ବନ୍ଧୁଗଣ ଆମ ସମସ୍ତଙ୍କ ଘରେ ଝାଡୁର ବ୍ୟବହାର ଘର ସଫା କାର୍ଯ୍ୟ ପାଇଁ ବ୍ୟବହାର କରାଯାଇଥାଏ । ତେବେ ସବୁ ଲୋକଙ୍କ ଘରେ ଘରେ ତ ଝାଡୁ ନିହାତି ଭାବେ ରହିଥାଏ । ହେଲେ ଅନେକ ଲୋକ ଝାଡୁର ବ୍ୟବହାର କରିବା ଯଦିଓ ଜାଣିଥାନ୍ତି । ହେଲେ ଅନେକ ଲୋକ ଝାଡୁ ସମ୍ବଦ୍ଧୀୟ ବହୁତ କିଛି ଗୁରୁତ୍ଵପୂର୍ଣ୍ଣ କଥା ଜାଣିନଥାନ୍ତି କିମ୍ବା ଜାଣି ତାହାକୁ ମାନିନଥାନ୍ତି । ହେଲେ ଝାଡୁର ସମ୍ପର୍କ ମାତା ଲକ୍ଷ୍ମୀଙ୍କ ସହ ଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି । ତେବେ ଆଜି ଆମେ ଆପଣଙ୍କୁ ଝାଡୁ ସମ୍ପର୍କିତ କିଛି ଗୁରୁତ୍ଵପୂର୍ଣ୍ଣ ତଥ୍ୟ କହିବାକୁ ଯାଉଛୁ ।
ଝାଡୁ ଯଦି କିଣିବାକୁ ଚାହୁଁଛନ୍ତି । ତେବେ ଦୀପାବଳି ଅମାବାସ୍ୟା ଦିନ କିଣିଲେ ବହୁତ ଶୁଭ ବୋଲି କୁହାଯାଏ । ଏହା ସହ ଗୁରୁବାର ଦିନ ମଧ୍ୟ ଝାଡୁ କିଣି ପାରିବେ । ଆପଣ ମାନେ ଅନ୍ୟ ଦିନରେ ଆଣିଲେ କିଛି ଅସୁବିଧା ନାହିଁ ହେଲେ ଦୀପାବଳି ଅମାବାସ୍ୟା ହେଉ ବା ଗୁରୁବାର ଏହି ଦିନରେ ଝାଡୁ ଆଣିଲେ ବହୁତ ଶୁଭ ।
ଯଦି ଝାଡୁ ପୁରୁଣା ହୋଇ ଯାଉଛି ତେବେ ଆପଣ ତାକୁ ଜଳାନ୍ତୁ ନାହିଁ କିମ୍ବା ଅଳିଆ ଗଦାରେ ଫିଙ୍ଗନ୍ତୁ ନାହିଁ । ଝାଡୁକୁ ଆପଣ କୌଣସି ନଦୀରେ ବିସର୍ଜନ କରନ୍ତୁ ନହଲେ ମାଟିରେ ପୋତି ଦିଅନ୍ତୁ । ପୁରୁଣା ଝାଡୁକୁ କେବେ ବି ଗୁରୁବାର ଦିନ ଘରୁ ବାହାର କରିବେ ନାହିଁ ବୁଧବାର ଦିନ ନେଇ ପାରିବେ । କିନ୍ତୁ ଆପଣ ତିଥିର ଧ୍ୟାନ ରଖିବେ କିଛି ପୂଜାପର୍ବପର୍ବାଣୀ ତଥା ଭଲ ଦିନ ମାନଙ୍କରେ ନେବେ ନାହିଁ ।
ଆପଣ ଯଦି ଘରୁ ପୁରୁଣା ଝାଡୁ ବାହାର କରିବାକୁ ଚାହୁଁଛନ୍ତି ତା ହେଲେ ପ୍ରଥମେ ନୂଆ ଝାଡୁ କିଣିକି ଆଣିବେ । ନୂଆ ଝାଡୁ କିଣିକି ଆଣିବା ସଙ୍ଗେ ସଙ୍ଗେ ତାହାକୁ ବ୍ୟବହାର କରନ୍ତୁ ନାହିଁ । ପ୍ରଥମେ ପାଣିରେ ଅଳ୍ପ ଗୋବର ମିଶାଇ ଗୋବର ପାଣିରେ ସେ ଝାଡୁକୁ ଧୁଅନ୍ତୁ । ଧୋଇବା ପରେ ତାକୁ ଖରାରେ ଶୁଖାଇ ଦେବେ ତା ପରେ ଆପଣ ଝାଡୁକୁ ଘରେ ବ୍ୟବହାର କରିପାରିବେ ।
ଓଷା ପର୍ବାଣି ଆଦିରେ ବି ଝାଡୁକୁ ଧୁଆ ଯାଇ ଥାଏ ହେଲେ ଗୁରୁବାର ଦିନ ଝାଡୁକୁ ଧୁଆ ଯାଇ ନଥାଏ । ବୁଧବାର ଦିନ ଯଦି ଆପଣ ଘର ପୋଛା ପୋଛି କରିବେ, ତାପରେ ଆପଣ ଝାଡୁକୁ ଧୋଇ ପାରିବେ । ହେଲେ ଗୁରୁବାର ଦିନ ଧୋଇବେ ନାହିଁ । ତେବେ ଆପଣ ମାନେ ଝାଡୁ ସମ୍ପର୍କିତ ଏହି ସବୁ କଥାକୁ ଧ୍ୟାନରେ ରଖି ଘରେ ଝାଡୁର ବ୍ୟବହାର କରନ୍ତୁ । ଆପଣଙ୍କ ଘର ଉପରେ ମାତା ଲକ୍ଷ୍ମୀଙ୍କ କୃପାଦ୍ରୁଷ୍ଟି ସଦାସର୍ବଦା ରହିବ ।
ବନ୍ଧୁଗଣ ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ