ଘରର ମୁଖ୍ୟ ଦ୍ଵାରରେ ଘୋଡାନାଲ ଲଗାଇବା ଠିକ ନା ଭୁଲ ? Main Door Vaastu

ଆପଣ ମାନେ ଜାଣିଛନ୍ତି ଅନେକ ଲୋକ ମାନେ ନିଜ ଘରେ ଘୋଡାନାଲ ଲଗାଇଥାନ୍ତି । ଘୋଡା ନାଲ ଘରର ମୁଖ୍ୟ ଦ୍ଵାର ବା ଲିଭିଙ୍ଗ ଘରର ପ୍ରବେଶ ଦ୍ଵାରରେ ଲଗା ଯାଇଥାଏ । ଆଜି ଆମେ ଆପଣ ମାନଙ୍କୁ ଘୋଡା ନାଲ ଘରେ ଲଗାଇବା ଦ୍ଵାରା କଣ ଲାଭ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ଘୋଡା ଗୋଡରେ ଏକ ୟୁ ଭଳି ସୋଲ ରହିଥାଏ । ଯାହା ଦ୍ଵାରା ଘୋଡା କୁ ଚାଲିବା ବା ଦୌଡିବାରେ କୌଣସି ଅସୁବିଧା ହୁଏ ନାହି । ଇଂରାଜୀ ଅକ୍ଷରର ୟୁ ଆକାରର ଏହି ସୋଲ ରେ ଯେଉଁ ଜାଗାରେ ଚିଲ ରହିଥାଏ ସେହି ଜାଗାରେ ଛେଦ ରହିଥାଏ ।

ଏହି ସୋଲ କୁ ନାଲ କୁହାଯାଏ । ଆଜିକାଲି ବଜାରରେ ଅନେକ ନାଲ ମିଳୁଛି କିନ୍ତୁ ତାହାର ବ୍ୟବହାର କୌଣସି ଘୋଡା କରିନାହି । ପ୍ରାଚୀନ କାଳରେ ଯେଉଁ ନାଲ ପୁରୁଣା ହୋଇଯାଏ ତାହାକୁ ହିଁ ବ୍ୟବହାର କରାଯାଉ ଥିଲା । ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଘର ମୁଖ୍ୟ ଦ୍ଵାର ଉତ୍ତର ବା ଉତ୍ତର ପଶ୍ଚିମ ଦିଗରେ ରହିଥାଏ ତେବେ ସେଠାରେ ଘୋଡା ନାଲ ବାହାରକୁ ମୁହଁ କରି ଲଗାଇବା ଉଚିତ ।

ଘର ମୁଖ୍ୟ ଦ୍ଵାରରେ କଳା ଘୋଡାନାଲ ଲଗାଇଲେ କୌଣସି ଶୁଭ ଶକ୍ତିର ଅବଶ ହୁଏ ନାହି । ଜ୍ଯୋତିଷ ଅନୁସାରେ କଳା ଘୋଡା ଗୋଡରେ ଶନିଦେବଙ୍କ ବିଶେଷ ପ୍ରଭାବ ରହିଥାଏ । ନାଲ ଲୁହାରୁ ତିଆରି ହୋଇଥାଏ ଓ ଶନିଦେବଙ୍କର କଳା ରଙ୍ଗ ପ୍ରିୟ ହୋଇଥାଏ । କଳା ଘୋଡାନାଳ କୁ କଳା କପଡାରେ ବାନ୍ଧି କୌଣସି ଜିନିଷ ପାଖରେ ରଖିଲେ କେବେ ଜିନିଷର ଅଭାବ ହୁଏ ନାହି ।

ଏହା ଛଡା କଳା ଘୋଡାନାଲ କୁ ଧନ ଥିବା ସ୍ଥାନରେ ରଖିଲେ ଧନ ବୃଦ୍ଧି ହୋଇଥାଏ । ଏହା ବ୍ଯତୀତ ଘୋଡାନାଲ ଘରେ ରଖିଲେ ନାକାରାତ୍ମକ ଶକ୍ତିର ଅନ୍ତ ହୋଇଥାଏ । ଯଦି କୌଣସି ବ୍ୟକ୍ତି ଦୌଡୁଥିବା ଘୋଡାର ନାଲ ପାଇ ଆଣି ଘରେ ସ୍ଥାପନ କରନ୍ତି ତେବେ ସେହି ବ୍ୟକ୍ତିର ଭାଗ୍ୟ ବଦଳି ଯାଏ । ଦୋକାନ ଆଗରେ କଳା ଘୋଡାନାଲ ରଖିଲେ ଅଧିକ ଲାଭ ହୋଇଥାଏ ।

ଘରର କବାଟରେ ଘୋଡା ନାଲ ଲଗାଇବା ଅନୁଚିତ ଅଟେ । କାରଣ ଯେଉଁ ବ୍ୟକ୍ତି ଆପଣଙ୍କ ଘରୁ ପ୍ରବେଶ କରିବ ସେ ପ୍ରଥମେ ଆପଣଙ୍କ ଘରର ମୁଖ୍ୟ ଦ୍ଵାର ଦେଖି ଆପଣଙ୍କର ସ୍ଵଭାବ, ବ୍ୟକ୍ତିତ୍ବ କିପରି ହୋଇଥାଏ ତାହା ସେଥିରୁ ଅନ୍ଦାଜ ଲଗାଇ ଥାଏ । ତେବେ ବିଦ୍ଵାନ ଙ୍କ ମତରେ ମଧ୍ୟ ଘୋଡା ନାଲ ଘର କବାଟର ଅଗ୍ର ଭାଗରେ ଲାଗିବା ଅନୁଚିତ ଅଟେ ।

ତେଣୁ ଯଦି ଆପଣ ଘୋଡା ନାଲ ଘର କବାଟର ମୁଖ୍ୟ ଭାଗରେ ଲଗାଉଛନ୍ତି ତେବେ କୌଣସି ବିଦ୍ଵାନ ଙ୍କୁ ପଚାରି ଲଗାନ୍ତୁ । ଏପରି କରିବା ଦ୍ଵାରା ଆପଣଙ୍କ ଘରର ସେଖ ସମୃଦ୍ଧି ବୃଦ୍ଧି ହେବା ସହ ଧାନ ସହ ଜଡିତ ସବୁ ସମସ୍ୟାର ନିବାରଣ ହୋଇ ପାରିବ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କାରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *