ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ଵାର ବିଶେଷ ମହତ୍ଵ ରହିଥାଏ । ଘରେ ରହୁଥିବା ମଣିଷଙ୍କର ଘରର ମୁଖ୍ୟ ଦ୍ଵାରାର ସ୍ଥିତି ଯୋଗୁ ଜୀବନରେ ସୁଖ ସମୃଦ୍ଧି ଆସିଥାଏ । ଯଦି ଘରର ମୁଖ୍ୟ ଦ୍ଵାରା ଭୁଲ ଦିଗରେ ରହିଥାଏ ତେବେ ଘର ସହ ପରିବାର ଲୋକଙ୍କର ଅନେକ ସମସ୍ଯା ସୃଷ୍ଟି ହୋଇଥାଏ । ଯଦି ଘରର ମୁଖ୍ୟ ଦ୍ଵାର ସଠିକ ଦିଶାରେ ରହିଥାଏ ତେବେ ବ୍ୟକ୍ତି ଜୀବନରେ ଉନ୍ନତି ହୋଇଥାଏ । କିନ୍ତୁ ଘରର ମୁଖ୍ୟ ଦ୍ଵାରା ଭୁଲ ଦିଗରେ ରହିଲେ ଘର ତଥା ବ୍ୟକ୍ତି ଜୀବନରେ ଅବନ୍ନତି ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଘରର ମୁଖ୍ୟ ଦ୍ଵାରା କେଉଁ ଦିଶାରେ ରହିଲେ ଧନ ହାନି ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।
୧- ଘରର ମୁଖ୍ୟ ଦ୍ବାରର ଆକାର ଅନ୍ୟ ଦ୍ଵାରା ଅପେକ୍ଷା ବଡ ହେବା ଉଚିତ । ପ୍ରବେଶ ଦ୍ଵାରା ସର୍ବଦା ଦୁଇ ପକ୍ଷ ହେବା ଉଚିତ । ମୁଖ୍ୟ ଦ୍ଵାରା ସୁନ୍ଦର ଓ ମଜବୁତ ହେବା ଉଚିତ ।
୨- ମୁଖ୍ୟ ଦ୍ଵାରା ଖୋଲିବା ବା ବନ୍ଦ କରିବା ସମୟରେ ଶବ୍ଦ ଆସିବା ଉଚିତ ନୁହେଁ । କାଠ କବାଟରେ ତିଆରି ହୋଇଥିବା ମୁଖ୍ୟ ଦ୍ଵାରା ସବୁଠାରୁ ପ୍ରଭାବସଲି ହୋଇଥାଏ । କାଠ କବାଟରେ କୁହା ବା କାଚର ବ୍ୟବହାର କରି ହେବ । କିନ୍ତୁ ସଂପୂର୍ଣ୍ଣ ଦ୍ଵାରା କାଚ ବା ଅନ୍ୟ କୌଣସି ଧାତୁ ହେବା ଉଚିତ ନୁହେଁ ।
୩- ମୁଖ୍ୟ ଦ୍ବାରର ଠିକ ସାମନାରେ କୌଣସି କାନ୍ଥ ରହିବା ଅନୁଚିତ । ମୁଖ୍ୟ ଦ୍ଵାର ସମୁଖରେ କୌଣସି କକ୍ଷ ରହିବା ଉଚିତ । କିନ୍ତୁ ଏହି କକ୍ଷରେ ୩ଟି କବାଟ ରହିବା ଅନୁଚିତ । ଘରର ମୁଖ୍ୟ ଦ୍ଵାରା ଆଗରେ ଜୋତା ଚପଲ ରଖିବା ଅନୁଚିତ ।
୪- ମୁଖ୍ୟ ପ୍ରବେଶ ଦ୍ଵାରାରେ ଏରୁଣ୍ଡି ବନ୍ଦ ରହିବା ଉଚିତ । ଏହାର ଉଚ୍ଚତା ୨ରୁ ୫ଫୁଟ ରହିବା ଉଚିତ । ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣନା କରା ଯାଇଛି କି ଘରର ଏରୁଣ୍ଡି ବନ୍ଦ ଏହା ସୁଚାଇଥାଏ କି ବ୍ୟକ୍ତି ଏମିତି କୌଣସି କାମ କରିବା ଅନୁଚିତ ଯାହା ଦ୍ଵାରା ମାନ ସମାନ ହାନି ହେବ ।
୫- ଆଜିକାଲି ଲୋକେ ମୁଖ୍ୟ ଦ୍ଵାରରେ ବିଭିନ୍ନ ପ୍ରକାରର ଆକୃତି ସାଜସଜା ପାଇଁ ଲଗାଉଛନ୍ତି । କିନ୍ତୁ ଏହା ଠିକ ନୁହେଁ । ଯଦି ଦ୍ଵାରରେ କୌଣସି ସାଜସଜା ପାଇଁ କିଛି ଲଗାଯାଏ ତେବେ ତାହା ଆୟତକାର ହେବା ଉଚିତ ।
୬- ମୁଖ୍ୟ ପ୍ରବେଶ ଦ୍ଵାର ପୂର୍ଣ୍ଣତା ବନ୍ଦ ହେବା ଉଚିତ । କବାଟରେ କୌଣସି ପରକାରର ଛେଦ ବା ଫାଟ ରହିବା ଅନୁଚିତ । ମୁଖ୍ୟ ଦ୍ବାରର ଅଗ୍ର ଭାଗରେ ତୋରଣ ଲଗାଇବା ଉଚିତ । ମୁଖ୍ୟ ଦ୍ଵାରାରେ ଭଗବାନ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରିଲେ ଶୁଭ ହୋଇଥାଏ ।
୭- ଘର ମୁଖ୍ୟ ଦ୍ଵାରରେ ସର୍ବଦା ପାଣି ସିଂଚନ କରିବା ଉଚିତ । ମୁଖ୍ୟ ଦ୍ଵାର କବାଟ ସମାନ ରହିବା ଉଚିତ । ଯଦି କବାଟର ସମାନତା ଠିକ ନ ରୁହେ ତେବେ ଘରର ଅବନ୍ନତି ହୋଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।