ବନ୍ଧୁଗଣ ସୁନାକୁ ନେଇ ଆସିଛି ଏକ ବଡ ନିୟମ । ତେବେ ଏହି ନିୟମ ଏପ୍ରିଲ 1ରେ ଲାଗୁ ହେବାକୁ ଯାଉଛି । ହଲମାର୍କିଙ୍ଗ ସୁନା ଆଉ ବିକ୍ରି ହୋଇ ପାରିବ ନାହି । ସୁନା ବିକ୍ରି କରିବାକୁ ଯଦି ଚାହୁଁ ଛନ୍ତି ତେବେ ଆପଣଙ୍କ ସୁନାରେ ହଲମାର୍କିଙ୍ଗ ଚିହ୍ନ ଥିବା ଜରୁରୀ ଅଟେ । ଏହା ପରେ ବି ସବୁଠୁ ବଡ ପ୍ରଶ୍ନ ଉଠୁଛି କି ଯଦି ଆପଣଙ୍କ ପାଖରେ କିଛି ପୁରୁଣା ସୁନା ଅଛି ଯାହା କୁ ହଲମାର୍କିଙ୍ଗ ହୋଇ ନ ଥିବ ତେବେ ଆପଣ ଏଭଳି ସ୍ଥିତି ରେ କଣ କରିବେ ।
ଯେବେ ବି ଆପଣ ମାନେ ସୁନା କିଣନ୍ତି ତାହାକୁ କେବେ ନା କେବେ ତାହା ବିକ୍ରି କରିଥାନ୍ତି । ଆଉ ସେତେବେଳେ ଭାବନ୍ତି ଆମକୁ ସେହି ସୁନାର ଉଚିତ ମୂଲ୍ୟ ମିଳିବ ନା ନାହିଁ । ଯେଉଁ ଦର ରେ ଆପଣ ମାନେ କିଣିଥିଲେ କି ନାହି । ଏହି କାରଣରୁ ଆପଣ ମାନେ ଆପଣଙ୍କର ଚିହ୍ନା ପରିଚ ଥିବା ସୁନା କାରିଗର ମାନଙ୍କ ଠାରୁ ନିଶ୍ଚୟ ସୁନା କିଣୁଥିବେ ।
ହଲମାର୍କ ବିନା ସୁନା କିଣିବା ସମୟରେ ଆମେ ଡରି ଯାଇଥାଉ ଯେ ଆମ ସହ ଠକାମି ବି ହୋଇପାରେ । କାରଣ ହଲମାର୍କ ବିନା ସୁନାର କିଛି ବି ଗ୍ୟାରେଣ୍ଟି ନାହି । ଯଦି ଆପଣଙ୍କ ପାଖରେ ହଲମାର୍କ ସୁନା ଅଛି ତେବେ ଆପଣଙ୍କୁ ବେସୀ ଚିନ୍ତା କରିବା ଦରକାର ନାହି । ଏପରି ସୁନା ଥିଲେ ଆପଣ ବିକ୍ରି କରିବାରେ କିଛି ବି ଅସୁବିଧା ହେବ ନାହି ।
କିନ୍ତୁ ଆପଣଙ୍କ ପାଖରେ ପୁରୁଣା ସୁନା ଅଛି ଆଉ ଏପ୍ରିଲ 1 ତାରିଖ ରୁ ନୂଆ ନିୟମ ବଦଳିବା ପରେ ଆପଣ ଅସୁବିଧାରେ ମଧ୍ୟ ପଡିବେ ନାହି । କାରଣ ସୁନାର ମୂଲ୍ୟ ଏହାର ଶୁଦ୍ଧତା ଆକାର ରେ ସ୍ଥିର କରାଯାଏ । ଏଭଳି ସ୍ଥିତି ରେ ଯେବେ ଆପଣ ସୁନା ବିକ୍ରି କରିବାକୁ ଯାଆନ୍ତି ଏହାର ଶୁଦ୍ଧତା ଆକାର ରେ ଦର ବିଚାର କରାଯାଏ ।
ସବୁ ସୁନା କାରିଗର ମାନେ ପୁରୁଣା ସୁନା କୁ ତରଳାଇ ନୂଆ ସୁନା ତିଆରି କାର୍ଟିଠାନ୍ତି ଯେମିତି ଗ୍ରାହକ ମାନେ ପସନ୍ଦ କରିଥାନ୍ତି । ତେଣୁ ଚିନ୍ତା କରିବାର ଜରୁରତ ନାହି ଏପ୍ରିଲ 1 ରୁ ନୂଆ ନିୟମ ଲାଗୁ ହେବା ପରେ ବି ଆପଣ ନିଜର ସୁନାର ଦର ଉଚିତ ମୂଲ୍ୟ ରେ ପାଇ ପାରିବେ । ଏହି ସମୟରେ ଆପଣ ନୂଆ ସୁନା ପାଇଁ ପୁରୁଣା ସୁନା ବିନିମୟ କରି ପାରିବେ ।
ଆଉ ଯଦି ଆପଣ ଚାହିଁବେ ତେବେ ପୁରୁଣା ସୁନା ଉପରେ ହଲମାର୍କିଙ୍ଗ କରି ପାରିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବରକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।