏକ ଡ୍ରାଇଭର ସୋନୁ ସୂଦଙ୍କ ପାଖକୁ ଚାକିରି ଆଶାରେ ଆସିଥିଲେ।


ଏହାର ପ୍ରତିକ୍ରିୟା ରାଖୀ ସୋନୁ ସୂଦ ସଙ୍ଗେ ସଙ୍ଗେ ତା ପାଇଁ ଚାକିରିର ବ୍ୟବସ୍ଥା କରିଦେଲେ। ଶୋନୁଙ୍କ ସାହାଜ୍ଯ ପାଇ ସଙ୍ଗେ ସଙ୍ଗେ ଯୁବକଙ୍କ ଆଖିରୁ ଖୁଶିର ଲୁହ ବୋହି ଆସିଲା। ଏହି କଠିନ ସମୟରେ ସୋନୁଙ୍କ ସାହାଜ୍ଯ ପାଇବାରୁ ସେ ଖୁସିରେ ଓ ସନମାନର ସହିତ ଶୋନୁଙ୍କ ପାଦ ତଳେ ପଡି ଯାଇଥିଲେ। ସୋନୁ ତାଙ୍କୁ ନ କନ୍ଦିବାକୁ ପରାମର୍ଶ ଦେଇ ଖୁସିରେ ରହିବାର ଆଶିଷ ଦେଲେ। ଏହି ଖବର ସାମାଜିକ ଗଣମାଧ୍ୟମରେ ଖୁବ ପ୍ରଚାର ହେବା ସହ ସୋନୁଙ୍କ ପାଖକୁ ଲୋକଙ୍କ ପ୍ରଶଂସାର ଛୁଅ ଛୁଟୁଛି।

Leave a Reply

Your email address will not be published. Required fields are marked *