ଘରୁ ମୂଷା ବାହାର କରିବାର ସାଜ ଉପାୟ- Home Remedies To Get Rid of Rats

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ମୂଷା ପ୍ରାୟତ ସବୁ ଘରେ ଦେଖିବାକୁ ମିଳିଥାଏ । ମୂଷା ହେଉଛି ପ୍ରଭୁ ଗଣେଶ ଙ୍କର ବାହନ । କିନ୍ତୁ ମୂଷା କୁ ନକାରାତ୍ମକ ଓ ଅଜ୍ଞାନୀ ଶକ୍ତି ର ପ୍ରତୀକ ମାନା ଯାଇଥାଏ । ଯେଉଁ ଘରେ ମୂଷା ଦେଖାଯାଏ ସେହି ଘରେ ଭୌତିକ ବିକାଶ ଠିକ ଭାବେ ହୋଇପାରେ ନାହି । ମୂଷା ଘରେ ମଇଳା ଓ ଦରିଦ୍ରତା କୁ ଜନ୍ମ ଦେଇଥାଏ । ଏହି ଯୋଗୁ ଘରେ ଅନେକ ରୋଗ ବୈରାଗ ସୃଷ୍ଟି ହୋଇଥାଏ । ମୂଷା ଘରେ ରହିଲେ ସବୁ ଖାଦ୍ଯ ଓ ଜିନିଷ ସବୁ ନଷ୍ଟ କରିଥାନ୍ତି । ବିଶେଷ କରି ପିଲା ମାନଙ୍କର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ ।

ଏଥିପାଇଁ କିଛି ଲୋକ ମାନେ ମୂଷା କୁ ଘରୁ ବାହାର କରିବା ପାଇଁ ଅନେକ ଉପାୟ ମାନ କରିଥାନ୍ତି । ବଜାରରେ ମଧ୍ୟ ଅନେକ ପ୍ରକାର ଔଷଧ ମିଳିଥାଏ କିନ୍ତୁ ଏଥିରେ ସୁଫଳ ମିଳେ ନାହି । ଆଜି ଆମେ ଆପଣ ମାନଙ୍କୁ ମୂଷା ଘରୁ ବାହାର କରିବାର ଏକ ଆୟୁର୍ବେଦିକ ଉପାୟ ରହିଛି ଯାହା କହିବାକୁ ଯାଉଛୁ ।

୧- ପେପରମେଣ୍ଟ ଅଏଲ : ଏହା ଦ୍ଵାରା ଘରୁ ମୂଷାକୁ ସହଜରେ ବାହାର କରିହେବ । ଏହାର ଗନ୍ଧ ବହୁତ ଷ୍ଟ୍ରାଙ୍ଗ ହୋଇଥାଏ ଯାହା ଦ୍ଵାରା ମୂଷା ମାନେ ଏହା ବରଦାସ୍ତ କରି ପାରନ୍ତି ନାହି । କିଛି କଟନ ତୁଳା ରେ ଏହି ତେଲ ଲଗାଇ ମୂଷା ଥିବା ଜାଗାରେ ରଖି ଦିଅନ୍ତୁ । ଏହା ଦ୍ଵାରା ମୂଷା ଘରୁ ବାହାରି ଯିବେ ।

୨- ଲଙ୍କା ଗୁଣ୍ଡ : ମୁସ ଘରୁ ବାହାର କରିବାର ଅନ୍ୟ ଏକ ଉପାୟ ହେଉଛି ଲଙ୍କା ଗୁଣ୍ଡ । କିଛି ଅଟା ଗୁଳା କରି ସେଥିରେ ଲଙ୍କା ଗୁଣ୍ଡ ମିଶ୍ରଣ କରି ମୂଷା ଥିବା ଜାଗାରେ ରଖି ଦିଅନ୍ତୁ । କାରଣ ମୂଷାର ନାକ ସଂବେଦନଶୀଳ ହୋଇଥାନ୍ତି । ଏହି ଅଟା ଗୁଳା ରେ ଲଙ୍କା ଗୁଣ୍ଡ ମିଶ୍ରଣକୁ ଖାଇଲେ ମୂଷା ଘରୁ ବାହାରି ଯିବେ ।

୩- ତେଜପତ୍ର : ତେଜପତ୍ର କୁ ଆମେ ଖାଦ୍ୟ ରେ ବ୍ୟବହାର କରିଥାଉ । ବହୁତ କମ ଲୋକ ମାନେ ଜାଣିଥିବେ ଯେ ତେଜପତ୍ର ବ୍ୟବହାର ଦ୍ଵାରା ମୂଷା ଘରୁ ବାହାର କରାଯାଇ ପାରିବ । କିଛି ତେଜପତ୍ର ନେଇ ତାକୁ ଜଳାଇ ଦିଅନ୍ତୁ । ଏହି ଉପାୟ ଆପଣ ଏମାନେ ରାତି ରେ ଶୋଇବା ସମୟରେ କରି ପାରିବେ । କାରଣ ତେଜପତ୍ର ପୋଡା ହେବା ପରେ ତାର ଗନ୍ଧ ରେ ମୂଷା ମାନେ ଘରୁ ବାହାରି ପଳାଇବେ । ତେଜପତ୍ର ଦ୍ଵାରା କେବଳ ମୂଷା ଘରୁ ବାହାରିବେ ନାହି ବରଂ ମଶା ଓ ମାଛି ମଧ୍ୟ ବାହାରି ଯିବେ ।

ବନ୍ଧୁଗଣ ଆପଣ ଏମାନେ ଏହି ଉପାୟ ମାନ କରି ଦେଖନ୍ତୁ ନିଶ୍ଚିନ୍ତ ଭାବେ ମୂଷା ଘରୁ ବାହାରି ଯିବେ । ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *