ଏବେ ଘରେ ନିଜେ ହିଁ କରିପାରିବେ କୋବିଡ ଟେଷ୍ଟ, ବାସ ଦରକାର ଏହି କୀଟ

କ-ରୋ-ନାର ଦ୍ଵିତୀୟ ଲହରୀ ଆରମ୍ଭ ହେବା ମାତ୍ରେ ହିଁ ସରକାର ଲକଡାଉନ ଓ ସ-ଟଡାଉନ ଭଳି କିଛି କଡା ପଦକ୍ଷେପ ନେଇଛନ୍ତି । ଏହା ମଧ୍ୟରେ ସମସ୍ତଙ୍କୁ ଘରେ ରହିବା ପାଇଁ ପରାମର୍ଶ ଦିଆଯାଉଛି ।

କହିବାକୁ ଗଲେ କ-ରୋ-ନାରେ ପୀଡିତ ହୋଇଛନ୍ତି କି ନାହିଁ ଏହା କେବଳ ଆପଣ କିଛି ଲକ୍ଷଣ ଦେଖିଲେ ହିଁ ଜାଣି ପାରିବେ । କେତେକ ବ୍ୟକ୍ତି କ-ରୋ-ନାରେ ପୀଡ଼ିତା ହେବା ସତ୍ବେ ବି କିଛି ଲକ୍ଷଣ ନ ଜାଣିବା କାରଣରୁ ଧୀରେ ଧୀରେ ସେମାନେ କ-ରୋ-ନାର ଅସୁସ୍ଥ ହୋଇ ଯାଉଛନ୍ତି । ଏମିତିରେ ଆପଣଙ୍କୁ କ-ରୋ-ନା ହୋଇଛି କି ନାହିଁ ଏହା ଜାଣିବା ପାଇଁ ଆପଣ ନିଜର ଟେସ୍ଟ କରିଥାନ୍ତି । ଯାହାର ରିପୋର୍ଟ ଆସିବାରେ ପାଖାପାଖି ୧ ରୁ ୨ ଦିନ ସମୟ ଲାଗିଯାଏ । କିନ୍ତୁ ବର୍ତ୍ତମାନ କୋବିଡ ପରୀକ୍ଷା ପାଇଁ ଏକ ଟେଷ୍ଟିଙ୍ଗ କୀଟ ଆସି ଯାଇଛି ।

ଇଣ୍ଡିଆନ କାଉନ୍ସିଲ ଅଫ ମେଡିକାଲ ରିସର୍ଚର କିମ୍ବା ଆଇସିଏମଆର କୋବିଡ ଟେସ୍ଟ ପାଇଁ ରାପିଡ଼ ଆଣ୍ଟିଜେନ କୀଟକୁ ଅନୁମତି ଦେଇଛନ୍ତି । ଏହି କୀଟକୁ ସାଧାରଣ ଲୋକମାନେ କେମିତି ବ୍ୟବହାର କରିବେ ସେଥିପାଇଁ ଗାଇଡ୍ଲାଇନ ବି ଜାରି କରାଯାଇଛି । ଯେଉଁ ବ୍ୟକ୍ତିମାନଙ୍କ ଶରୀରରେ କୋବିଡ ସହ ଜଡିତ କିଛି ଲକ୍ଷଣ ଥିବ କିମ୍ବା କୋବିଡ ଆ-କ୍ରା-ନ୍ତଙ୍କ ସଂସ୍ପର୍ଶରେ ଆସିଥିବେ ସେହି ବ୍ୟକ୍ତିମାନେ ହିଁ ଏହି କୀଟ ମାଧ୍ୟମରେ ଟେସ୍ଟ କରିବେ ବୋଲି ଗାଇଡଲାଇନରେ କୁହାଯାଇଛି ।

ଏହା ପରେ ଯଦି ଆପଣଙ୍କର ରିପୋର୍ଟ ପଜିଟିବ ଆସୁଛି ତେବେ ସେମାନେ ଅସଲରେ ପଜିଟିବ ରୂପେ ଚିହ୍ନିତ ହେବେ । କିନ୍ତୁ ଯଦି ଆପଣଙ୍କ ଶରୀରରେ କୋବିଡ ସହ ଜଡିତ କିଛି ଲକ୍ଷଣ ନଜର ଆସୁଛି ଓ ଏହା ପରେ ଆପଣ ଏହି କୀଟରେ ନିଜର ଟେସ୍ଟ କରିବା ପରେ ରିପୋର୍ଟ ନେଗେଟିବ ଆସୁଛି ତେବେ ଆରଟିପିସିଆର ଟେସ୍ଟ କରିବାକୁ ପଡିବ । ଏହି କୀଟର ନାଁ ହେଉଛି କୋବିଶେଲ୍ଫ । ଯାହାକୁ ପୁନେର ମାଇଲ୍ୟାବ ଡିସକଭରି ସଲ୍ୟୁଉଶନ ତିଆରି କରିଛି ।

କୀଟ ମାଧ୍ୟମରେ କେଉଁ ଭଲି ଭବାରେ ଆପଣ ଟେସ୍ଟ କରିବେ କମ୍ପାନୀର ଏପରେ ସମସ୍ତ ପ୍ରକାରର ବିବରିଣୀ ଦିଆଯାଇଛି । ଆଉ ୧ ସପ୍ତାହ ମଧ୍ୟରେ ଏହି କୀଟ ବଜାର ଉପଲବ୍ଧ ହେବ । ଯାହାର ମୂଲ୍ୟ ୨୫୦ ଟଙ୍କା ଅଟେ । ରାପିଡ଼ ଆଣ୍ଟିଜେନ ଟେସ୍ଟ ମାତ୍ର ୧୫ ମିନିଟରେ ହିଁ ଆପଣଙ୍କୁ ରିପୋର୍ଟ ଦେଇ ଦେବ । ଆଇସିଏମଆରର ଡ଼ିଜି ଡାକ୍ତର ବଳରାମ ଭାର୍ଗଭ ଏହି ରାପିଡ଼ ଆଣ୍ଟିଜେନ କୀଟକୁ ସମସ୍ତ ଗ୍ରାମାଞ୍ଚଳରେ ଅଧିକ ବିକଶିତ ଓ ଉତ୍ସାହିତ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

ଏହା ସହିତ ରାପିଡ଼ ଆଣ୍ଟିଜେନ କୀଟ ଅଧିକ ମାତ୍ରରେ ତିଆରି କରିବା ଉପରେ ବି ସେ ଜୋର ଦେଇଛନ୍ତି । କେବଳ ଏତିକି ନୁହେଁ ସବୁ ସ୍ଥାନରେ ଟେଷ୍ଟିଙ୍ଗ ବୁଥ ଖୋଲିବା ପାଇଁ ବି ଗୁରୁତ୍ଵ ଦେଇଛନ୍ତି । ସ୍କୁଲ, କଲେଜ କମ୍ୟୁନିଟି ସେଣ୍ଟରରେ ବି ବୁଥ ଗଠନ ପାଇଁ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *