ଗରିବୀ ବା ଦାରିଦ୍ର୍ଯତା ଆସିବାର ସଂକେତ, ଏବେ ଚେକ କରନ୍ତୁ ଆପଣଙ୍କ ଘରେ ଏହି କାମ ହେଉନି ତ? Vastu Tips

ଘରେ ହେଉଥିବା ଛୋଟ ଛୋଟ କଥାରେ ବହୁତ କିଛି ସଙ୍କେତ  ଲୁଚିକି ରହିଥାଏ । ଏହି ସଙ୍କେତକୁ ବୁଝି ଭବିଷ୍ୟତରେ ହେବାକୁ ଥିବା ଅସୁବିଧାରୁ ବଞ୍ଚିପାରିବେ । ଜ୍ଯୋତିଷ ଅନୁସାରେ ଯଦି ଘରକୁ ଦରିଦ୍ରତା ଆସିଥାଏ ତେବେ ଛୋଟ ଛୋଟ କଥା ଇସାରା କରିଥାଏ । ଆସନ୍ତୁ ଜାଣିବା ଜ୍ଯୋତିଷଙ୍କ ଅନୁସାରେ ଗରିବକୁ ବୃଦ୍ଧି କରୁଥିବା ସଙ୍କେତ ଗୁଡିକ କଣ କଣ ଅଟେ । ଯେଉଁ ଘରେ କ୍ଷୀର ଉତୁରି ଯାଇଥାଏ ଓ ହଠାତ ଘରେ ପଇସାର ଖର୍ଚ ବଢିଯାଇଥାଏ ।


ଘରର ଲୋକ ହଠାତ ରୋଗଗ୍ରସ୍ତ ହୋଇଥାନ୍ତି ଓ ଘରେ ସବୁବେଳେ ଅଶାନ୍ତି ହୋଇଥାନ୍ତି । ସେଥିପାଇଁ ଏହିକଥାକୁ ସବୁବେଳେ ଧ୍ୟାନରେ ରଖିବେ । ବହୁତ ଲୋକ କହିଥାନ୍ତି କ୍ଷୀର ଉତୁରି ପଡିବାତ ଶୁଭ ହୋଇଥାଏ କିନ୍ତୁ ପ୍ରତିଦିନ ଜୀବନରେ ଏମିତି ହୋଇଥାଏ ସବୁଦିନ କ୍ଷୀର ଉତୁରିକି ପଡିଥାଏ ଏହା ଶୁଭ ହୋଇନଥାଏ । ଘରେ ବିଜୁଳିର କିଛି ଜିନିଷ କାମ କରୁନି କି ଖରାପ ଅଛି ତେବେ ତାକୁ ଜଲ୍ଦି ଠିକ କରନ୍ତୁ ନହେଲେ ଘରୁ ବାହାର କରିଦିଅନ୍ତୁ । ଏଥିରେ ରାହୁ ଦୋଷ ପ୍ରବଳ ହୋଇଥାଏ ଓ ଘରେ ନକରାତ୍ମକ ଶକ୍ତି ବଢିଥାଏ ।

ଘରକୁ ସଜାଇବା ପାଇଁ କେବେବି ନକଲି ଫୁଲରେ କେବେବି ସଜନ୍ତୁ ନହିଁ । ଯଦି ଫୁଲ ପସନ୍ଦ ଅଛି ତେବେ ପ୍ରକୃତିକ ଫୁଲ ହିଁ ଘରେ ରଖନ୍ତୁ । ଯଦି ପୂଜା ଫୁଲ ଶୁଖିଯାଏ ତେବେ ସେଇ ଫୁଲ ମାଳକୁ ଘର ବାହାରକୁ ବାହାର କରି ଦିଅନ୍ତୁ । ଯେଉଁ ଘରେ ବିଲେଇର ପ୍ରବେଶ ବାର ବାର ହୋଇଥାଏ କି ବିଲେଇ ଆସି କାନ୍ଦିଥାନ୍ତି ବା ଝଗଡା ହୋଇଥାଏ । ସେଇ ଘରେ ଝଗଡା ହୋଇଥାଏ ଓ ଧନ ଆସିବା କମିଯାଇଥାଏ । ଯଦି ଆପଣଙ୍କ ଘରର ନଳରୁ ପଣି ବୁନ୍ଦା ବୁନ୍ଦା ହୋଇ ପଡିଥାଏ ଏହ ସଙ୍କେତ ଦେଇଥାଏକି ଆସୁଥିବା ସମୟରେ ବହୁତ ଅଧିକ ଖର୍ଚ ହେବାର ସମ୍ଭାବନା ଥାଏ ।


ମାନେ ରଖନ୍ତୁ ନଳ ଠିକସେ ବନ୍ଦ କରନ୍ତୁ ଓ ଟାଙ୍କିରୁ ପାଣି ଟପ ଟପ ହୋଇ ପଡିବ ବନ୍ଦ କରନ୍ତୁ । ଗ୍ଲାସରେ ସେତିକି ପାଣି ନିଅନ୍ତୁ ଯେତିକି ପିଇବେ ଯଦି ପାଣି ବଳି ଯାଉଛି ତାକୁ ଗଛରେ ଦେଇ ଦିଅନ୍ତୁ  । ଯଦି ଆପଣଙ୍କ ଘରେ ଲାଗିଥିବା ଗଛପତ୍ର ଶୁଖିବାକୁ ଲାଗିଥାଏ ତାକୁ ତୁରନ୍ତ କାଟି ଦିଅନ୍ତୁ । ଘରେ ଲାଗିଥିବା ଗଛ ଲତାକୁ ସବୁବେଳେ ହରାଭରା ରଖନ୍ତୁ । ଘରେ ରହିଥିବା ଗଛ ପତ୍ର ଶୁଖିଲେ ବୁଧ ଗ୍ରହ ଖରାପ ହୋଇଥାଏ । ଗଛପତ୍ରକୁ ସବୁଦିନ ପାଣି ଦିଅନ୍ତୁ ତାକୁ ଶୁଖିବାକୁ ଦିଅନ୍ତୁ ନହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *