କାଲି ମଜା ଦେଖୁଥିବା ଲୋକ ଆଜି କରୁଛନ୍ତି ସମାଲୋଚନା…. ଦେଖନ୍ତୁ Video ଛୁଆଟି ଯାହା କହୁଛି ଶୁଣି ଆପଣ ବି ଆବକ ରହିଯିବେ

ଓଟିଭି ମୁଖ୍ୟ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ପୁରା ଓଡିଶା ସ୍ତପ୍ଦ ହୋଇ ଯାଇଛି । ବର୍ତ୍ତମାନ ଏକ ଛୋଟ ପିଲାର ଭି-ଡି-ଓ ସାମ୍ନାକୁ ଆସୁଛି ଯେଉଁଥିରେ ସେ ଅରିନ୍ଦମ ଦାସଙ୍କୁ ନେଇ କିଛି କହୁଛି । ପିଲାଟି କହୁଛି କି ସ୍ଵାମୀ ବିବେକାନନ୍ଦର କଥାକୁ ଅରିନ୍ଦମ ଦାସ ପ୍ରମାଣ କରି ଦେଇଛନ୍ତି । ସ୍ଵାମୀ ବିବେକାନନ୍ଦ କହିଥିଲେ କି ଜୀବନରେ ରିସ୍କ ନିଅ ଯଦି ସେଥିରେ ଜିତିବ ତେବେ ଆଗକୁ ଯିବ ଓ ଯଦି ହାରିବ ତେବେ ଅନ୍ୟକୁ ଗାଇଡ କରି ପାରିବ ।

ମୁଁ ବୁଝି ପାରୁନି ଆମ ସମସ୍ତଙ୍କର ମାନସିକତା କେବେ ବଦଳିବ । କାଲି ଯେଉଁମାନେ ମଜା ଉଠାଉ ଥିଲେ ଆଜି ସେମାନେ ଚୁପ ହୋଇ ଯାଇଛନ୍ତି । କିଛି ଦିନ ତଳେ ଏହି ସବୁ ଦୃଶ୍ୟକୁ ସମସ୍ତେ ଟିଭିରେ ସିଧା ପ୍ରସାରଣ ଦେଖୁଥିଲେ । ଅନ୍ୟ କିଛି ଲୋକମାନେ ମହାନଦୀର ପୋଲ ଉପରେ ରହି ଏହି ଦୃଶ୍ୟର ମଜା ନେଉ ଥିଲେ ।

ସେଠି କିଛି ମି-ଡି-ଆ କର୍ମୀ ବି ଥିଲେ । ହାତୀକୁ ବଞ୍ଚାଇବା ପାଇଁ ODRF ଟିମ ନଦୀ ମଧ୍ୟକୁ ଯିବା ପାଇଁ ବାହାରିଲା । ସେହି ସମୟ ପର୍ଯ୍ୟନ୍ତ ଆମେ ସମସ୍ତେ ଚୁପ ରହିଲୁ । ସାମ୍ବାଦିକମାନେ ନଦୀକୁ ଯିବା ପାଇଁ ବାହାରିଲେ ଓ ସେହି ସମୟରେ ବି ଆମେ ଚୁପ ରହିଲୁ । ଦେଖୁ ଦେଖୁ ନଦୀରେ ବୋର୍ଟଟି ଓଲଟି ଗଲା । ସେହି ସମୟରୁ ଆମ ସମସ୍ତଙ୍କ ଜ୍ଞାନ ବୁଜି ଗଲା । ଯେତେବେଳେ ସାମ୍ବାଦିକର ମୃ-ତ୍ୟୁ ହେଲା ତେବେ ସେହି ସମୟରୁ ଆମେ ସମସ୍ତେ ମହାଜ୍ଞାନୀ ହୋଇଗଲୁ ।

ସମସ୍ତେ ଉପଦେଶ ଦେବା ଆରମ୍ଭ କରି ଦେଲୁ । ଏହିଭଳି କରିଥିଲେ ଭଲ ହୋଇ ଥାନ୍ତା । ଏହିଭଳି କାର୍ଯ୍ୟ ପାଇଁ ଅନୁମତି କିଏ ଦେଲା । ଏଥିପାଇଁ କିଏ ଦାୟୀ । ଏମାନେ ନିଜେ ମା-ରିଲେ ନା ତାଙ୍କୁ ତାଙ୍କୁ ମା-ରି ଦିଆଗଲା । ଏଥିପାଇଁ ସରକାର ଦାୟୀ ନା ଟିଭି ଦାୟୀ ।

କିନ୍ତୁ ଏଠି ମୋର ସମସ୍ତଙ୍କୁ ଗୋଟିଏ ପ୍ରଶ୍ନ କଣ ଘଟଣା ଘଠୁ ଥିବା ସମୟରେ ଧୃତରାଷ୍ଟ୍ର ଭଳି ସମସ୍ତେ ଆଖିରେ ଅନ୍ଧ ପୁଟୁଳି ବାନ୍ଧିଥିଲ ? ସବୁ ଶେଷ ହେବା ପରେ ଅଣ୍ଟାରେ ଗାମୁଛା ବାନ୍ଧି ନିଜର ବୀରତ୍ଵର ଭାଷଣ ଦେଉଛ । ଯେଉଁମାନଙ୍କର ମୃ-ତ୍ୟୁ ହୋଇଛି ଥରେ ଯାଇ ତାଙ୍କର ପରିବାରକୁ ଦେଖନ୍ତୁ ଓ ବୁଝିବାକୁ ଚେଷ୍ଟା କରନ୍ତୁ ତାଙ୍କର ଦୁଃଖକୁ ।

ତୁମେ କିଛି ଦିନ ପରେ ସବୁ ଭୁଲିଯିବ । କିନ୍ତୁ ମା କୁ ପଚାର ତାର ଛାତିର ଯନ୍ତ୍ରଣା କେତେ ଓ ବାପାକୁ ପଚାରନ୍ତୁ ମନରେ ବେଦନ କେତେ । ଅରିନ୍ଦମ ଭାଇ ତୁମେ ସାହସ ଦେଖାଇ ଏହି ଦୁନିଆ ଛାଡି ଚାଲିଗଲ । କିନ୍ତୁ ଆମ ସମାଜର କିଛି କାନ୍ଦୁଆ ପିନ୍ଧା ଭଲ ପାଇବାକୁ ଉପରେ ଥାଇ ଦେଖୁ ଥିବ । ଅରନ୍ଦମ ଭାଇ ଆମର ରହେ ।

Leave a Reply

Your email address will not be published. Required fields are marked *