ଆପଣଙ୍କ ଚୁଲାରୁ ବାହାରିବ ଦୁଇଗୁଣା ଉତ୍ତାପ, ବାସ କରନ୍ତୁ ଏହି ଛୋଟିଆ ଉପାୟ- 100% Guaranty

ଆମେ ଯେତେବେଳେ ରୋଷେଇ କରୁଥାଉ, ଗ୍ୟାସ ବ୍ୟବହାର କରିବା ସମୟରେ ଗ୍ଯାସ ଠିକ ସେ ଜଳି ନଥାଏ ଓ ବହୁତ ଧୀରେ ଧୀରେ ଜଳିଥାଏ । ସେଥି ଲାଗି ରୋଷେଇ ବହୁତ ଡେରି ହୋଇଥାଏ, ଆମେ ବ୍ୟସ୍ତ ଥିବା ସମୟରେ କେମିତି ଶୀଘ୍ର ରୋଷେଇ କରିବେ ଭାବୁଥିବେ କିନ୍ତୁ ଗ୍ୟାସ ଠିକସେ ନଜଳିବାରୁ ଅସୁବିଧା ହୋଇଥାଏ ।

ଆମେ ରୋଷେଇ କଲା ବେଳେ ମସଲା କି ଆଉ କିଛି ଜିନିଷ ବର୍ଣର ଉପରେ ପଡିଯିବାରୁ ମୁହଁ ବନ୍ଦ ହୋଇଯାଇଥାଏ । ବର୍ଣର ମୁହ ବନ୍ଦ ହୋଇ ଗଲେ ଗ୍ଯାସ ଧୀରେ ଧୀରେ ଜଳିଥାଏ । ଏହି ବର୍ଣର ଗୁଡିକ ପିତଳର ହୋଇଥାଏ । ଏହି ବର୍ଣରକୁ କେମିତି ୫ ମିନିଟରେ ସଫା କରିବେ ତାର ଉପାୟ ଆଜି ଆମେ କହିବୁ ।

Image Courtesy: Google

ଆପଣ ଯେଉଁ ଇନୋକୁ ଶରୀରରେ ଗ୍ୟାସ ଜନିତ ଅସୁବିଧା ହେଲେ ପାଣିରେ ପକାଇ ପିଇଥାଉ, ସେହି ଇନୋକୁ ଗୋଟିଏ ପାତ୍ରରେ ଢାଳନ୍ତୁ ଓ ପାଣି ଢାଳନ୍ତୁ । ସେହି ପାତ୍ରରେ ଦୁଇଟି ଯାକ ବର୍ଣରକୁ ପକାଅ, ପାଞ୍ଚ ମିନିଟ ପର୍ଯ୍ୟନ୍ତ ତାକୁ ସେମିତି ପାଣିରେ ପକାଇ ରଖନ୍ତୁ । ଏହା ପରେ ସେହି ବର୍ଣରକୁ ପାଣିରୁ ବାହାର କରି ବ୍ରସ ଦ୍ଵାରା ଧୀରେ ଧୀରେ ସଫା କରନ୍ତୁ ।

Image Courtesy: Google

ଏହା ପରେ ବର୍ଣରକୁ ପାଣିରେ ଭଲଭାବେ ଧୋଇ ଦିଅନ୍ତୁ ଓ କପଡାରେ ପୋଛି ଦିଅନ୍ତୁ । ଏହା ପରେ ବର୍ଣର ଦୁଇଟିକୁ ଭଲରେ ଶୁଖାଇ ଦିଅନ୍ତୁ ଦେଖିବେ ତାହା ପୁରା ନୂଆ ଚକ ଚକ ଦେଖାଯିବ । ତାପରେ ଏହାକୁ ଗ୍ୟାସରେ ଲଗାଇଲେ ଦେଖିବେ ଏହା ବହୁତ ଭଲ ଜଳିବ ଓ ଉତ୍ତାପ ଏତେ ହବ ଯେ ଆପଣ ବିଶ୍ଵାସ କରି ପାରିବେ ନାହିଁ । ଆପଣ ଏହି ଇନୋରେ ଗ୍ୟାସ ଡିଶକୁ ସଫା କରି ପାରିବେ ଏହା ଆଗ ପରି ପୁରା ଚକ ଚକ ଦେଖାଯିବ ।

Image Courtesy: Google

ତେବେ ଆପଣଙ୍କୁ ଆମର ଏହି ଟିପ୍ସ କେମିତି ଲାଗିଲା ନିଶ୍ଚୟ କହିବେ । ଯଦି ଆପଣଙ୍କୁ ଏହି ଲେଖାଟି ଭଲ ଲାଗିଛି କମେଣ୍ଟ ବକ୍ସରେ କମେଣ୍ଟ କରିପାରିବେ ଏବଂ ଏହି ଲେଖାଟିକୁ ନିଜ ସାଙ୍ଗ ମାନଙ୍କ ସହିତ ସେୟାର କରିପାରିବ । ଏହି ପରି ଆହୁରି ଭଲ ଭଲ କିଚେନ ହ୍ୟାକ୍ସ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *