ଆପଣଙ୍କ ATM କାର୍ଡ ହଜିଯାଇଛି କି? ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଏବେ ଘରେ ବସି ପାଇପାରିବେ ନୂଆ ATM କାର୍ଡ । ଜାଣନ୍ତୁ, କେମିତି…

କରୋନା ମହାମାରୀ ଆରମ୍ଭ ହେବା ଦିନ ଠାରୁ ସରକାର ଲକଡାଉନ ଓ ସଟଡାଉନର ଘୋଷଣା କରିଥିଲେ । ଏମିତିରେ କିଛି ସମୟ ପାଇଁ ଏହି ଲକଡାଉନ ଓ ସଟଡାଉନରେ କିଛି ଦୋକାନକୁ ଖୋଲିବା ପାଇଁ ଅନୁମତି ଦିଆ ଯାଇଛି । କିନ୍ତୁ ଅନ୍ୟ ସମସ୍ତ ସଂସ୍ଥା ଯେମିତି ବ୍ୟାଙ୍କ, ଅଫିସ, ମଳ, ସିନେମା ଘର ଇତ୍ୟାଦିକୁ ବନ୍ଦ ରଖିବା ପାଇଁ କୁହାଯାଇଛି ।

ଏମିତିରେ କେତେ ଦିନ ଆହୁରି ଲକଡାଉନ ଚାଲିବ ଏହା ବିଷୟରେ ସଠିକ କୌଣସି ସୂଚନା ନାହିଁ । ଲକଡାଉନ କାରଣରୁ ପ୍ରାୟତଃ ଲୋକମାନେ ନିଜର ଜରୁରୀ କାମ ମଧ୍ୟ କରି ପାରୁ ନାହାନ୍ତି । କିନ୍ତୁ ଅନ୍ୟ କିଛି କାମ ଅଛି ଯାହାକୁ ଲୋକମାନେ ଘରେ ବସି ଅନ୍ଲାଇନ ମାଧ୍ୟମରେ ବହୁତ ସହଜରେ କରି ଦେଉଛନ୍ତି । ବ୍ୟାଙ୍କ ଗୁଡିକ ଲକଡାଉନର ପରିସ୍ଥିତିକୁ ବୁଝି ନିଜର କିଛି ସୁବିଧା ଅନ୍ଲାଇନ କରି ଦେଇଛନ୍ତି । ଯଦି ଆପଣ ବ୍ୟାଙ୍କ ସହ ଜଡିତ କିଛି କାମ କରିବାକୁ ଚାହୁଁଛନ୍ତି ତେବେ ଆପଣ ଅନ୍ଲାଇନରେ ନିଜର ବ୍ୟାଙ୍କ କାମ ଗୁଡିକ କରି ପାରିବେ ।

କିନ୍ତୁ ସବୁ ସୁସବିଧା ଅନ୍ଲାଇନରେ ଦିଆଯାଇ ନାହିଁ । କିଛି କାମ ପାଇଁ ଆପଣଙ୍କୁ ବ୍ୟାଙ୍କ ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । କିନ୍ତୁ ଏହା ମଧ୍ୟରେ ବ୍ୟାଙ୍କ ବର୍ତ୍ତମାନ ଏକ ନୂଆ ଅନ୍ଲାଇନ ସୁବିଧା ଆରମ୍ଭ କରିଚ୍ଚି । ଏହି ଅନ୍ଲାଇନ ସୁବିଧା ମଧ୍ୟରେ ଯଦି ଆପଣଙ୍କର ଏଟିଏମ କାର୍ଡ ହଜି ଯାଇଛି ତେବେ ଆପଣ ଘରେ ବସି ନିଜର ଏଟିଏମ କାର୍ଡ ପାଇ ପାରିବେ ।

ଯଦି ଆପଣଙ୍କର ବ୍ୟାଙ୍କ ଏଟିଏମ କାର୍ଡ ହଜି ଯାଇଛି କିମ୍ବା ଚୋରୀ ହୋଇ ଯାଇଛି ତେବେ ଚିନ୍ତିତ ହୁଅନ୍ତୁ ନାହିଁ କାରଣ ଏଟିଏମ କାର୍ଡ ପାଇଁ ବର୍ତ୍ତମାନ ଆପଣଙ୍କୁ ବ୍ୟାଙ୍କ ଯିବାକୁ ପଡିବ ନାହିଁ । ଆପଣ ଘରେ ବସି ଅନ୍ଲାଇନ ମାଧ୍ୟମରେ ନିଜର ନୂଆ ଏଟିଏମ କାର୍ଡ ପାଇ ପାରିବେ । କରୋନା ମହାମାରୀକୁ ଦୃଷ୍ଟିରେ ରଖି କେତେକ ବ୍ୟାଙ୍କ ନିଜର କିଛି ସୁବିଧା ଅନ୍ଲାଇନ କରି ଦେଇଛନ୍ତି । ବର୍ତ୍ତମାନ ଚାଳନ୍ତୁ ଜାଣିବା କି ନୂଆ ଏଟିଏମ କାର୍ଡ ପାଇଁ କଣ କରିବାକୁ ପଡିବ ।

କିନ୍ତୁ ଆପଣ ଧ୍ୟାନ ରଖନ୍ତୁ କି ଆପଣଙ୍କ ମୋବାଇଲ ନମ୍ବର ଆପଣଙ୍କ ଆକାଉଣ୍ଟ ସହ ଲିଙ୍କ ହୋଇଥିବା ଦରକାର ତେବେ ଯାଇ ଆପଣ ଏହି ନୂଆ ଏଟିଏମ କାର୍ଡକୁ ଅନ୍ଲାଇନରେ ଆବେଦନ କରି ପାରିବେ । କିନ୍ତୁ ଏହି ସୁବିଧା କେବଳ ସ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାହକମାନଙ୍କ ପାଇଁ ଲାଗୁ ଅଟେ ।

ପ୍ରଥମେ ଆପଣ ବ୍ୟାଙ୍କର ୱେବସାଇଟକୁ ଯାଇ ଇଣ୍ଟର୍ନେଟ ବ୍ୟାଙ୍କିଙ୍ଗରେ ଲଗଇନ କରନ୍ତୁ । ଆପଣ ଇ ସର୍ଭିସ ଥିବା ଅପସନକୁ କିଳ୍କ କରନ୍ତୁ । ଆପଣ ଏଥିରେ ଏଟିଏମ କାର୍ଡ ସର୍ଭିସ ଥିବା ଅପସନକୁ ବାଛନ୍ତୁ । ରିକୁଏଷ୍ଟ ଏଟିଏମ କାର୍ଡ ଅପସନକୁ କ୍ଲିକ କରନ୍ତୁ । ଆପଣଙ୍କ ସାମ୍ନାରେ ଦୁଇଟି ବିକଳ୍ପ ଆସିବ । ଗୋଟିଏ ଓଟିପି ଓ ଦ୍ଵିତୀୟ ଟି ପ୍ରୋଫାଇଲ ପାସୱାର୍ଡ । କିନ୍ତୁ ଆପଣଙ୍କୁ ଓଟିପି ଅପସନକୁ ବାଛିବାକୁ ପଡିବ ।

ଗୋଟିଏ ନୂଆ ପେଜ ଖୋଲିବ । ଆପଣ ଏଠି ନିଜର ସମସ୍ତ କାର୍ଡ ସୂଚନା ଦେବା ପରେ ଓକ ଅପସନକୁ କ୍ଲିକ କରନ୍ତୁ । ସମସ୍ତ ବିବରଣୀ ସଠିକ ଥିଲେ କିଛି ସମୟ ପରେ ଆପଣଙ୍କ ପାଖକୁ ଗୋଟିଏ ମ୍ୟାସେଜ ଆସିବ । ଯେଉଁଥିରେ କୁହାଯାଇଥିବା କି ୭ ରୁ ୮ ଦିନ ମଧ୍ୟରେ ଆପଣଙ୍କ ନିକଟକୁ ଆପଣଙ୍କର ନୂଆ ଏଟିଏମ କାର୍ଡ ଚାଲିଯିବ ।

ସଚେତନତା ପାଇଁ ପୋଷ୍ଟଟିକୁ ସେଆର କରନ୍ତୁ । ଆଗକୁ ଏମିତି ଅନେକ ଟିପ୍ସପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *