ଘରେ ରଖିଥିବା 2 ଜିନିଷରୁ ମୁଣ୍ଡ ବୁଲାଇବା ସବୁଦିନ ପାଇଁ ଭଲ ହୋଇଯିବ, Dr. Soubhagya Ranjan

ବାରମ୍ବାର ମୁଣ୍ଡ ବୁଲାଇବା ଏବେ ଗୋଟିଏ ସମସ୍ଯା ହୋଇଗଲାଣି । ପୁରୁଷ ହୁଅନ୍ତୁ କି ମହିଳା ସମସ୍ତେ ଏହି ରୋଗରେ ପୀଡିତ । ମୁଣ୍ଡ ବୁଲାଇବାର ଅନେକ ପ୍ରକାର କାରଣ ହୋଇପାରେ । ଯେଉଁ ଲୋକ ମାନଙ୍କର ଏହି ମୁଣ୍ଡ ବୁଲାଇବାର ସମସ୍ଯା ଥାଏ ସେମାନେ କେଉଁଠିବି ମୁଣ୍ଡ ବୁଲାଇ ପଡି ଯାନ୍ତି ।

ଏମିତି ମୁଣ୍ଡ ବୁଲାଇଆ ଥାଏ କି ଆଖି ସାମ୍ନାରେ ପୁରା ଦୁନିଆ ଘୁରି ଯାଇଥାଏ । ଏମିତି ଲାଗିଥାଏ ଯେମିତି ମୁଣ୍ଡ ଖାଲି ହୋଇଯାଇଛି ଓ ବେକ ହଲାଇବା ଦ୍ଵାରା ସବୁ କିଛି ଆହୁରି ଅଧିକ ଘୁରି ବାକୁ ଲାଗିଥାଏ । ଅନେକ ଲୋକଙ୍କୁ ମୁଣ୍ଡ ବୁଲାଇବା ସହିତ ବାନ୍ତି ମଧ୍ୟ ହୋଇଥାଏ । ସେଥି ପାଇଁ ମନ ଭିତରେ ସର୍ବଦା ଡର ରୁହେକି କୌଣସି ମୁଣ୍ଡ ବୁଲାଇ ପଡି କୌଣସି ବଡ ଅସୁବିଧା ନହେଉ । ଏହି ଉପଚାରକୁ ବନାଇବା ପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକ ପଡିବ ତାହା ହେଉଛି ସୁଣ୍ଠି ପାଉଡର ।


ସୁଣ୍ଠି ପାଉଡର ଯାହା ଶୁଖିଲା ଅଦାରୁ ବନଯାଇଥାଏ । ଏହା ଆପଣଙ୍କୁ କୌଣସି ପୁଟୁଳି ବଣିଆ ଦୋକାନରୁ ବହୁତ ସହଜରେ ମିଳିଯାଇଥାଏ । ସୁଣ୍ଠି ଆଣି ଗୁଣ୍ଡ କରି ଏମିତି ପାଉଡର ପ୍ରସ୍ତୁତ କରିପାରିବେ । ଆପଣଙ୍କୁ ଏଠି ପାଇଁ ଗୋଟିଏ ଚାମଚ ସୁଣ୍ଠି ପାଉଡରର ଆବଶ୍ୟକତା ପଡିବ । ଗୋଟିଏ ଚାମଚ ସୁଣ୍ଠି ପାଉଡର ଗୋଟିଏ ପ୍ୟାନରେ ନିଅନ୍ତୁ ଆଉ ଦିତୀୟ ସାମଗ୍ରୀ ଆବଶ୍ୟକ ତାହା ହେଉଛି ଘିଅ । ଏହା ଦେଶୀ ଗାଈ ଘିଅ ଅଟେ, ଦେଶୀ ଗାଈ ଘିଅ ଆମ ବ୍ରେନରେ ଯେଉଁ ନର୍ଭ ଥାଏ ତାକୁ ଶକ୍ତିଶାଳୀ କରିଥାଏ ।


ଫଳରେ ଆପଣଙ୍କୁ ମୁଣ୍ଡ ବୁଲାଇବା ଭଳି ସମସ୍ଯା ଭୋଗିବାକୁ ପଡିନଥାଏ । ସେଥି ପାଇଁ ଏହି ଉପଚାରରେ ଦେଶୀ ଗାଈ ଘିଅର ପ୍ରୟୋଗ ନିଶ୍ଚିତ କରନ୍ତୁ । ଏଠି ପାଇଁ ଆପଣଙ୍କୁ ଦୁଇ ଚାମଚ ଦେଶୀ ଗାଈ ଘିଅର ଆବଶ୍ୟକତା ପଡିବ । ଆପଣ ଏହି ଗୁଣ୍ଡରେ ଦେଶୀ ଗାଈ ଘିଅ ଦୁଇ ଚାମଚ ମିଶାନ୍ତୁ । ଆପଣ ଦୁଇଟିକୁ ଏମିତି ଫ୍ରାଇ କରନ୍ତୁ । ଏହାକୁ ବହୁତ ସହଜରେ ଆପଣ ପ୍ରସ୍ତୂତ କଋ ପାରିବେ । ଏହା ଆପଣଙ୍କ ମୁଣ୍ଡ ବୁଲାଇବା ଭଳି ସମସ୍ଯା ଦୂର କରିବା ପାଇଁ ଏକ ରାମ ବାଣ ଘରୋଇ ଉପଚାର ଅଟେ । ଆପଣ ଦୁଇରୁ ତିନି ମିନିଟ ଏହାକୁ ଏହିପରି ଭାବରେ ମିକ୍ସ କରନ୍ତୁ ।

ଆଉ ଗ୍ଯାସ ବନ୍ଦ କରି ଥଣ୍ଡା ହେବ ପାଇଁ ଛାଡି ଦିଅନ୍ତୁ । ଥଣ୍ଡା ହେଲା ପରେ ଆପଣ ଏହାକୁ ଗୋଟେ ବାଉଲକୁ କାଢି ନିଅନ୍ତୁ । ଏବେ ଆସନ୍ତୁ ଜାଣିବା ଏହାକୁ କିପରି ସେବନ କରିବାକୁ ହେବ । ଏହା ପୁରା ଥଣ୍ଡା ହେଲା ପରେ ଆପଣ ଏହାର ସେବନ କରନ୍ତୁ । ଏହାକୁ ଖାଇଲା ଅଧ ଘଣ୍ଟା ପର୍ଯ୍ୟନ୍ତ ଆଉ କିଛିବି ଖାଆନ୍ତୁ ନାହିଁ । ଏହାକୁ ସେବନ କରିବା ଦ୍ଵାରା ଆପଣ ଙ୍କ ମୁଣ୍ଡ ବୁଲାଇବା କମ ହୋଇଯିବ । ଯଦି ଆପଣଙ୍କର ମୁଣ୍ଡ ପ୍ରାୟ ବୁଲାଉଛି ତେବେ ଏହାକୁ ଦିନରେ ଗୋଟିଏ ଥର ପନ୍ଦର ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ ।

Leave a Reply

Your email address will not be published. Required fields are marked *