ଗରୁଡ ପୁରାଣ ଅନୁସାରେ ଏହି 7ଟି କଥା ଯାହା ମଣିଷ ଜୀବନକୁ ବଦଳାଇ ରଖିଦିଏ- ଭଗବାନ ଶ୍ରୀ କୃଷ୍ଣ !

ବନ୍ଧୁଗଣ ମହାଭାରତର 18ଟି ପୁରାଣ ମଧ୍ୟରୁ ଗରୁଡ ପୁରାଣ ଅନ୍ୟତମ ଅଟେ । ଯାହାକୁ ମୃତ ବ୍ୟକ୍ତିଙ୍କ ଠାରେ ପଢାଯାଏ । ଗରୁଡ ପୁରାଣରେ ଏମିତି 7ଟି କଥାର ଉଲେଖ କରାଯାଇଛି ଯାହାକୁ ଧର୍ମରେ ବରିତ ମାନା ଯାଇଛି । ଯଦି ଏହାକୁ କେହି କରେ ତେବେ ସେ ସବୁଠାରୁ ବଡ ପାପୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଗରୁଡ ପୂରଣ ଅନୁଯାୟୀ ସେହି 7ଟି କଥା କଣ ଅଟେ ।

୧- ସଂଯମ ଓ ସତର୍କତା : ଗରୁଡ ପୁରାଣ ରେ କୁହାଯାଇଛି ଶତ୍ରୁଙ୍କୁ ମୁକାବିଲା କରିବାକୁ ହେଲେ ମଣିଷ କୁ ସତର୍କତା ଓ ଚତୁରତାର ସାହାରା ନେବା ଉଚିତ । କାରଣ ଶତ୍ରୁ ଆମର କ୍ଷତି କରିବାକୁ ଚେଷ୍ଟା କରିଥାନ୍ତି ।

୨- ସଫା ଓ ସୁଗନ୍ଧିତ ବସ୍ତ୍ର ଧାରଣ କରିବା : ଆଦି ଆପଣ ଧନୀ, ସୌଭାଗ୍ୟଶାଳୀ ଓ ଧନବାନ ହେବାକୁ ଚାହୁଁ ଛନ୍ତି ତେବେ ସଫା ସୁତୁରା, ସୁନ୍ଦର ଓ ସୁଗନ୍ଧିତ ବସ୍ତ୍ର ପିନ୍ଧିବା ଉଚିତ । ଗରୁଡ ପୁରାଣ ଅନୁଯାୟୀ ଯେଉଁ ମାନେ କଇଲା ବସ୍ତ୍ର ପିନ୍ଧନ୍ତି ସେମଙ୍କର ଭାଗ୍ୟ ନଷ୍ଟ ହୋଇଯାଏ ଓ ଏମିତି ଘରୁ ମା ଲକ୍ଷ୍ମୀ ଚାଲି ଯାଆନ୍ତି ।

୩- ଜ୍ଞାନର ନିତ୍ୟ ଅଭ୍ଯାସ : ଅଭ୍ଯାସ ବିନା ବିଦ୍ୟା ନଷ୍ଟ ହୋଇଯାଏ । ଯଦି ଆପଣ ଜ୍ଞାନ ବା ବିଦ୍ୟାର ସମୟ ସମୟରେ ଅଭ୍ଯାସ ନ କରିବେ ତେବେ ଭୁଲିଯିବେ ଯାହା ଗରୁଡ ପୁରାଣରେ କୁହାଯାଇଛି । ନିରନ୍ତର ଅଭ୍ଯାସ କରିବା ଦ୍ଵାରା ମୂର୍ଖ ବ୍ୟକ୍ତି ମଧ୍ୟ ଜ୍ଞାନୀ ହୋଇଯାଏ ।

୪- ନିରୋଗୀ : ସନ୍ତୁଳନ ଭୋଜନ ଦ୍ଵାରା ମନୁଷ୍ୟ ନିରୋଗୀ ହୋଇଥାଏ । ଭୋଜନ ଠାରୁ ବ୍ୟକ୍ତି ସୁସ୍ଥ ଓ ରୋଗୀ ହୋଇଥାଏ । ଆମ ଶରୀରରେ ଅଧିକ ରୋଗ ଅସନ୍ତୁଳିତ ଖାଦ୍ୟ କାରଣରୁ ହୋଇଥାଏ । ଯାହା କାରଣରୁ ପାଚନ ତନ୍ତ୍ର କାମ କରେ ନାହିଁ । ତେଣୁ ସନ୍ତୁଳିତ ଭୋଜନ ଗ୍ରହଣ କରିବା ଉଚିତ ।

୫- ଏକାଦଶୀ ବ୍ରତ : ଗ୍ରନ୍ଥ ଓ ପୁରାଣରେ ଏକାଦଶୀ ବ୍ରତ କୁ ଶ୍ରେଷ୍ଠ ମାନା ଯାଇଛି । ଯେଉଁ ବ୍ୟକ୍ତି ଏକାଦଶୀ ବ୍ରତ ରଖିଥାଏ ସେ ସବୁ ପ୍ରକାରର ସୁଖ ପାଇଥାଏ । ଯେଉଁ ବ୍ୟକ୍ତି ନିଷ୍ଠାର ସହ ଏକାଦଶୀ ବ୍ରତ କରେ ସେ ଅଶେଷ ପୂଣ୍ୟ ଲାଭ କରିଥାଏ ।

୬- ତୁଳସୀର ମହତ୍ଵ : ଗରୁଡ ପୁରାଣ ବ୍ଯତୀତ ତୁଳସୀ ର ମହତ୍ଵ ବିଷୟରେ ଅନେକ ଗ୍ରନ୍ଥ ରେ କୁହା ଯାଇଛି । ତୁଳସୀ କୁ ଘରେ ରଖିଲେ ସବୁ ପ୍ରକରାର ରୋଗ ଦୂର ହୋଇଥାଏ । ଏହାର ସେବନ କରିଲେ ମାନସିକ ରୋଗ ଦୂର ହୋଇଥାଏ । ଶନିଦେବଙ୍କ ପୂଜା କରିବା ପରେ ତୁଳସୀ ର ପୂଜା କରିଲେ ବହୁତ ଭଲ ଲାଭ ପ୍ରାପ୍ତ ହୁଏ ।

୭- ମନ୍ଦିର ଓ ଧର୍ମର ସମ୍ମାନ କରିବା : ଗରୁଡ ପୁରାଣ ଅନୁଯାୟୀ ପବିତ୍ର ସ୍ଥାନରେ ଖରାପ କାମ କରୁଥିବା, ଭଲ ଲୋକଙ୍କୁ ହଇରାଣ କରୁଥିବା, କାହାର ସାହାର୍ଯ୍ୟ ବଦଳରେ ତାଙ୍କୁ ଗାଳି ଦେଉଥିବା ବ୍ୟକ୍ତି ଧର୍ମ, ବେଦ, ପୁରାଣ କୁ ନେଇ ପ୍ରଶ୍ନ ଉଠାଉଥିବା ବ୍ୟକ୍ତିକୁ ନର୍କରେ ସ୍ଥାନ ମିଳିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *