ବଲୀଉଡରୁ ଆସିଲା ପୁଣି ଏକ ଦୁଃଖର ଖବର – ଆଜି ପୁଣି ଏକ ଦିଗଜ କଳାକାରଙ୍କର ହୋଇଛି ମୃତ୍ୟୁ! ସାରା ବଲୀଉଡରେ ଶୋକର ଛାୟା

ବଲୀଉଡ ଜଗତରୁ ପୁଣି ଆସିଛି ଏକ ଦୁଃଖଦ ଖବର । ସାରା ବଲୀଉଡ ଏବେ ଶୋକର ଛାୟାରେ । ତେବେ ଯେଉଁ ବ୍ୟକ୍ତିଙ୍କର ନିଧନ ହୋଇଛି ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଗିରୀଶ କର୍ଣାଡ । ଯିଏ କି ଜଣେ ପ୍ରସିଦ୍ଧ ଅଭିନେତା ଅଟନ୍ତି ୮୧ ବର୍ଷ ବୟସରେ ସେ ଆଜି ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ।

ଜଣା ପଡିଛି କି ଗିରିଶ ବହୁତ ଦିନ ଧରି ରୋଗାଗ୍ରସ୍ତ ଥିଲେ । ଗିରିଶ କର୍ଣାଡ ସଲମାନ ଖାନଙ୍କ ଫିଲ୍ମ ” ଏକ ଥା ଟାଇଗର, ଓ ଟାଇଗର ଜିନ୍ଦା ହେ” ରେ ମଧ୍ୟ କାମ କରିଛନ୍ତି । ଗିରିଶ ସଲମାନଙ୍କର ବହୁତ ପ୍ରିୟା ବନ୍ଧୁ ଥିଲେ । ତାଙ୍କର ନିଧନରେ ସଲମାନ ପୁରା ଭାଙ୍ଗି ପଡିଛନ୍ତି ।

ଗିରୀଶ ଙ୍କର ଜନ୍ମ ମହାରାଷ୍ଟ୍ର ରେ ୧୯୩୮ ମସିହା ମଇ ୧୯ ତାରିଖରେ ହୋଇଥିଲା । ସେ ଜଣେ ବହୁ ଚର୍ଚିତ ଲେଖକ, ନିର୍ଦେଶକ, ଅଭିନେତା ଓ ନାଟ୍ଯକାର ଭାବେ ପରିଚିତ । ଏଭଳି ଏକ ବଡ କଳାକାରଙ୍କର ମୃତ୍ୟୁ ପାଇଁ ସାରା ବଲୀଉଡ ରେ ବର୍ତ୍ତମାନ ଶୋକର ଛାୟା ।  ତେବେ ସେ ବହୁତ ଗୁଡିଏ ହିନ୍ଦୀ ଫିଲ୍ମରେ କାମ କରିଛନ୍ତି । ଅନେକ ଲୋକ ପ୍ରିୟ ଫିଲ୍ମର ନିର୍ଦେଶନା ମଧ୍ୟ ଦେଇଛନ୍ତି ।

ଗିରୀଶ କର୍ନାଡ ପ୍ରମୁଖ ଭାରତୀୟ ନିର୍ଦେଶକ – ଇବ୍ରାହୀମ ଅଲକାଜୀ, ପ୍ରସନ୍ନା, ଅରବିନ୍ଦ ଗୌଡ ଓ ବୀ.ୱୀ. କାରଂତଙ୍କ ସହିତ ଅଲଗା ଲଗା ଭାବରେ ପ୍ରଭାବୀ ନିର୍ଦେଶନ ବି କରିଛନ୍ତି । ଏକ କୋଂକଣୀ ଭାଷୀ ପରିବାରରେ ଜନ୍ମ ଗିରୀଶ କର୍ନାଡ ୧୯୫୮ରେ ଧାରବାଡ ସ୍ଥିତ କର୍ନାଟକ ବିଶ୍ୱବିଦ୍ୟାଳୟ ରୁ ସ୍ନାତକ ଉପାଧି ବି ନେଇଛନ୍ତି । ଏହା ପରେ ସେ ଏକ ରୋଡ୍ସ ସ୍କଲର ରୂପରେ ଇଂଲଣ୍ଡ ଚାଲିଗଲେ ।

 

Leave a Reply

Your email address will not be published. Required fields are marked *