ଘରର ମୁଖ୍ୟ ଦ୍ଵାରା ସାମ୍ନାରେ 3ଟି ଜିନିଷ ରହିବା ଅନୁଚିତ, ଲକ୍ଷ୍ମୀ ଘର ଛାଡି ଚାଲି ଯାଆନ୍ତି

ବନ୍ଧୁଗଣ ମାନବ ଜୀବନରେ ବାସ୍ତୁ ଶାସ୍ତ୍ରର ଅଧିକ ମହତ୍ଵ ରହିଛି । ଯାହାର ନିର୍ମାଣ ଦେବ ଶିଳ୍ପୀ ବିଶ୍ଵକର୍ମାଙ୍କ ଦ୍ଵାରା କରାଯାଇଥିଲା । ଶାସ୍ତ୍ର ଏତେ ବିଶାଳ ଓ ବିସ୍ତୃତ ଅଟେ ଯାହାକୁ ପୂର୍ଣ୍ଣ ରୂପରେ ଜୀବନରେ ଆପଣେଇବା ଅସମ୍ଭବ । ବାସ୍ତୁ ଶାସ୍ତ୍ରର ନିୟମକୁ ପାଳନ କରି ଆମେ ଘରକୁ ପବିତ୍ର ରଖିପାରିବା । ବାସ୍ତୁ ଶାସ୍ତ୍ରରେ ଗୃହର ନିର୍ମାଣକୁ ଅନେକ ନିୟମ କୁହାଯାଇଛି ।

ଗୃହ ନିର୍ମାଣ ସମୟରେ ମୁଖ୍ୟଦ୍ବାରର ଦିଶାକୁ ଅଧିକ ମହତ୍ଵ ଦିଆଯାଇଛି । ଗୃହର ଦ୍ଵାରା କେଉଁ ଦିଶାରେ ରହିଲେ ଶ୍ରେଷ୍ଠ ଫଳ ମିଳିଥାଏ ତାହା ମଧ୍ୟ କୁହାଯାଇଛି । ଆମେ ଆମେ ଆପଣଙ୍କୁ କହିବୁ ମୁଖ୍ୟଦ୍ଵାର ସାମନାରେ କେଉଁ କେଉଁ ଜିନିଷ ରଖିଲେ ଦାରିଦ୍ର୍ଯତା ଆସିଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟଦ୍ଵାର ଅନ୍ୟ ଘର ଗୁଡିକ ଠାରୁ ଆକାରରେ ବଡ ହେବା ଉଚିତ ।

ମୁଖ୍ୟଦ୍ଵାର କେବେ ଛୋଟ ହେବା ଅନୁଚିତ । ଯଦି ଏପରି ହୁଏ ଘରେ ଝଗଡା ଲାଗି ରହିଥାଏ । ମୁଖ୍ୟଦ୍ଵାର ବଡ ହେଲେ ଏହାର ଶୁଭ ଫଳ ମିଳିଥାଏ । ବାସ୍ତୁ ଅନୁଯାୟୀ ମୁଖ୍ୟଦ୍ଵାର ଖୋଲିବା ସମୟରେ ଦୁଇ ହାତର ପ୍ରୟୋଗ ହେବା ଉଚିତ । ଏହା ଶୁଭ ହୋଇଥାଏ । ଏଭଳି ଘରେ ମା ଲକ୍ଷ୍ମୀ ପ୍ରବେଶ କରିଥାନ୍ତି । ବାସ୍ତୁ ଅନୁଯାୟୀ ମୁଖ୍ୟଦ୍ଵାର ପାଖରେ ଏରୁଣ୍ଡି ବନ୍ଧ ହେବା ଆବଶ୍ୟକ ଅଟେ ।

ଏରୁଣ୍ଡି ବନ୍ଧ ଘରର ରକ୍ଷା କରିବା ସହ ନେଗେଟିଭ ଶକ୍ତିରୁ ଦୂରେଇ ରଖିଥାଏ । ଏରୁଣ୍ଡି ବନ୍ଧକୂ ପୂଜା କରିବା ସହ ନିତ୍ୟ ଦୀପ ଜଳାଇଲେ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଏରୁଣ୍ଡି ବନ୍ଧର ଦୁଇ ପାଖରେ ସ୍ଵସ୍ତିକ ଚିହ୍ନ ଆଙ୍କିବା ଉଚିତ । ଭଗବାନ କୃଷ୍ଣ କହୁଇଛନ୍ତି ଏରୁଣ୍ଡି ବନ୍ଧ ନ ରହିଲେ ଗୃହକୁ ନେଗେଟିଭ ଶକ୍ତିର ପ୍ରବେଶ ହୋଇଥାଏ ।

ମୁଖ୍ୟଦ୍ଵାରରେ ଫାଟ ବା କଣା ହେବା ଅନୁଚିତ । ଏହାଦ୍ବାରା ଗୃହକୁ ନେଗେଟିଭ ଶକ୍ତି ପ୍ରବେଶ କରିଥାଏ । ଏଭଳି ଘରେ ଦୁଖ, ଦୁର୍ଭଗ୍ଯର ବାସ ହୋଇଥାଏ । ମୁଖ୍ୟଦ୍ଵାରରେ ତୋରଣ ଲଗାଇଲେ ଅଶୁଭ ଶକ୍ତି ଦୂରେଇ ଯାଇଥାଏ ଓ ଦୁର୍ଘଟଣା ହୁଏ ନାହିଁ । ଏହା ସହ ଶୁଭ ଚିହ୍ନ ଓ ଧାର୍ମିକ ପ୍ରତୀକ ନିଶ୍ଚୟ ଲଗାଇବା ଉଚିତ । ମୁଖ୍ୟଦ୍ଵାର ଆଗରେ କାନ୍ଥ, ବଡ ଗଛ, ପାଣି ଟାଙ୍କି, ଖୁଣ୍ଟ ରହିଲେ ଉନ୍ନତିରେ ବାଧା ଆସିଥାଏ ।

ଏହାଦ୍ବାରା ଧନ ଜନିତ ସମସ୍ଯା ଦେଖାଯାଏ । ଶ୍ରୀକୃଷ୍ଣ କହିଛନ୍ତି ମୁଖ୍ୟଦ୍ଵାର ସଫା ସୁତୁରା ରହିବା ସହ ସୁନ୍ଦର ରଙ୍ଗୋଲି ଆଙ୍କିବା ଉଚିତ । କେବେ ବି ଅପରିଷ୍କାର କରିବା ଅନୁଚିତ । ମୁଖ୍ୟଦ୍ଵାର ଖୋଲିବା ବା ବନ୍ଦ କରିବା ସମୟରେ କର୍କଟ ସ୍ଵର ହେବା ଅନୁଚିତ । ଏହା ଅଶୁଭ ହୋଇଥାଏ । ମୁଖ୍ୟଦ୍ଵାର କେବେ ବାହାରକୁ ଖୋଲିବା ଅନୁଚିତ ଏହା ଅଶୁଭ ସଂକେତ ଦେଇଥାଏ ।

ଏହାଦ୍ବାରା ଆର୍ଥିକ ସମସ୍ଯା ଦେଖାଯାଏ । ମୁଖ୍ୟଦ୍ବାରର କବାଟ ଚନ୍ଦନ, ନିମ, ଅର୍ଜୁନ, ଅଶୋକ, ସିସମ ଆଦି ଗଛରେ ତିଆରି ହେବା ଉଚିତ । ଜାଲିଥିବା କାଠରେ କବାଟ ବନାଇବା ଉଚିତ ନୁହେଁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *