ମୟୂର ପଙ୍ଖ ଘରେ କେଉଁଠି ରଖିଲେ 10 ଗୁନା ବଢିବ ଧନ, ଜାଣନ୍ତୁ- Vastu Tips

ବନ୍ଧୁଗଣ ଆଜିର ଏହି ମହଙ୍ଗା ଦୁନିଆ ରେ ଧନ ହିଁ ଲୋକ ମାନଙ୍କର ଭଗବାନ ପାଲଟି ଗଲାଣି । ଆଜିକାଲି ର ଲୋକମାନେ ଯେତେ ଟଙ୍କା କମାଇଲେ ମଧ୍ୟ ତାହା ଠାରୁ ଅଧିକ ଖର୍ଚ ହୋଇଯାଉଛି । ଆଜିର ଯୁଗରେ ଖୁବ କମ ଲୋକ ଏମିତି ଥିବେ ଯାହାକୁ ପଇସା ର ଅଭାବ ହେଉନଥିବ । ଯଦି କାହା ପାଖରେ ପର୍ଯ୍ୟାପ୍ତ ପରିମାଣ ର ପଇସା ରହୁଛି ସେମାନଙ୍କର ପଇସା କମାଇବାକୁ ଇଚ୍ଛା ରହୁଛି । ଧନ ର ମୋହ ସେହିପରି ହୋଇଥାଏ । ଯେତେ ଥିଲେ ବି ମଧ୍ୟ ମନ ଭରି ନଥାଏ ।

ଏମିତି ବି ବହୁ ପରିଶ୍ରମ ପରେ ଆପଣଙ୍କୁ ଆପଣଙ୍କ ର ଇଚ୍ଛା ଅନୁସାରେ ପଇସା ମିଳିନଥାଏ । ଏମିତିରେ ମନ ଜାଣିଥଏ ଯେ ଖରାପ ଭାଗ୍ୟ ଚାଲିଛି ବୋଲି । ତେଣୁ ଆଜି ଆମେ ଏକ ଉପାୟ ବିଷୟରେ ଆଲୋଚନା କରିବା ଯାହା ଦ୍ଵାରା ପଇସା ଆସିବା ର ବାଟ ଖୋଲିଯିବ । ଏବଂ ତାହା ବହୁ ଦିନ ପର୍ଯ୍ୟନ୍ତ ଘରେ ରହିବ । କେବଳ ୩ଟି ମୟୂର ପଙ୍ଖ ର ବ୍ୟବହାର କରିବା ଦ୍ଵାରା ଆମର ସବୁ ସମସ୍ୟା ର ସମାଧାନ ହୋଇଯିବ ।

ମୟୂର ପଙ୍ଖ ଏକ ଶକ୍ତିଶାଳୀ ଚମତ୍କାରୀ ଯନ୍ତ୍ର ଅଟେ । ଏବଂ ଏହା ତନ୍ତ୍ର ବିଦ୍ୟା ରେ ବହୁତ କାମ ରେ ଆସେ । ପ୍ରାଚୀନ କାଳ ରୁ ଏହାର ବ୍ୟବହାର ହୋଇ ଆସିଛି । ଶାସ୍ତ୍ର ରେ ମଧ୍ୟ ଏହାର ବ୍ୟବହାର ଉଲେଖ ରହିଛି । ଭଗବାନ କୃଷ୍ଣ ଙ୍କ ମୁକୁଟରେ ମୟୂର ପଙ୍ଖ ର ବ୍ୟବହାର କରାଯାଏ । ଏହି ମୟୂର ପଙ୍ଖ କୁ ବିଦ୍ୟାଦେବୀ ସରସ୍ଵତୀ, ଧନ ର ଦେବୀ ମାତା ଲକ୍ଷ୍ମୀ, ଶ୍ରୀକୃଷ୍ଣ, କାର୍ତିକ,ହନୁମାନ ସମସ୍ତ ଙ୍କ ସହିତ ଯୋଡା ଯାଇଥାଏ ।  ଏହି ମୟୂର ପଙ୍ଖ କୁ ଯଦି ଆପଣ ବଇଁଶି ସହ ରଖିବେ ତେବେ ସମ୍ପର୍କରେ ମଧୁରତା ଆସିଥାଏ ।

ଘରେ ଯଦି ନାକାରାତ୍ମକ ଉର୍ଜ୍ଜା ବଢିଯାଏ ତେବେ ଏହାକୁ ଦୂର କରିବା ପାଇଁ ଏକ ମୟୂର ପଙ୍ଖ କୁ ସନ୍ଧ୍ୟା ଆଳତି ପରେ ଜୋର ଜୋର ରେ ହଲନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରେ ଥିବା ନାକରାତ୍ମକ ଉର୍ଜ୍ଜା ଦୂର ହୋଇଯାଏ । ଏହାକୁ ପ୍ରତିଦିନ କରନ୍ତୁ । ଏବଂ ଯେଉଁ ଘରେ ଶାକରାତ୍ମକ ଉର୍ଜ୍ଜା ଅଧିକ ରହିଥାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି । କୌଣସି ଏକ ଶୁଭଦିନ ରେ ଆପଣଙ୍କ ଘରେ ମୟୂର ପଙ୍ଖ କୁ ଏମିତି ଏକ ଜାଗା ରେ ରଖନ୍ତୁ ଯେଉଁଠି ସମସ୍ତଙ୍କ ଦୃଷ୍ଟି ପଡିବ । ଏହି ପଙ୍ଖ ସବୁ ନାକାରାତ୍ମକ ଊର୍ଜା କୁ ନିଜ ଆଡକୁ ଟାଣି ନେଇଥାଏ । ମୟୂର ପଙ୍ଖ ର ଏହି ଉପାୟ ଆପଣଙ୍କ ଓ ଆପଣଙ୍କ ପରିବାର ର ସମସ୍ତଙ୍କ ଜୀବନ ରେ ମଧ୍ୟ ସୁଖ ସମୃଦ୍ଧି ଆଣିଦିଏ ।

ଘରର ସବୁ ରୁମ ରେ ଗୋଟେ ଗୋଟେ ମୟୂର ପଙ୍ଖ ରଖିବା ଦ୍ଵାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ । ଯଦି ଆପଣଙ୍କର ରାହୁ ବା କାଳସର୍ପ ଦୋଷ ରହିଛି ତେବେ ଆପଣ ନିଜ ପାଖରେ ମୟୂର ପଙ୍ଖ ରଖନ୍ତୁ । ଏହା ଦ୍ଵାରା ଆପଣଙ୍କର ବହୁତ ଲାଭ ହୋଇଥାଏ । ଘରେ ଯଦି କୌଣସି ଶିଶୁ ବହୁତ ଜିଦ୍ଦିଆ ହୋଇଥାନ୍ତି ତେବେ ତାକୁ ମୟୂର ପଙ୍ଖ ହଲାଇ ପବନ କରାଇଲେ ତାର ଜିଦ୍ଦି ପଣ ଦୂର ହୋଇଥାଏ ।

ଆପଣଙ୍କ ଆଲମାରି ରେ ଯେଉଁଠାରେ ଆପଣ ପଇସା ରଖୁଛନ୍ତି ସେହିଠାରେ ମୟୂର ପଙ୍ଖ ରଖନ୍ତୁ । ଏହା ଦ୍ଵାରା ଆପଣଙ୍କ ଧନ ବୃଦ୍ଧି ହୋଇଥାଏ । ଏବଂ ଖର୍ଚ ମଧ୍ୟ କମିଯାଇଥାଏ ।

ମୟୂର ପଙ୍ଖ ଘରର ଠାକୁର ଯେଉଁଠି ରହିଛନ୍ତି କିମ୍ବା ଉତ୍ତରପୂର୍ବ କୋଣରେ ରଖନ୍ତୁ । ପ୍ରତିଦିନ ପୂଜା କଳାବେଳେ ଏହି ମୟୂର ପଙ୍ଖ କୁ ପୂଜା କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଭାଗ୍ୟ ଚମକି ଉଠିବ ଏବଂ ଧନ ର ଅଭାବ ରହିବ ନାହିଁ ।

ମୟୂର ପଙ୍ଖ ଆପଣଙ୍କ ବେଡ଼ ବା ବିଛଣା ତଳେ ରଖନ୍ତୁ । ଏହା ଦ୍ଵାରା ଆପଣ ସୋଇଲେ ଆପଣଙ୍କ ଭିତରେ ସାକାରାତ୍ମକ ଶକ୍ତି ବଢିଥାଏ । ଆପଣଙ୍କ ଘରର ମୁଖ୍ୟ ଦ୍ଵାର ସାମ୍ନା ରେ ଗଣେଶଙ୍କ ମୂର୍ତି ବା ଫଟୋ ଲଗାଇ ସେଠାରେ ୩ଟି ମୟୂର ପଙ୍ଖ ଲଗାନ୍ତୁ । ଏହା ଦ୍ଵାରା ଘରର ବାସ୍ତୁ ଦୋଷ ଦୂର ହୋଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *