ଗରିବ ହେବାରୁ ବଞ୍ଚିବା ପାଇଁ ଶନିବାର ରାତିରେ କରନ୍ତୁ ସୋରିଷ ତେଲର ଏହି ଉପାୟ , ଶନିଦେବଙ୍କର ହେବ କୃପା

ଶନିବାର ନ୍ୟାୟ ଦେବତା ଶନିଦେବଙ୍କୁ ଅର୍ପିତ ଅଟେ, ଏହି ଦିନ ଲୋକ ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ କେତେକ ପ୍ରକାର ଉପାୟ କରି ଥାନ୍ତି, ଶାସ୍ତ୍ର ରେ ଶନିଦେବଙ୍କୁ ନ୍ୟାୟାଧୀଶ ଉପାଧି ଦିଆଯାଇଛି । ଏମିତି କୁହା ଯାଏ କି ଶନିଦେବଙ୍କ କୃପା ଦୃଷ୍ଟି ଯାହା ଉପରେ ପଡେ ତା ଭାଗ୍ୟ ବଦଳି ଯାଏ, ଶନିଦେବଙ୍କୁ କର୍ମଫଳ ଦାତା ମଧ୍ୟ କୁହା ଯାଏ, ଯଦି ମଣିଷ ନିଜ ଜୀବନରେ କିଛି ବି ଭୁଲ ବା ପାପ କରେ ଶନିଦେବ ତାକୁ ଦଣ୍ଡିତ କରି ଥାନ୍ତି ।

ତେବେ ଆସନ୍ତୁ ଜାଣିବା ସେହି ଉପାୟ କଣ

ଯଦି କାହା ଜାତକ ରେ ଶନିଦେବ ପ୍ରକୋପ ଅଛି ତେବେ ତା ଜୀବନ ରେ ଅନେକ ପ୍ରକାର ଅସୁବିଧା ଆସି ଥାଏ, ଶନିଦେବଙ୍କ ପ୍ରକୋପ କମ କରିବା ପାଇଁ ଶାସ୍ତ୍ର ରେ କେତେ ପ୍ରକାର ଉପାୟ କୁହା ଯାଇଛି, ଯାହା ପ୍ରୟୋଗ ରୁ ଆପଣ ଶନିଦେବ ପ୍ରକୋପ ପ୍ରଭାବରୁ  ବଞ୍ଚି ପାରିବେ । ଗରିବ ହବାରୁ ବଞ୍ଚିବା ପାଇଁ ଶନିବାର ଦିନ ଏହି ଉପାୟ କରନ୍ତୁ ସୋରିଷ ତେଲ ସହ ।

ଆପଣଙ୍କୁ ଏହି କାମ କରିବା ପାଇଁ ଶନିବାର ଦିନ ହିଁ ଦରକାର ପଡିବ, ଆପଣ ଶନିବାର ଦିନ ରାତିରେ କୌଣସି ଶନି ମନ୍ଦିର ଯାନ୍ତୁ ଏବଂ ସେଠି ଶନିଦେବଙ୍କୁ ତେଲ ଅର୍ପିତ କରନ୍ତୁ କିନ୍ତୁ ଏହା ର ବିଶେଷ ଧ୍ୟାନ ରଖନ୍ତୁ ଯେ ଯଦି ଆପଣ ଶନି ମନ୍ଦିର ଯାଉଛନ୍ତି ତେବେ ଆପଣ ହନୁମାନ ମନ୍ଦିର ନିଶ୍ଚିନ୍ତ ଯାଆନ୍ତୁ ଏବଂ ନିଜ ସହ ଚମେଲି ତେଲ ନିଶ୍ଚିନ୍ତ ନେଇ ଯାଆନ୍ତୁ ଓ ହନୁମାନ ଠାକୁରଙ୍କୁ ବସ୍ତ୍ର ଓ ଚମେଲି ତେଲ ସିନ୍ଦୁର ଲଗେଇ ଅର୍ପଣ କରନ୍ତୁ, ଏହା ପରେ ଆପଣ ଚମେଲି ତେଲ ଦୀପ ଜାଳନ୍ତୁ ।

ଯଦି ଆପଣଙ୍କ ଘର ପାଖରେ ଶନି ବା ହନୁମାନ ମନ୍ଦିର ନାହିଁ ତେବେ ଆପଣ ଓସ୍ତ ଗଛ ତଳେ ମଧ୍ୟ ଦୀପ ଜାଳି ପାରନ୍ତି, ଯଦି ଆପଣ ଓସ୍ତ ଗଛ ମୂଳେ ପୂଜା କରୁଛନ୍ତି ତେବେ ସେଠି ଗୋଟେ ପଥର ନିଶ୍ଚିନ୍ତ ରଖନ୍ତୁ ଓ ସ ପଥର ଉପରେ ୨୭ଥର ‘ॐ ଶ॰ ଶନୈଶ୍ଚାରାୟ ନମଃ’ ଉଚାରଣ କରି ସୋରିଷ ତେଲ ଅର୍ପଣ କରନ୍ତୁ ।

ଏହା ପରେ ପଥରକୁ ସିନ୍ଦୁର ଲଗାନ୍ତୁ ଏହା ଆପଣଙ୍କୁ ନିଜ ହୃଦୟରୁ ଭକ୍ତିଭାବରେ କରିବା ଉଚିତ, ଏହା ପରେ ଓସ୍ତ ଗଛର ୭ଥର ପରିକ୍ରମା କରନ୍ତୁ । ଏହି ଉପାୟ କଲେ ଶନିଦେବଙ୍କ କୃପା ଦ୍ରୁଷ୍ଟି ଆପଣଙ୍କ ଉପରେ ପଡିବ ଓ ଆପଣଙ୍କ ଜୀବନ ସୁଖମୟ ହୋଇବ ।

ଏହିଭଳି ଅନେକ ଛୋଟ ଛୋଟ ଉପାୟ ବିଷୟରେ ଜଣାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *