ଘର ଉପରେ ଆସୁଥିବା ସଙ୍କଟ ବିଷୟରେ ତୁଳସୀ ଗଛ ଏହି ଭଳି ଦେଇଥାନ୍ତି ସଂକେତ !

କୁହା ଯାଏ ଯେ ଘର ଅଗଣା ରେ ତୁଳସୀ ଗଛ ରହିଲେ ଘରେ ସୁଖ ଶାନ୍ତି ରହିଥାଏ, ଏହା ଛଡା ଏହା ମଧ୍ୟ ମାନ୍ୟତା ଅଛି ଯେ ଯଦି ଆପଣଙ୍କ ଘରେ ବା ଆପଣଙ୍କ ଉପରେ କୌଣସି ସଙ୍କଟ ଆସିବାର ଥାଏ ତେବେ ଏହାର ପ୍ରଭାବ ଆଗ ଅଗଣା ରେ ଥିବା ତୁଳସୀ ଗଛ ଉପରେ ଦେଖିବାକୁ ମିଳି ଥାଏ । ଏମିତି ସମୟ ରେ ଆପଣ ଯେତେ ଭଲ ଧ୍ୟାନ ଡେକଲେ ମଧ୍ୟ ତୁଳସୀ ଗଛ ଶୁଖିବାକୁ ଲାଗି ଥାଏ ।

ଏହି ସଂକେତ ସିଧା ଏହା କହିବା ପାଇଁ ଚାହନ୍ତି ଯେ ଆପଣଙ୍କ ଘରେ କୌଣସି ବଡ ସଙ୍କଟ ଆସିବାକୁ ଯାଉଛି ।

ଆପଣଙ୍କୁ ଏହା କହିଦବାକୁ ଚାହୁଁଛୁ ଯେ ଶାସ୍ତ୍ର ଅନୁଯାଇ ଯେଉଁ ଘରେ ସଙ୍କଟ ଆସିବାର ଥାଏ ସେହି ଘରୁ ସର୍ବ ପ୍ରଥମେ ତୁଳସୀ ଗଛ ସୁଖୀ ଯାଏ ତା ମାନେ ସେହି ଘରୁ ମାଁ ଲକ୍ଷ୍ମୀ ଚାଲି ଯାନ୍ତି । ସେଥିପାଇଁ ଯେଉଁ ଘରେ ଦରିଦ୍ରତା, ଝଗଡା ଓ ଅଶାନ୍ତି ବାସ ହୋଇଥାଏ ସେହି ଘରେ ମାଁ ଲକ୍ଷ୍ମୀ କେବେ ବାସ କରନ୍ତି ନାହିଁ । ଯଦି ଜ୍ୟୋତିଷ କଥା ମାନନ୍ତି ତେବେ ଏହାର କାରଣ ବୁଧ ଅଟେ, ବୁଧ ସବୁଠାରୁ ଅଧିକ ପ୍ରଭାବ ସବୁଜ ରଙ୍ଗ ଉପରେ ହୋଇଥାଏ ।

ଏହା ଛଡା ବୁଧକୁ ଗଛ ବୃକ୍ଷ କାରକ ବୋଲି କୁହା ଯାଏ, ବୁଧ ଗୋଟେ ଏମିତିକା ଗ୍ରହ ଯାହା ଅନ୍ୟ ଗ୍ରହ ଭଲ ଓ ଖରାପ ପ୍ରଭାବ ଜାତକ ଉପରେ ପକାଇଥାଏ ଏହାଛଡା ବୁଧ ପ୍ରଭାବରୁ ତୁଳସୀ ଗଛ ରେ ଫଳ ଫୁଲ ଲାଗିଥାଏ ସେଥିପାଇଁ ଯଦି ଆପଣଙ୍କ ଘରେ ଥିବା ତୁଳସୀ ଗଛ ମଧ୍ୟ ଧ୍ୟାନ ଦେଲା ପରେ ମଧ୍ୟ ଏମିତିକା ପ୍ରଭାବ ଦେଖଉଛି ତେବେ ଆପଣ ବୁଝି ଯାନ୍ତୁ ଯେ ଆପଣଙ୍କ ଘର ଉପରେ କୌଣସି ସଙ୍କଟ ଆସୁଛି ।

ସମସ୍ତେ ଏହି କଥା ଜାଣନ୍ତି ଯେ ତୁଳସୀ ଗଛ ଗୋଟେ ଗୁଣକାରୀ ଗଛ ଅଟେ ସେଥିପାଇଁ ଏହାର ଧ୍ୟାନ ରଖିବା ଓ ପୂଜା କରିବା ଶୁଭ ବୋଲି କୁହା ଯାଏ, ଶାସ୍ତ୍ର ରେ ତୁଳସୀ ଗଛ ପୂଜା କରିବା ଶୁଭ ଓ ପୂଜନୀୟ ବୋଲି କୁହା ଯାଇଛି । ତେବେ ଯଦି ଆପଣଙ୍କୁ ମଧ୍ୟ ମିଳୁଛି ଏଭଳି କିଛି ସଂକେତ ତେବେ ହୋଇଯାନ୍ତୁ ସାବଧାନ । ନଚେତ ବଡ ଅସୁବିଧାର ସମ୍ମୁଖୀନ ହେବେ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *