ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ କେଉଁ କାର୍ଯ୍ୟ କରିବା ଉଚିତ ବା କରିବା ଅନୁଚିତ ତାହା ସମ୍ପର୍କରେ ଜାଣିବା । ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ପୂର୍ବ କିମ୍ଵା ଉତ୍ତର ପଟ କାନ୍ଥରେ ଦର୍ପଣ ଲଗାଇବା ଉଚିତ ଏହାଦ୍ୱାରା ଅର୍ଥ ସମସ୍ୟା ଦୂର ହୋଇଥାଏ ଏବଂ ଧନବୃଦ୍ଧି ହୋଇଥାଏ । ଶୋଇବା ଘରର କବାଟ ସମ୍ନାରେ ଦର୍ପଣ ଲଗାଇବା ଉଚିତ । ଏହା ଗୃହ ପାଇଁ ଶୁଭ ହୋଇଥାଏ । ଏବଂ ସୁଖ ସମୃଦ୍ଧି ହୋଇଥାଏ । ପ୍ରତେକ ଦିନ ଘରୁ ବାହାରିବା ସମୟରେ ନାଭିରେ ଚନ୍ଦନ ଲଗାଇବା ଉଚିତ ଏହା ଶୁଭ ହୋଇଥାଏ ଏବଂ ଧନ ବୈଭବ ପ୍ରାପ୍ତ ହୋଇଥାଏ ।
ମନୀପର୍ସ ରେ ସବୁବେଳେ ଗୋଟିଏ ନୋଟରେ ଟିକେ ଚନ୍ଦନ ଲଗାଇ ରଖିବା ଉଚିତ ଏହା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ । ଶୁଳ୍କପକ୍ଷ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ଇତ୍ର ଏବଂ ଶ୍ରୀଙ୍ଗାର ଜିନିଷ ଉପହାର ଦେବା ଦ୍ୱାରା ଘରେ ଧନ ସମ୍ପତ୍ତି କମ ହୋଇ ନଥାଏ । ସକାଳ ସମୟରେ ଗୁରୁଜନଙ୍କୁ ପ୍ରଣାମ କରିବା ଦ୍ୱାରା ଅତ୍ୟନ୍ତ ମଙ୍ଗଳକାରୀ ହୋଇଥାଏ ଏବଂ ଶୁଖ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ।
ଅପରାଧ ସାବ୍ୟସ୍ତ ହୋଇଥିବା ଲୋକଙ୍କ ଘରେ ଶତ୍ରୁଙ୍କ ଘରେ କିମ୍ବା ଗୁରୁତର ରୋଗରେ ପୀଡିତ ଥିବା ଲୋକଙ୍କ ଘରେ ଖାଦ୍ୟ ଖାଇବା ଉଚିତ ନୁହେଁ ନଚେତ ଏହା ଆପଣଙ୍କ ପାଇଁ ଅମଙ୍ଗଳକାରୀ ହୋଇଥାଏ । ସୁଧ କାରବାର କରୁଥିବା ଲୋକଙ୍କ ଘରେ ଏବଂ ନିଶା ଦ୍ରବ୍ୟ ବା ମଦ ବିକ୍ରୟ କରୁଥିବା ଲୋକଙ୍କ ଘରେ ଖାଇବା ଅନୁଚିତ ।
ଏହା ମଧ୍ୟ ଅମଙ୍ଗଳକାରୀ ହୋଇଥାଏ । ଯଦି ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ସମ୍ପର୍କ ଖରାପ ହୋଇଥାଏ । ତେବେ ସ୍ବାମୀଙ୍କ ତକିଆ ତଳେ କର୍ପୁର ରଖି ସକାଳେ ସେହି କର୍ପୁରକୁ ଜଳାଇବା ଦ୍ୱାରା ଧୀରେ ଧୀରେ ସମ୍ପର୍କରେ ସୁଧାର ହୋଇଥାଏ । ସୂର୍ଯ୍ୟ ଉଦୟ ଏବଂ ଅସ୍ତ ସମୟରେ ଯେଉଁ ଲୋକ ଶୋଇଥାନ୍ତି । ସେହି ଲୋକମାନେ ଧୀରେ ଧୀରେ ରୋଗାଗ୍ରସ୍ତ ଓ ଦାରିଦ୍ର୍ୟ ହୋଇଥାଏ । ଦକ୍ଷିଣ ଦିଗକୁ ପାଦ ରଖି କେବେବି ଶୋଇବା ଉଚିତ ନୁହେଁ ।
ଏହା ଦ୍ୱାରା ମସ୍ତିଷ୍କକୁ ରକ୍ତ ସଞ୍ଚାଳନ କମ ହୋଇଥାଏ । ଏବଂ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି ହୋଇଥାଏ । ଘରର ବିମ ତଳେ କେବେବି ଶୋଇବା ଉଚିତ ନୁହେଁ ସେହିପରି ଛାତି ଉପରେ ହାତ ରଖି ଶୋଇବା କିମ୍ବା ଗୋଡ଼ ଉପରେ ଗୋଡ଼ ରଖି ଶୋଇବା ଦ୍ୱାରା ଅମଙ୍ଗଳ ହୋଇଥାଏ ।
ମଥାରେ କୌଣସି ତିଳକ ଲଗାଇ ଶୋଇବା ଉଚିତ ନୁହେଁ ଏହା ଅଶୁଭ ଓ ଅମଙ୍ଗଳକାରୀ ହୋଇଥାଏ । ତେଣୁ ତିଳକ ଧୋଇକରି ଶୋଇବା ଉଚିତ । କୌଣସି ଶୋଇଥିବା ଲୋକଙ୍କୁ ଅଚାନକ ଉଠାଇବା ଉଚିତ ନୁହେଁ କିନ୍ତୁ ବିଦ୍ୟାର୍ଥୀ ମାନଙ୍କୁ ନିଦରୁ ଉଠାଇବା ଉଚିତ । ଏହା ସେମାନଙ୍କ ପାଇଁ ମଙ୍ଗଳ ଅଟେ । ଭଙ୍ଗା ଖଟରେ ଶୋଇବା ଦ୍ୱାରା ଅଶୁଭ ହୋଇଥାଏ । ଅଇଁଠା ମୁହଁରେ ଶୋଇବା ଅନୁଚିତ ଅଟେ ।
ସେହିପରି ନଗ୍ନ ଅବସ୍ଥାରେ ଶୋଇବା ଅମଙ୍ଗଳ ହୋଇଥାଏ । ନିୟମିତ ବୁଧବାର ଦିନ ଗାଈକୁ ଘାସ ଖୁଆଇବା ଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ ଓ ଜୀବନର ବିଭିନ୍ନ ସମସ୍ୟା ଦୂର ହୋଇଥାଏ ଓ ଧନଧାନ୍ୟ ବୃଦ୍ଧି ହୋଇଥାଏ । ବୁଧବାର ଦିନ ଗଣେଶଜୀଙ୍କୁ ଗୂଡ଼ ଏବଂ ଘିଅ ଜାତୀୟ ଦ୍ରବ୍ୟ ଭୋଗ କରିବା ଦ୍ୱାରା ମାତା ଲକ୍ଷୀଙ୍କ କୃପା ମିଳିଥାଏ ଓ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।