Durga Puja: ଘରକୁ ନେଇଆସନ୍ତୁ ଏହି 5ଟି ଜିନିଷ, ଘରେ ହେବ ଧନର ବର୍ଷା… ଆପଣଙ୍କ ରାଶି ନୁହେଁ ତ

ବନ୍ଧୁଗଣ ଆପଣ ମାନଙ୍କୁ ଶାରଦୀୟ ନବରାତ୍ରି ର ଶୁଭକାମନା ଓ ହାର୍ଦ୍ଦିକ ଅଭିନନନ୍ଦ । ଚଳିତ ବର୍ଷ ସେପ୍ଟେମ୍ବର ୨୬ ରୁ ଆରମ୍ଭ ହେବାକୁ ଯାଉଛି ଦୁର୍ଗାପୂଜା ବା ଦଶହରା । ମା ଦୂର୍ଗାଙ୍କର ନବରାତ୍ରି ପୂଜା ଆରମ୍ଭ ହେବାକୁ ଯାଉଛି । ମା ଦୂର୍ଗାଙ୍କର ଯେତେ ପୂଜା ପାଠ କରିବା ସହ କିଛି ଖାସ ଉପାୟ କରିବାକୁ ପଡିଥାଏ । ଦଶହରା ସରିବା ପୂର୍ବରୁ ସେହି ଖାସ ଉପାୟ କରିଲେ ମା ଦୂର୍ଗା ପ୍ରସନ୍ନ ହୋଇଥାନ୍ତି । ଏହି ଦୁର୍ଗାପୂଜା ଶେଷ ହେବା ଆଗରୁ ଘରକୁ ନେଇ ଆସନ୍ତୁ ଏହି ୫ଟି ଜିନିଷ ମଧ୍ୟରୁ କୌଣସି ଗୋଟେ ଜିନିଷ । ଆସନ୍ତୁ ଜାଣିବା ବିସ୍ତାର ଭାବେ ।

୧- ରୂପା ପଇସା : ଆପଣଙ୍କ ଘରେ ଦାରିଦ୍ରତା ଦୂର କରିବାକୁ ଚାହୁଁଛନ୍ତି ତେବେ ରୂପାର ପଇସା ଘରକୁ ନିଶ୍ଚୟ ଆଣନ୍ତୁ । କୌଣସି ଦିନ ଆଣି ପବିତ୍ର ମନରେ ପୂଜା କରନ୍ତୁ । ଏହା ପରେ ନିଜର ତାଙ୍କ ରଖୁଥିବା ଜାଗାରେ ବନ୍ଦ କରି ରଖି ଦିଅନ୍ତୁ । ଏଥିରେ ଆପଣଙ୍କ ଘରେ ମା ଲକ୍ଷ୍ମୀ ଙ୍କ ବାସ ହେବା ସହ ତାଙ୍କ ପଇସାର ଆଗମନ ହୋଇଥାଏ ।

୨- କଉଡି : ଯଦି ଆପଣଙ୍କୁ ଧନ ଜନିତ ସମସ୍ୟାର ସାମନାକୁ କରିବାକୁ ପଡୁଛି ତେବେ ନବରାତ୍ରି ଶେଷ ହେବ ପୂର୍ବରୁ ହଳଦିଆ ବା ଧଳା କଉଡି ଘରକୁ ନିଶ୍ଚୟ ଆଣନ୍ତୁ । ମା ଲକ୍ଷ୍ମୀ ଙ୍କ ପୂଜା କରିବା ସମୟରେ ଏହି କଉଡିକୁ ପୂଜା କରନ୍ତୁ । କଉଡି ଆଣି ନାଲି ରଙ୍ଗର କନାରେ ବାନ୍ଧି ରଖିଲେ ଧନର ଅଭାବ ରହିବ ନାହି ।

୩- ମା ଲକ୍ଷ୍ମୀ ଙ୍କ ଫୋଟୋ : ଯଦି ଆପଣ ମା ଦୂର୍ଗା ଓ ଲକ୍ଷ୍ମୀ ଙ୍କ କୃପା ପାଇବାକୁ ଚାହୁଁଛନ୍ତି ତେବେ ଘରକୁ ନବରାତ୍ରି ପୂର୍ବରୁ ପଦ୍ମ ଫୁଲରେ ବସିଥିବା ମା ଲକ୍ଷ୍ମୀ ଙ୍କ ପ୍ରତିମା ନିଶ୍ଚୟ ଆଣନ୍ତୁ । ଏହା ପରେ ସବୁ ଦିନ ଏହି ଫୋଟୋକୁ ସବୁ ଦିନ ପୂଜା କରିବା ଦ୍ଵାରା ମା ଲକ୍ଷ୍ମୀ ଘରେ ସ୍ଥାୟୀ ଭାବେ ବାସ କରିଥାନ୍ତି ।

୪- ଦକ୍ଷିଣାବର୍ତ୍ତୀ ଶଙ୍ଖ : ଦଶହରା ରେ ଘରକୁ ଦକ୍ଷିଣାବର୍ତ୍ତୀ ଶଙ୍ଖ ଆଣିବା ଦ୍ଵାରା ଆପଣଙ୍କ ଘରେ ମାଆ ଲକ୍ଷ୍ମୀ ଓ କୁବେର ମହାରାଜ ଙ୍କ କୃପା ବର୍ଷା ହୋଇଥାଏ । ଏହାକୁ ଘରକୁ ଆଣି ପୂଜା ଘରେ ବା ଟଙ୍କା ରଖଥିବା ଜାଗାରେ ରଖିବା ସହ ହଳଦିଆ ଚାଉଳ ଏଥିରେ ରଖନ୍ତୁ ।

୫- ଶ୍ରୀଯନ୍ତ୍ର : ଏମିତିରେ ଶ୍ରୀଜନ୍ତ୍ର ବହୁତ ପ୍ରକାରର ହୋଇଥାଏ କିନ୍ତୁ ଆପଣ କୌଣସି ପ୍ରକାରର ଶ୍ରୀଜନ୍ତ୍ର ନବରାତ୍ରି ଶେଷ ପୂର୍ବରୁ ଘରକୁ ଆଣି ପୂଜା ଘରେ ନାଲି କନା ରେ ରଖି ସ୍ଥାପନ କରନ୍ତୁ । ଏପରି କରିଲେ ମା ଦୂର୍ଗା ଙ୍କ କୃପା ଲାଭ ହେବା ସହ ଟଙ୍କା ପଇସାର ଅଭାବ ରହିବ ନାହି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ସାଙ୍ଗ ସାଥି ମାନଙ୍କ ସହ ସେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *