ଘରକୁ ଫେରିଲେ Babushan, ତେବେ ନିଜର ପ୍ରତିକ୍ରିୟା ରଖି କଣ କହିଲେ ଦେଖନ୍ତୁ Live Video

ନମସ୍କାର ବନ୍ଧୁଗଣ । ପୁରା ଓଡିଶା ବାସୀ ଓ ଦର୍ଶକ ମାନେ ଅପେକ୍ଷାରେ ରହିଥିଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି କେବେ ଓଡିଶା ଫେରିବେ । ତେବେ ଅପେକ୍ଷାର ସମାପ୍ତି ହୋଇଛି । ସୂଚନା ଅନୁଯାୟୀ ବାବୁସାନ ଭୁବନେଶ୍ଵର ଏୟାରପୋର୍ଟ ରେ ଆସି ପହଞ୍ଚିଛନ୍ତି । ଲୋକମାନେ ତାଙ୍କୁ ଏୟାରପୋର୍ଟରେ ଦେଖିବା ପରେ ଏହି ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି । ପୋଲିସ ବାବୁସାନଙ୍କୁ ପଚରାଉଚାରା କରିବା ପରେ ଏହି ଘଟଣା ର ତଦନ୍ତ ଆଗକୁ ବଢିବ ବୋଲି କୁହାଯାଉଛି । ସ୍ତ୍ରୀ ତୃପ୍ତି ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ପ୍ରେମ ସମ୍ପର୍କକୁ ନେଇ ଅଭିଯୋଗ କରିଛନ୍ତି ଆଉ ରାସ୍ତା ମଝିରେ ମାଡ ମାରିଛନ୍ତି ତାହାର ସବୁ ଖୁଲସା ହେବ ବାବୁସାନ ଆସିଲେ ।

ସମସ୍ତେ ଅପେକ୍ଷା କରି ରହିଛନ୍ତି ବାବୁସାନଙ୍କ ପ୍ରତିକ୍ରିୟାକୁ । ପ୍ରକୃତି ମିଶ୍ରଙ୍କୁ ଗତ କାଲି ପୋଲିସ ପଚରାଉଚରା କରିସାରିଛି । ଏବେ ପାଳି ବାବୁସାନଙ୍କର ପଡିବ । ତେବେ ଫ୍ଲାଇଟ ଆସି ସାରିଲାଣି କିନ୍ତୁ ବାବୁସାନ ଏ ଯାଏଁ ବାହାରକୁ ଆସି ନାହାନ୍ତି ଯାହା ସୂଚନା ରହିଛି । ଆଜି ଚେନ୍ନାଇ ରୁ ଭୁବନେଶ୍ଵର ଏୟାରପୋର୍ଟ ରେ ପହଞ୍ଚି ସାରିଛନ୍ତି ବାବୁସାନ ଯାହା ଖବର ରହିଛି ।

ବାବୁସାନଙ୍କ ସହ ତାଙ୍କର କିଛି ଅଭିନେତା କର୍ମୀମାନେ ଉପସ୍ଥିତି ଅଛନ୍ତି । ସବୁ ପ୍ରଶ୍ନର ଉତ୍ତର ଏବେ ଦେବେ ବାବୁସାନ । ଆପଣ ମାନେ ଏହି ଭିଡିଓରେ ଲାଇଭ ଦେଖିପାରିବେ । ସାମ୍ବାଦିକ ମାନେ ବାବୁସାନଙ୍କୁ ଘେରି ରହିଥିଲେ ମଧ୍ୟ ସେ କୌଣସି ଉତ୍ତର ନ ଦେଇ ସିଧା ଗାଡି ଭିତରେ ବସି ଯାଇଛନ୍ତି । ଯେତେବେଳେ କହିବା କଥା କହିବି ବର୍ତ୍ତମାନ ମୋ ବାପା ମା ଙ୍କ ପାଖକୁ ଯିବାକୁ ଦିଅନ୍ତୁ ବୋଲି ସେ ସାମ୍ବାଦିକ ମାନଙ୍କୁ ଉତ୍ତର ଦେଇଛନ୍ତି ।

ବର୍ତ୍ତମାନ ବାବୁସାନ-ତୃପ୍ତି- ପ୍ରକୃତି ବିବାଦକୁ ଚର୍ଚ୍ଚା ଆଗକୁ ଜୋର ଧରିବ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ସବୁ ଚର୍ଚ୍ଚା ର ଅନ୍ତ ଘଟିଛି । କାରଣ ଯାହା ପାଇଁ ଏତେ ବିବାଦ ଲାଗି ରହିଛି ଗତ ୪ ଦିନ ହେବ ବାବୁସାନ ଆଜି ଓଡିଶା ଆସି ପହଞ୍ଚିଛନ୍ତି । ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି ।

ବାପା ଉତ୍ତମ ମହାନ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ବାବୁସାନ ପ୍ରଥମେ ତାଙ୍କ ଘର ଅଭିମୁଖେ ବାହାରି ଯାଇଛନ୍ତି । ବାବୁସନ ଙ୍କୁ ଏୟାରପୋର୍ଟ ରେ ଦେଖିବା ପରେ ଗଣ ମାଧ୍ୟମ ଠାରୁ ଆରମ୍ଭ କରି ସାଧାରଣ ଜନତା ଓ ଫ୍ୟାନ୍ସ ମାନେ ତାଙ୍କୁ ଘେରି ରହିଛନ୍ତି । ଘରେ ମଧ୍ୟ ପୁଅ ଫେରିବା ବାଟକୁ ଚାହିଁ ବସିଛନ୍ତି । ବାବୁସାନଙ୍କ ଘର ଆଗରେ ମଧ୍ୟ ଲୋକ ମାନଙ୍କର ଗହଳି ଜମିଛି ।

ଏବେ ସାଧାରଣ ଲୋକଙ୍କ ମନରେ ଯେଉଁ ପ୍ରଶ୍ନ ଉଠୁଛି ତାହାର ଜବାବ ଦେବେ ଏବେ ବାବୁସାନ ମହାନ୍ତି । ଲୋକମାନେ ତାଙ୍କୁ ସ୍ଵାଗତ କରିବା ପାଇଁ ଅନେକ ଲୋକ ଜମା ହୋଇଛନ୍ତି । ଘର ତରଫରୁ ଗାଡି ପଠାଯାଇଥିଲା ବାବୁସାନଙ୍କୁ ଘରକୁ ଆଣିବା ପାଇଁ । ସିନେ କଳାକାରମାନେ ମଧ୍ୟ ଏୟାରପୋର୍ଟରେ ଦେଖା କରିବାକୁ ଯାଇଥିଲେ । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *