ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଘଞ୍ଚ ଜଙ୍ଗଲ ରେ କେତେ ଯେ ହିଂସ୍ର ପଶୁ ମାନେ ରହିଥାନ୍ତି । ଆଉ ସେମାନଙ୍କ ହାବୁଡ ରେ ଥରେ ଯିଏ ପଡିଯାଏ ସେ ଆଉ ବଞ୍ଚି କି ଆସି ନ ଥାଏ । କିନ୍ତୁ କଣ ଆପଣ କେବେ ସୁ ନିଛନ୍ତି ଇ ଦେଖିଛନ୍ତି ଯେ ଘଞ୍ଚ ଜଙ୍ଗଲରେ କେହି ମଣିଷ ରହିବା । ସେ ବି ପୁଣି ବନ୍ୟ ଜୀବ ଜନ୍ତୁ ଙ୍କ ଗହଣରେ । ଆଜ୍ଞା ହଁ ଦର୍ଶକ ବନ୍ଧୁ ଏହି କଥା ଟି ଶୁଣିବା ପରେ ନିଶ୍ଚୟ ଆପଣ ଚମକି ପଡିବେ ।
କିନ୍ତୁ ଏହି କଥା ଟି ଏକଦମ ସତ ଅଟେ । ତେବେ ଏଭଳି ଏକ ଘଟଣା ଏବେ ସାମନା କୁ ଆସିଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଆଉ ଡେରି ନ କରି ନଜର ପକାଇବା ପୁରା ଖବର ବିଷୟରେ ।ସୂଚନା ଅନୁଯାୟୀ ଘଞ୍ଚ ଜଙ୍ଗଲରେ ଦିର୍ଗ 3 ମାସ ରୁ ଅଧିକ ସମୟ ହେଲା ରହି ଆସୁଛନ୍ତି ଜଣେ ମହିଳା ।
ବାଘ, ଭାଲୁ ଙ୍କୁ ଖାତିର ନ କରି ସେ ଦିନ କାଟୁଛନ୍ତି ଜଙ୍ଗଲ ଭିତରେ । ନା ଅଛି ତାଙ୍କର ପରିଚୟ ନା ତାଙ୍କର ଅଛି ଠିକଣା । କଣ ଖାଉଛନ୍ତି, କେମିତି ରହୁଛନ୍ତି ତାହା କାହାକୁ ବି ଜଣା ନାହି । ପାଗଳି ଙ୍କ ଭଳି ଜଙ୍ଗଲରେ ରହୁଥିବା ବେଳେ ତାଙ୍କ ଜୀବନ ପ୍ରତି ରହିଛି ଜଙ୍ଗଲି ଜନ୍ତୁ ଙ୍କ ବିପଦ । ଖରା ବର୍ଷା କୁ ଖାତିର ନ କରି ଦିନ କାଟୁଛନ୍ତି ଜଙ୍ଗଲ ଭିତରେ ।
ଦେବଗଡ ଜିଲ୍ଲା ରିୟାମାଳ ବ୍ଲକ ଟୁହିଲା ମାଳ ଗ୍ରାମ ଅଙ୍ଗାରପଡା ଘନ ଜଙ୍ଗଲ ନିକଟରେ ରହୁଛନ୍ତି ଏହି ଅପରିଚିତ ମହିଳା ଜଣକ । ମହୁଲ ଫୁଲ ଗୋଟାଉ ଥିବା କିଛି ଲୋକଙ୍କ ଠାରୁ ଖବର ପାଇବା ପରେ ଏହାର ଖୁଲାସା ହୋଇଥିଲା । ମହିଳା ଙ୍କ ପାଖକୁ po ଙ୍କୁ ଜଙ୍ଗଲ ଭିତରକୁ ପଠାଇବାକୁ କୁହା ଯାଇଛି । ସେହି ମହିଳା ଙ୍କୁ ଯାହା ପଚାରିଲେ ସେ କିଛି କହିପାରୁ ନାହାନ୍ତି ।
କେବେ କେବେ ମୋ ସ୍ଵାମୀ ଙ୍କୁ ଗଛ ମାଡି ବସିଲା ଆଉ କେବେ ମୋର ଛୁଆ କୁ ସରକାର ନେଇଗଲେ ବୋଲି କହୁଛି ପାଗଳି ମହିଳା ଜଣକ । ହେଲେ ନିଜର ପରିଚୟ ବାବଦରେ ସେ କିଛି କହିପାରୁ ନାହାନ୍ତି । ଆଉ ତାଙ୍କୁ ଦେଖିଲେ ଜଣା ପଡୁଛି ତାଙ୍କର ମାନସିକ ସ୍ଥିତି ଭଲ ନାହି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।