ଗୃହରେ ଝିଟିପିଟି ଦେଖିବାର ଅର୍ଥ ଏବଂ କିଛି ଶୁଭ ଅଶୁଭ ସଂକେତ- Shakuna Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଏକ ନୂତନ ବିଷୟ ସମ୍ବନ୍ଧରେ । ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, ସମସ୍ତ ଜିନିଷ ତଥା କାର୍ଯ୍ୟ ରେ ଶୁଭ ଏବଂ ଅଶୁଭ ଲକ୍ଷଣ ଦେଖିବାକୁ ମିଳେ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ଝିଟିପିଟି କୁ ନେଇ କିଛି ଶୁଭ ଏବଂ ଅଶୁଭ ଲକ୍ଷଣ ସମ୍ବନ୍ଧରେ । ବନ୍ଧୁଗଣ କେତେବେଳେ କୌଣସି ବ୍ୟକ୍ତି ସହ କଣ ବା ଘଟିଯିବ ତାହା କେହି ଜାଣି ନଥାନ୍ତି । ତାହା କେବଳ ଭବିଷ୍ୟତ ହିଁ ଜଣାଇ ପାରିବ ।

କିନ୍ତୁ ବେଳେବେଳେ ଜୀବଜନ୍ତୁ ମାନେ ବିଭିନ୍ନ ପ୍ରକାର ର ସଂକେତ ଦେଇ ଘଟିବାକୁ ଯାଉଥିବା ଘଟଣା ସମ୍ବନ୍ଧରେ ସୂଚନା ଦେଇଥାଆନ୍ତି । ବନ୍ଧୁଗଣ ସେହିପରି ଘରେ ଥିବା ଝିଟିପିଟି ଦ୍ୱାରା ଭବିଷ୍ୟତ ରେ ଘଟିବାକୁ ଯାଉଥିବା ଘଟଣା ସମ୍ପର୍କରେ ସଂକେତ ମିଳିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ଝିଟିପିଟି ଦ୍ୱାରା ମିଳୁଥିବା ଶୁଭ ଏବଂ ଅଶୁଭ ସଙ୍କେତ ସମ୍ବନ୍ଧରେ । ତେବେ ଆସନ୍ତୁ ଜାଣିବା ।

୧. ବନ୍ଧୁଗଣ ଯଦି କେବେ ଗୃହ ପ୍ରେବେଶ କରିବା ସମୟରେ ଗୃହକର୍ତ୍ତା ଙ୍କୁ ଝିଟିପିଟି ମରି ପଡିଥିବାର ଅଥବା ଝିଟିପିଟି ଦେହରେ ମାଟି ଲାଗିଥିବାର ଦେଖାଯାଏ, ତେବେ ସେହି ଘରେ ବାସ କରୁଥିବା ଲୋକମାନେ ରୋଗୀ ହୋଇଥାଆନ୍ତି ଏବଂ ବିଭିନ୍ନ ପ୍ରକାର ରୋଗର ଶିକାର ହୁଅନ୍ତି । ତେଣୁ ଗୃହ ପ୍ରବେଶ ସମୟରେ ବିଧିବିଧାନ ର ସହ ପୂଜା କରି ଗୃହ ପ୍ରବେଶ କରନ୍ତୁ ।

୨. ବନ୍ଧୁଗଣ ଯଦି ଆପଣ ମାନେ କୌଣସି ସମୟରେ ୨ଟି ଝିଟିପିଟି ଝଗଡ଼ା କରୁଥିବାର ଦେଖୁଛନ୍ତି ତେବେ ଆପଣଙ୍କ ମଧ୍ୟ କୌଣସି ବ୍ୟକ୍ତି ସହ ଝଗଡ଼ା ହେବାର ସମ୍ଭାବନା ରହିଥାଏ ଏବଂ ଯଦି ଆପଣ ୨ଟି ଝିଟିପିଟି କୁ ଅଲଗା ହେବାର ଦେଖୁଛନ୍ତି । ତେବେ ଆପଣ ମଧ୍ୟ ନିଜ ପ୍ରିୟ ଭାଜନ ଙ୍କ ଠାରୁ ଅଲଗା ହେବାର ସମ୍ଭାବନା ରହିଥାଏ ।

୩.ଶାସ୍ତ୍ର ଅନୁସାରେ ଯଦି ଭୋଜନ କରିବା ସମୟରେ ଝିଟିପିଟି ର ଆବାଜ ଶୁଣିବାକୁ ମିଳିଥାଏ ତେବେ ତାହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ଏବଂ କୌଣସି ଶୁଭ ସମାଚାର ମିଳିବାର ସମ୍ଭାବନା ମଧ୍ୟ ରହିଥାଏ । କିନ୍ତୁ ଏହା ବହୁତ କମ ହୋଇଥାଏ କାରଣ ଝିଟିପିଟି ମାନଙ୍କ ଆବାଜ ପ୍ରାୟତଃ ରାତ୍ରି ସମୟରେ ହିଁ ଶୁଣିବାକୁ ମିଳିଥାଏ ।

୪.ବନ୍ଧୁଗଣ ଯଦି ଆପଣଙ୍କ ମୁଣ୍ଡ ଉପରେ ଝିଟିପିଟି ପଡିଥାଏ ତେବେ ଧନ ବୃଦ୍ଧି ହେବାର ସମ୍ଭାବନା ରହିଥାଏ କିନ୍ତୁ ଯଦି ଆପଣଙ୍କ ଚୁଟି ଉପରେ ଝିଟିପିଟି ପଡ଼ିଥାଏ ତେବେ ଏହାର ଅର୍ଥ ବହୁତ ଶୀଘ୍ର ମୃତ୍ୟୁ ଆପଣଙ୍କ ସମ୍ମୁଖରେ ରହିଛି ।

୫.ଯଦି ଝିଟିପିଟି ଡାହାଣ କାନ ରେ ପଡିଥାଏ ତେବେ ଆଭୂଷଣ ପ୍ରାପ୍ତ ହେବାର ସମ୍ଭାବନା ରହିଛି ଏବଂ ବାମ କାନ ରେ ଝିଟିପିଟି ପଡିଲେ ଆୟୁ ବୃଦ୍ଧି ହୋଇଥାଏ । ଯଦି ଆପଣଙ୍କ ନାକ ଉପରେ ଝିଟିପିଟି ପଡିଥାଏ ତେବେ ବହୁତ ଶୀଘ୍ର ଆପଣଙ୍କ ଭାଗ୍ୟ ଉଦୟ ହେବାକୁ ଯାଉଛି । ମୁହଁରେ ଝିଟିପିଟି ପଡିବାର ଅର୍ଥ ଆପଣଙ୍କୁ ମଧୁର ଭୋଜନ ପ୍ରାପ୍ତ ହେବାର ସମ୍ଭାବନା ରହିଛି ।

୬.ବନ୍ଧୁଗଣ ଯଦି ଆପଣଙ୍କ ଡାହାଣ ଆଖିରେ ଝିଟିପିଟି ପଡୁଛି ତେବେ ଆପଣଙ୍କ ସାକ୍ଷାତ ଆପଣଙ୍କ ମିତ୍ର ସହ ହୋଇଥାଏ ଏବଂ ବାମ ଆଖିରେ ପଡିବାର ଅର୍ଥ ଆପଣଙ୍କୁ କୌଣସି ସମସ୍ୟାର ସମୁଖୀନ୍ନ ହେବାକୁ ପଡିଥାଏ । ଡ଼ାହାଣ ଛାତି ଉପରେ ଝିଟିପିଟି ପଡିଲେ ଶୁଭ ହୋଇଥାଏ କିନ୍ତୁ ଯଦି ବାମ ଛାତି ରେ ଝିଟିପିଟି ପଡୁଛି ତେବେ ତାହାର ଅର୍ଥ ଆପଣଙ୍କ ବହୁତ ବଡ଼ କ୍ଷତି ହେବାକୁ ଯାଉଛି ।

ତେବେ ବନ୍ଧୁଗଣ ଏହି ସବୁ ଶୁଭ ଏବଂ ଅଶୁଭ ସଂକେତ ଝିଟିପିଟି ଦ୍ବାରା ମିଳିଥାଏ । ଆଶା କରୁଛୁ ଆପଣ ମାନଙ୍କୁ ଏହି ବିଷୟଟି ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *