ଆଜିକାଲି ଖାଦ୍ୟପେୟର ପରିବର୍ତ୍ତନ ଯୋଗୁ ଅନେକ ପ୍ରକାରର ରୋଗ ଦେଖା ଯାଉଛି । ଯେମିତିକି ପେଟ ସମସ୍ଯା ବା କବଜ ଭଳି ସମସ୍ଯା । ଅଧିକ ମାତ୍ରାରେ ତଳ ଜାତୀୟ ବା ମଇଦା ଜାତୀୟ ଖାଦ୍ୟ ସେବନ ଦ୍ଵାରା ପେଟ ଗ୍ଯାସ ହୋଇଯାଏ । ଯାହା ଦ୍ଵାରା ପେଟ ଜନିତ ସମସ୍ଯା ଦେଖା ଯାଇଥାଏ । ପେଟରେ ଯନ୍ତ୍ରଣା ଅନୁଭବ ହେବା ବା ପେଟ କାଟି କାଟି ହେବ ଭଳି ସମସ୍ଯା ଦେଖାଯାଏର ।

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ହୋମ ରେମେଡି ନେଇ ଆସିଛି ଯାହାର ସେବନ କରିବା ଦ୍ଵାରା ହ୍ୟାସ, ଏସିଡିଟି, କବଜ ଭଳି ସମସ୍ଯା ତୁରନ୍ତ ଦୂର ହୋଇଯିବ । ଏଥିପାଇଁ ଆବଶ୍ୟକ ରହିଛି ଛୋଟ ହରିଡା ଯାହା ଆପଣଙ୍କୁ ବଜାରରେ କୌଣସି ଦୋକାନରୁ ମିଳିଯିବ । କବଜ, ପେଟ ବଥା ହେବା, ଗ୍ଯାସ ବା ଏସିଦିତ ଦିଅର କରିବା ପାଇଁ ଛୋଟ ହରିଡାର ବହୁତ ସହାୟକ ହୋଇଥାଏ ।
ଏଥିପାଇଁ ୩ରୁ ୪ଟି ହରିଡା ନେଇ ଏହାର ଛୋଟ ଛୋଟ ଖଣ୍ଡ କରନ୍ତୁ । ଏହା ପରେ ଆବଶ୍ୟକ ରହିଛି ଜୁଆଣୀ ଯାହା ରୋଷେଇ ଘରୁ ସହଜରେ ମିଳିଯିବ । ଯଦି ଆପଣଙ୍କ ପେଟ ଫୁଲି ରହୁଛି ତେବେ ଜୁଆଣୀ ବହୁତ ଲାଭଦାୟକ ହୋଇଥାଏ । ଏହା ପରେ ଆବଶ୍ୟକ ରହିଛି ପାନମଧୁରୀ । ଖାଇବା ପରେ ପାନମଧୁରୀର ସେବନ କରିବା ଦ୍ଵାରା ହଜମ କ୍ରିୟା ବହୁତ ଭଲ ବାହାବେ ହୋଇଥାଏ ।

ଏହା ପରେ ଆବଶ୍ୟକ ରହିଛି ସେନ୍ଧା ବା କଳା ଲୁଣ । ଶେଷରେ ଆବଶ୍ୟକ ରହିଛି ଜୀରା । ଜୀରାର ସେବନ ଦ୍ଵାରା ମୋଟାପା ଦୂର ହେବା ସହ ଗ୍ଯାସ ବା ଏସିଡିଟି ଭଳି ସମସ୍ଯା ଦୂର ହୋଇଥାଏ । ଏହା ପରେ ଏକ ପ୍ୟାନରେ ଛେଚା ଯାଇଥିବା ହରିଡା, ଏକ କହମଚ ଜୁଆଣୀ ଓ ଏକ ଚାମଚ ଜୀରା ପକାଇ ହାଲକା ଭାବେ ଭାଜନ୍ତୁ ।
ଏହା ଯେମିତି କଳା ନ ପଡି ସେଥିପ୍ରତି ଧ୍ୟାନ ଦେବେ । ଏହା ପରେ ଭଜା ଯାଇଥିବା ଏହି ୩ଟି ଜିନିଷ ସହ ଏଥିରେ ଦୁଇ ଚାମଚ ପାନମଧୁରୀ, ସ୍ଵାଦ ଅନୁଯାୟୀ କଳା ଲୁଣ ପକାଇ ଏହାର ଭଲ ଭାବେ ଫାଇଁ ପାଉଡର ପ୍ରସ୍ତୁତ କରନ୍ତୁ । ଏହି ପାଉଡର ସେବନ କରିବା ଦ୍ଵାରା ପେଟ ଜନିତ ସମସ୍ଯା ଦୂର ହେବ ।

ଏକ ଗ୍ଳାସ ଉଷୁମ ପଣିରେ ଅଧ ଚାମଚ ପୂର୍ବରୁ ପ୍ରସ୍ତୁ କରା ଯାଇଥିବା ପାଉଡର ମିଶାଇ ସେବନ କରନ୍ତୁ । ଆପଣ ଚାହିଁଲେ ଏହି ପାଉଡରକୁ ମାସକ ଯାଏଁ ଷ୍ଟୋର କରି ରଖି ପାରିବେ । ରାତିରେ ଶୋଇବା ପୁବର୍ରୁ ଏହାର ସେବନ କରିଲେ ଗ୍ଯାସ, ଏସିଡିଟି, କବଜ ଭକି ସମସ୍ଯା ଦୂର ହେବ । ଏହା ସହ ପେଟରେ ଯନ୍ତ୍ରଣା ହେଉଥିଲେ ବା ପେଟ ଫୁଲିଥିଲେ ତାହା ମଧ୍ୟ ଦୂର ହେବ । ଆପଣ ଏହାକୁ ପ୍ରଥମେ ଖାଇ ପରେ ଉଷୁମ ପାଣିର ସେବନ କରି ପାରିବେ ।
ବନ୍ଧୁଗଣ ଆପଣ ଅମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।
